ଆସନ୍ତା ୨୧ରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇପାରନ୍ତି ଆତିଶୀ ମର୍ଲେନା

ଆସନ୍ତା ୨୧ରେ ଦିଲ୍ଲୀର ମୁଖ୍ୟମନ୍ତ୍ରୀ ଭାବରେ ଆତିଶୀ ମର୍ଲେନା ଶପଥ ଗ୍ରହଣ କରିପାରନ୍ତି । ଏଥିପାଇଁ ଦିଲ୍ଲୀ ଉପରାଜ୍ୟପାଳ ବିନୟ ସାକ୍ସେନା ରାଷ୍ଟ୍ରପତି ଏବଂ ଗୃହ ମନ୍ତ୍ରଣାଳୟକୁ ଏକ ଚିଠି ପଠାଇଛନ୍ତି। ୨୧ ସେପ୍ଟେମ୍ବର ୨୦୨୪ରେ ଆତିଶୀଙ୍କୁ ମୁଖ୍ୟମନ୍ତ୍ରୀ ଭାବରେ ଶପଥ ଗ୍ରହଣ କରିବାର ତାରିଖ ଭାବରେ ପ୍ରସ୍ତାବ ଦେଇଛନ୍ତି । ତେବେ ଶପଥ ଗ୍ରହଣ କରିବାର କୌଣସି ତାରିଖ ଆତିଶୀଙ୍କ ଦ୍ୱାରା ପ୍ରସ୍ତାବ ଦିଆଯାଇ ନାହିଁ । ୧୯୯୮ରୁ ୨୦୧୩ ପର୍ୟ୍ୟନ୍ତ ୧୫ ବର୍ଷ ଧରି ଏହି ପଦବୀରେ ରହି ଶିଲା ଦିକ୍ଷୀତ ଦିଲ୍ଲୀର ଅଧିକ ଦିନ ପର୍ଯ୍ୟନ୍ତ ମୁଖ୍ୟମନ୍ତ୍ରୀ ହେବାର ରେକର୍ଡ କରିଥିଲେ । ତେବେ ସବୁଠାରୁ କମ ସମୟ ପର୍ୟ୍ୟନ୍ତ ୧୯୯୮ରେ ସ୍ୱରାଜଙ୍କ କାର୍ଯ୍ୟକାଳ ୫୨ ଦିନ ଥିଲା । ପଶ୍ଚିମବଙ୍ଗର ମମତା ବାନାର୍ଜୀଙ୍କ ପରେ ଆତିଶୀ ଦିଲ୍ଲୀର ସର୍ବ କନିଷ୍ଠ ମୁଖ୍ୟମନ୍ତ୍ରୀ ହେବେ । ଆସନ୍ତା ଫେବ୍ରୁଆରିରେ ଦିଲ୍ଲୀ ବିଧାନସଭା ନିର୍ବାଚନ ହେବାକୁ ଥିବା ବେଳେ କେଜ୍ରିୱାଲ ଆଗୁଆ ନିର୍ବାଚନ କରାଇବାକୁ ଦାବି କରୁଛନ୍ତି । ଆପ୍‌ ସୁପ୍ରିମୋ ଅରବିନ୍ଦ କେଜ୍ରିୱାଲ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଇଛନ୍ତି ।

Naxatra News is now on Whatsapp

Join and get latest news update delivered to you via whatsapp

Join Now

Leave a Reply

Your email address will not be published. Required fields are marked *