ନିଜର ଦଳ ଗଢିବେ ଆଜାଦ!

Spread the love

ଶ୍ରୀନଗର: ଜମ୍ମୁ କାଶ୍ମୀରର ପୂର୍ବତନ ମୁଖ୍ୟମନ୍ତ୍ରୀ ଗୁଲାମ ନବୀ ଆଜାଦ କଂଗ୍ରେସର ସମସ୍ତ ପଦ ପଦବୀ ଓ ସଦସ୍ୟତାରୁ ଇସ୍ତଫା ଦେବା ପରେ କରିଛନ୍ତି ବଡ ଘୋଷଣା। ସେ କହିଛନ୍ତି, ଜମ୍ମୁ କାଶ୍ମୀର ଫେରିବି ଓ ନିଜର ଏକ ଦଳ ଗଠନ କରିବି। ବିଜେପିରେ ସାମିଲ ହେବା ଖବରକୁ ଖଣ୍ଡନ କରିଛନ୍ତି ଗୁଲାମ।

କଂଗ୍ରେସରୁ ଗୁଲାମ ନବୀ ଆଜାଦ ଇସ୍ତଫା ଦେବା ପରେ କହିଛନ୍ତି କି, ଜାତୀୟ ରାଜନୀତିରୁ ଆଞ୍ଚଳିକ ରାଜନୀତିକୁ ଫେରିବା ନେଇ ଘୋଷଣା କରିଛନ୍ତି। ଆଜାଦ କହିଛନ୍ତି, ଜମ୍ମୁ କାଶ୍ମୀର ଯିବି ଓ ସେଠାରେ ନିଜର ଏକ ଦଳ ଗଠନ କରିବି। ପରେ ଜାତୀୟସ୍ତରରେ ମଧ୍ୟ ଭାଗ୍ୟ ପରୀକ୍ଷା କରିବି।

ତେବେ ବିଜେପିରେ ସାମିଲ ହେବା ସମ୍ବନ୍ଧରେ ଗଣମାଧ୍ୟମର ପ୍ରଶ୍ନର ଉତ୍ତରରେ ଆଜାଦ କହିଛନ୍ତିକି, ମୋର ବିରୋଧୀମାନେ ତିନି ବର୍ଷ ହେଲା ଏହି କଥା କହିଆସୁଛନ୍ତି। ସେମାନେ ମୋତେ ରାଷ୍ଟ୍ରପତି ଓ ଉପରାଷ୍ଟ୍ରପତି ମଧ୍ୟ କରିଦେଇଥିଲେ। ହେଲେ ଯେତେବେଳେ ପଚରାଗଲା କେଉଁ ବିଜେପି ନେତା ସମ୍ପର୍କ କରିଥିଲେ, ସେ କହିଥିଲେ, ମୁଁ କଣ ବିଜେପିରେ ଅଛି କି, ମୋତେ ବିଜେପି ନେତା ଫୋନ କରିବେ?

ତେବେ  ମୋର ସବୁ ଦଳ ସହ ସୁସମ୍ପର୍କ ରହିଛି, ତେଣୁ ସମସ୍ତେ ମୋତେ ସମ୍ମାନ ଦେଇଥାନ୍ତି। ଗାନ୍ଧୀ ପରିବାର ସହ ମଧ୍ୟ ସମ୍ବନ୍ଧ ରହିଛି। ଏହା ଦଳୀୟ ସମ୍ବନ୍ଧ, ବ୍ୟକ୍ତିଗତ ନୁହେଁ।  ତେବେ ଦଳ ଛାଡିବା ବେଳେ ଆଜାଦ ରାହୁଲଙ୍କୁ ନେଇ ବହୁ କଟୁ ମନ୍ତବ୍ୟ ଦେବାକୁ ପଛାଇ ନାହାନ୍ତି। ସେ କହିଛନ୍ତି, ରାହୁଲ କଂଗ୍ରେସରେ ସାମିଲ ହେବା ପରଠାରୁ  ଦଳର କାର୍ଯ୍ୟଧାରାରେ ପରିବର୍ତ୍ତନ ଆସିଛି। ସେ ବରିଷ୍ଠଙ୍କୁ ସମ୍ମାନ ଦେଇ ଜାଣନ୍ତି ନାହିଁ।  

ସେ କଂଗ୍ରେସର କାର୍ଯ୍ୟ ପ୍ରଣାଳିକୁ ନଷ୍ଟ କରିଦେଇଛନ୍ତି। ସର୍ବଦା ଅନୁଭୂତିହୀନ ଲୋକଙ୍କ ଗହଣରେ ରହୁଛନ୍ତି। ଦଳର ସମସ୍ତ ନିଷ୍ପତ୍ତି ସୁରକ୍ଷା କର୍ମୀ ବ୍ୟକ୍ତିଗତ କର୍ମଚାରୀ ନେଉଛନ୍ତି। ପ୍ରଧାନମନ୍ତ୍ରୀଙ୍କ ଦ୍ବାରା ଜାରି ଅଧ୍ୟାଦେଶ ଚିରି ସେ ଦଳକୁ ଲଜ୍ଜିତ କରିଥିଲେ ବୋଲି ଆଜାଦ କହିଛନ୍ତି।

Leave a Reply

Your email address will not be published. Required fields are marked *