ସର୍ବଦଳୀୟ ବୈଠକରେ ବିବିସି ଡକ୍ୟୁମେଣ୍ଟାରୀ, ଆଦାନୀ ଷ୍ଟକ୍ସ ପ୍ରସଙ୍ଗ ଉଠାଇଲେ ବିରୋଧୀ

Spread the love

ନୂଆଦିଲ୍ଲୀ: ୩୧ ଜାନୁଆରୀରୁ ଅନୁଷ୍ଠିତ ହେବାକୁ ଥିବା ବଜେଟ ଅଧିବେଶ ପୂର୍ବରୁ ସୋମବାର କେନ୍ଦ୍ର ସରକାର ସର୍ବଦଳୀୟ ବୈଠକ ଡକାଇଥିବା ବେଳେ ବିରୋଧୀଙ୍କ ପକ୍ଷରୁ ଆଦାନୀ ଷ୍ଟକ୍ସ, ବିବିସି ଡକୁମେଣ୍ଟାରୀ ଉପରେ ପ୍ରତିବନ୍ଧକ ଓ ବିରୋଧୀ ଶାସିତ ରାଜ୍ୟଗୁଡିକରେ ରାଜ୍ୟପାଳଙ୍କ ମାତ୍ରାଧିକ ହସ୍ତକ୍ଷେପ ପ୍ରସଙ୍ଗକୁ ଉଠାଯାଇଥିଲା।

ଏହି ଅବସରରେ ବହୁ ବିରୋଧୀ ଦଳ ପକ୍ଷରୁ ଆଦାନୀ ଗ୍ରୁପର ଷ୍ଟକକୁ ନେଇ ଷ୍ଟକ ମାର୍କେଟରେ ଦେଖାଦେଇଥିବା ଅସ୍ଥିରତା ଉଠାଇ ବଜେଟ ଅଧିବେଶନରେ ଏହା ଉପରେ ଆଲୋଚନା ପାଇଁ କୁହାଯାଇଥିଲା। କାରଣ ଏହା ଦେଶର ଅର୍ଥନୀତି ସହ ସଂଶ୍ଳୀଷ୍ଟ ଥିବା ସହ ବହୁ ଲୋକଙ୍କ ସହ ଜଡିତ ରହିଥିବା କୁହାଯାଇଛି।

ଆରଜେଡି, ସିପିଆଇଏମ, ସିପିଆଇ, ଆପ, ନାସନାଲ କନଫେରେନ୍ସ ପକ୍ଷରୁ ଆଦାନୀ ମାମଲା ଉଠାଯାଇ କାହିଁ ଏହାର ଯାଞ୍ଚ ସିବିଆଇ, ଇଡି, ସିକ୍ୟୁରିଟି ଏକ୍ସଚେଞ୍ଚ ବୋର୍ଡ ଅଫ ଏକ୍ଚେଞ୍ଚ  କରୁନାହିଁ? କାହିଁ ସାଧାରଣ ଜନତାଙ୍କ ଟଙ୍କା ନିବେଶ ହୋଇଥିବା ଘଟଣାର ତଦନ୍ତ କରାଯାଉ ନାହିଁ? ଏହି ମାମଲାରେ ଗୃହରେ ଆଲୋଚନା ପାଇଁ ଦାବି କରାଯାଇଥିବା ଆପ ନେତା ସଞ୍ଜୟ ସିଂହ କହିଛ୍ତି।  ଏହା ବ୍ୟତୀତ ବିବିସି ଡକୁମେଣ୍ଟାରୀ ଉପରେ ପ୍ରତିବନ୍ଧକ ଲଗାଇ ସରକାର କଣ ହାସଲ କଲା? ଏହା କେବଳ ଅଜଥା ଉତ୍ସାହ ସୃଷ୍ଟିକରୁଥିବା ଯୁକ୍ତି କରିଛନ୍ତି ବିରୋଧୀ ବୋଲି ଟିଏମସି ନେତା ସୁଦୀପ ବନ୍ଦୋପାଧ୍ୟାୟ କହିଛନ୍ତି।

ସେହିପରି ବିଆରଏସ, ଡିଏମକେ ପରି ବିରୋଧୀ ନେତା ରାଜ୍ୟରେ ରାଜ୍ୟପାଳଙ୍କ ଅଜଥା   ହସ୍ତକ୍ଷେପ ପ୍ରସଙ୍ଗକୁ ଉଠାଇଛନ୍ତି। ଗଣତନ୍ତ୍ରରେ ସମୂହ ସହଯୋଗ ଆବଶ୍ୟକ। କିନ୍ତୁ କାହିଁ ସରକାର ଗୋଟିଏ ସରକାରକୁ ରାଜ୍ୟପାଳଙ୍କ ଦ୍ବାରା ସୃଷ୍ଟ ଅବ୍ୟବସ୍ଥା ପାଇଁ କୋର୍ଟଙ୍କ ଦ୍ବାରସ୍ଥ ହେବାକୁ ହେଉଛି?ଏହାକୁ ଟିଆରଏସ ନେତା କେ କେସଭ ରାଓ କହିଛନ୍ତି।

Leave a Reply

Your email address will not be published. Required fields are marked *