ପାଟଣାଗଡ଼ର ପର୍ଶୁରାମ ଛକ ରେ ପ୍ରବାଦପୁରୁଷ ବିଜୁ ପଟ୍ଟନାୟକଙ୍କ ପ୍ରତିମୂର୍ତ୍ତି କୁ ନିଆଁ ଲଗାଇ ଜଳାଇବା ଘଟଣା କୁ ନେଇ ବୌଦ୍ଧ ଜିଲ୍ଲା ବିଜେଡି କର୍ମକର୍ତ୍ତା ଙ୍କ ପକ୍ଷ ରୁ ପ୍ରତିବାଦ କରାଯାଇଛି । ବିଜୁ ବାବୁ ଙ୍କୁ ଏପରି ଭାବରେ ଅସମ୍ମାନ ଜଣେଇଥିବା କିଛି ଅସାମାଜିକ ଯୁବକ ଓ ରାଜନୈତିକ ବ୍ୟକ୍ତି ଙ୍କୁ ନିନ୍ଦା କରିଛି ବୌଦ୍ଧ ଜ଼ିଲ୍ଲା ବିଜେଡି । ସେପଟେ ପୂର୍ବରୁ ମଧ୍ୟ ସାଲେପୁର ରେ ଏପରି ଘଟଣା ଘଟିଥିବା ବେଳେ ବାରମ୍ବାର ବିଜୁ ବାବୁଙ୍କୁ ଏପରି ଅପମାନିତ କରୁଥିବା ଦୁର୍ବୁକ୍ତଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ନେବା ପାଇଁ ଦାବି କରିଛନ୍ତି ବିଜେଡି କର୍ମକର୍ତ୍ତା । ଯଦି ଶୀଘ୍ର ଏପରି କାର୍ଯ୍ୟ କରିଥିବା ଦୁର୍ବୁତଙ୍କୁ ଆରେଷ୍ଟ ନକରାଯାଏ ତାହାଲେ ଆଗାମୀ ଦିନରେ ଏହି ପ୍ରତିବାଦ ଆନ୍ଦୋଳନର ରୂପ ନେବା ବୋଲି କହିଛନ୍ତି ବୌଦ୍ଧ ର ପୂର୍ବତନ ବିଧାୟକ ଓ ଵର୍ତମାନ ର ବିଜେଡି ଜ଼ିଲ୍ଲା ସଭାପତି ପ୍ରଦୀପ ଅମାତ।

Naxatra News is now on Whatsapp
Join and get latest news update delivered to you via whatsapp
Join Now