ବିଧାନସଭା ଉଦବେଗ :ବିଶୁଦ୍ଧ ପାଣି ସଙ୍କଟ

ନଦୀ ଶୁଖିଯାଉଛି। ପାଇବା ପାଣିର ଘୋର ସଙ୍କଟ ଲାଗିରହିବ। ବିଶୁଦ୍ଧ ପାଣି ମିଳୁନି। ଜଳ ସଂରକ୍ଷଣ ନେଇ କୌଣସି ଠୋସ୍ ପଦକ୍ଷେପ ନ ନେଲେ କୋଷ୍ଟାଲ ଓଡ଼ିଶାରେ ହାହାକାର ସ୍ଥିତି ଉପୁଜିବାର ଆଶଙ୍କା ରହିଛି। ଦଳମତ ନିର୍ବିଶେଷରେ ପ୍ରଶ୍ନକାଳରେ ବିଧାନସଭାରେ ଏଭଳି ଉଦବେଗ ଦେଖିବାକୁ ମିଳିଥିଲା। ବାଚସ୍ପତି ବି ଗୃହର ଉଦବେଗକୁ ସମର୍ଥନ କରିଥିଲେ। ବିଭାଗୀୟ ମନ୍ତ୍ରୀ ବି ଏଭଳି ଆଶଙ୍କାକୁ ସତ ବୋଲି କହିବା ଏହାକୁ ମୁକାବିଲା ଲାଗି ସରକାର ବିହିତ ପଦକ୍ଷେପ ନେଉଛନ୍ତି ବୋଲି ଗୃହକୁ ଆଶ୍ୱସ୍ତ କରିଛନ୍ତି।

ପାଣିର ଉତ୍ସ ସଙ୍କୁଚିତ ହେଲାଣି। ନଦୀରେ ମିଶୁଥିବା ପ୍ରଦୂଷିତ ଜଳ ବ୍ୟବହାର କରି ଚର୍ମ ରୋଗ, କ୍ୟାନସରରେ ପଡ଼ିଲେଣି ଲୋକେ। ବିଶୁଦ୍ଧ ପାଣି ଟିକଟ ପାଇଁ ଲୋକେ ସଂଘର୍ଷ କରୁଛନ୍ତି।  ସ୍ଥିତି ଏମିତି ହେଲାଣି ଯେ, ଲୋକେ ପାଣି କିଣିକି ପିଉଛନ୍ତି। ନଦୀ ନାଳ ପୋଖରୀ ଶୁଖିଯାଉଛି। ଅଣ-ମୌସୁମୀ ସମୟରେ ଅବସ୍ଥା ତ ସାଙ୍ଘାତିକ ହୋଇପଡ଼ୁଛି। ଜଳ ସଂରକ୍ଷଣ ନେଇ ଠୋସ୍ ପଦକ୍ଷେପ ନିଆଯାଉ। ମେଗା ପାଇପ ଜଳ ଯୋଗାଣ ପ୍ରକଳ୍ପରେ ଠିକାଦାରମାନେ ମନମାନି ଚଳାଇଛନ୍ତି। ଗାଁ ରାସ୍ତା ଖୋଳିଦେଇଛନ୍ତି। କାଦୁଅ ପଙ୍କରେ ଯାଇହେଉନି। ନଦୀରେ ବ୍ୟାରେଜ୍ କି ଚେକଡ୍ୟାମ୍ କରିଦେଲେ ତ ଶେଷମୁଣ୍ଡକୁ ବିଲକୁଲ ପାଣି ଯିବନି। ପ୍ରତିବର୍ଷ ଲୁଣାପାଣି ମାଡିଆସୁଛି। ଲୁଣିପାଣିରେ ଟ୍ୟୁବଓ୍ୱେଲ୍  ପାଣି ବି ଦୁଇ ବର୍ଷ ଭିତରେ ଆଉ ପିଇବା ଉପଯୁକ୍ତ ହେଉନି। ଦୟା, ଭାର୍ଗବୀରୁ ନେଇ ବୈତରଣୀ, ଖରସ୍ରୋତା ଯାଏ। ଦଳମତ ନିର୍ବିଶେଷରେ ପାଣି ସଂକଟକୁ ନେଇ ସରଗରମ ଥିଲା ବିଧାନସଭାର ପ୍ରଶ୍ନକାଳ।

ଗୃହର ଉଦବେଗକୁ ସମର୍ଥନ କରିଥିଲେ ବାଚସ୍ପତି। ପ୍ରଦୂଷଣମୁକ୍ତ ଜଳ ସଂରକ୍ଷଣ ଉପରେ ସରକାର ଧ୍ୟାନ ଦେବାକୁ ପରାମର୍ଶ ଦେଇଛନ୍ତି ବାଚସ୍ପତି। ମନ୍ତ୍ରୀ କହିଛନ୍ତି, ସେ ନିଜେ ଯାଇ ସ୍ଥିତି ପରଖିଛନ୍ତି। ବିଧାୟକମାନେ ପାଣି ସଂକଟ ନେଇ ଯେଉଁ ଆଶଙ୍କା କରୁଛନ୍ତି, ସେଥିରେ ସତ୍ୟତା ଅଛି। କିନ୍ତୁ ଜଳ ସଂରକ୍ଷଣ ବ୍ୟବସ୍ଥାକୁ ବ୍ୟବସ୍ଥିତ କରାଯିବ। ପାନୀୟ ଉପଯୋଗୀ ପାଣି ଲୋକଙ୍କୁ ଦେବାକୁ ଟ୍ରିଟମେଣ୍ଟ୍ ପ୍ଲାଣ୍ଟରେ

ବିଭିନ୍ନ ଫିଲଟରିଂ, ଟେଷ୍ଟିଂ କରାଯାଏ। ପଞ୍ଚାୟତରୁ ରାଜ୍ୟ ଯାଏ ଏଥିଲାଗି ବ୍ୟବସ୍ଥା ଅଛି। ମନ୍ତ୍ରୀ କହିଥିଲେ, ଖିଲାଫି ଏଜେନ୍ସିକୁ ଜରିମାନା କରାଯାଉଛି। ଏ କାମ ଗଲା ସରକାରରେ ଜଣେ ରାଜ୍ୟ ବାହାରର ଲୋକ ବାଣ୍ଟିଥିଲେ।

ବିଶୁଦ୍ଧ ପାଣି, ନଦୀର ଉତ୍ସ ସଙ୍କୁଚିତ ନେଇ ଗୃହରେ ସମସ୍ତଙ୍କ ସମାନ ଉଦବେଗ ପ୍ରକାଶ ଦେଖିବାକୁ ମିଳିଥିଲା।

Naxatra News is now on Whatsapp

Join and get latest news update delivered to you via whatsapp

Join Now

Leave a Reply

Your email address will not be published. Required fields are marked *