ବିଧାନସଭାରେ ଦାଦନ ଚିନ୍ତା

ଦାଦନ ଶ୍ରମିକ ସମସ୍ୟା ଉତ୍କଟ ହେଲାଣି। ଦାଦନ ମୁକ୍ତ ଓଡ଼ିଶା ଗଠନ କରିବା କଥା କହିଥିଲେ ସରକାର। କିନ୍ତୁ କିଛି କଲେନି। ସରକାରଙ୍କୁ ୬ ମାସ ପୁରିଲାଣି। ପ୍ରତିବର୍ଷ ୨ ଲକ୍ଷ ନିଯୁକ୍ତି ଦେବେ ବୋଲି କହିଥିବା ମୋହନ ସରକାର ଏହି ୬ ମାସରେ କେତେ ନିଯୁକ୍ତି ଦେଲେଣି। ଖାଲି ଦୋଷ ଦେବାରେ ଦମ୍ ଦେଖାଇଲେ ହେବନି। କାମରେ ବି ଦମ୍ ଦେଖାଅ। ଅଯୋଗ୍ୟଙ୍କ ହାତରେ ମାଳ ମାଳ ଶ୍ରମିକ କାର୍ଡ। ମାଗଣା ଚାଉଳ ଦେଇଦେଲେ ଗରିବ କି ଦାଦନ ସମସ୍ୟା ବନ୍ଦ ହେବନି। ଓଡ଼ିଶା ଲୋକ ଅଲଗା ରାଜ୍ୟକୁ ଯାଇ ବିକାଶ କରୁଛନ୍ତି। ଓଡ଼ିଶାରେ ଖଣି, ପାଣି ସବୁ ଥିବା ସତ୍ତ୍ୱେ କାହିଁକି ଘର ପରିବାର ଛାଡ଼ି ଲୋକେ ବାହାର ରାଜ୍ୟକୁ ଖଟିବାକୁ ଯିବେ ବୋଲି ପଚାରିଥିଲା କଂଗ୍ରେସ। ବିଜେଡି କହିଥିଲା, ଦାଦନ ଦୁଃଖ ଦୂର କରିବା, ଓଡ଼ିଆ ଅସ୍ମିତା କଥା କହି କ୍ଷମତାକୁ ଆସିଥିବା ବିଜେପି ସରକାରର ମନୋବୃତ୍ତି ଜଣାପଡ଼ିଗଲାଣି। ପ୍ରାୟ ୨୦ଲକ୍ଷ ଲୋକ ଦାଦନ ଯାଉଛନ୍ତି। ଦାଦନ ରୋକିବାକୁ ଟାସ୍କଫୋର୍ସ ଏବେ ସୁଦ୍ଧା କଅଣ କରିଛି। ପଶ୍ଚିମ ଓଡ଼ିଶାରେ ଦାଦନ ଅଧିକ। କିନ୍ତୁ ପଶ୍ଚିମ ଓଡ଼ିଶା ବିକାଶ ପରିଷଦକୁ ସରକାର ଟଙ୍କାଟିଏ ଦେଲେନି। ଦାଦନ ସର୍ଦ୍ଦାରଙ୍କ ସହ ସରକାରଙ୍କ ସମ୍ପର୍କ ରହିଛି।

 ବିଧାନସଭାରେ ଦାଦନ ଶ୍ରମିକ ସମସ୍ୟା ନେଇ ମୁଲତବୀ ଆଲୋଚନା ବେଶ୍ ସରଗରମ ଥିଲା।

Naxatra News is now on Whatsapp

Join and get latest news update delivered to you via whatsapp

Join Now

Leave a Reply

Your email address will not be published. Required fields are marked *