ନିର୍ବାଚନ ପୂର୍ବରୁ ଜାତୀୟ ରାଜନୀତିରେ ହଇଚଇ

Spread the love

() ମନି ଲଣ୍ଡିଂରି ମାମଲାରେ ଜେଲରେ ଥିବା ମହାଠକ ସୁକେଶ ଚନ୍ଦ୍ରଶେଖରଙ୍କୁ ନେଇ ଦିଲ୍ଳୀରେ ରାଜନୈତିକ ଭୂମିକମ୍ପ। ସୁକେଶ ଦିଲ୍ଲୀ ଉପ-ରାଜ୍ୟପାଳଙ୍କୁ ଚିଠି ଲେଖି କେଜ୍ରିୱାଲଙ୍କ ମନ୍ତ୍ରୀ ସତ୍ୟେନ୍ଦ୍ର ଜୈନଙ୍କ ନାଁରେ ଆଣିଛନ୍ତି ସଙ୍ଗୀନ ଅଭିଯୋଗ। ସତ୍ୟେନ୍ଦ୍ରଙ୍କୁ ସେ ୧୦ କୋଟି ଟଙ୍କା ଦେଇଥିବା ଦାବି କରିଛନ୍ତି। ଆଗକୁ ଗୁଜୁରାଟ ନିର୍ବାଚନ ଥିବାବେଳେ ସୁକେଶଙ୍କ ଏଭଳି ଦାବିକୁ ନେଇ ରାଜନୀତି ସରଗରମ ହୋଇଛି। ସେପଟେ ବିହାରରେ ମଧ୍ୟ ନିର୍ବାଚନ ହେବାକୁ ଥିବାବେଳେ ପୁଣି ନୀତିଶଙ୍କ ଚରିତ୍ରକୁ ନେଇ ହଇଚଇ ସୃଷ୍ଟି ହୋଇଛି। ନିର୍ବାଚନରେ ଆରଜେଡିକୁ ନୀତିଶ ସାହାର୍ଯ୍ୟ ନ କରିପାରନ୍ତି ବୋଲି ଚର୍ଚ୍ଚା ହେଉଛି।

ଗୁଜୁରାଟ ନିର୍ବାଚନ ପୂର୍ବରୁ ମହାଠକର ବିସ୍ପୋରଣ। କନମ୍ୟାନ ସୁକେଶ ଚନ୍ଦ୍ରଶେଖରର ମହାଖୁଲାସା। ୨୦୦ କୋଟି ମନି ଲଣ୍ଡରିଂ ମାମଲାରେ ଜେଲରେ ଥିବା ମହାଠକ ସୁକେଶ ଚନ୍ଦ୍ରଶେଖର ଆପ୍ ମନ୍ତ୍ରୀ ସତ୍ୟେନ୍ଦ୍ର ଜୈନ ଏବଂ ଦିଲ୍ଲୀର ଜେଲ ଡିଜି ସନ୍ଦୀପ ଗୋଏଲଙ୍କ ନାଁରେ ଆଣିଛି ଗୁରୁତର ଅଭିଯୋଗ। ସୁରକ୍ଷା ଯୋଗାଇ ଦେବାକୁ ସତ୍ୟେନ୍ଦ୍ରଙ୍କୁ ସେ କୁଆଡେ ୨୦୧୭ରେ ୧୦ କୋଟି ଟଙ୍କା ଦେଇଥିବା ଦାବି କରିଛି। ଏନେଇ ଦିଲ୍ଲୀ ଉପ-ରାଜ୍ୟପାଳଙ୍କୁ ଚିଠି ଲେଖି ଜଣାଇଛି ସୁକେଶ ଚନ୍ଦ୍ରଶେଖର। ଏଥିସହ ଏହି ମାମଲାର ତଦନ୍ତ କରିବା ପାଇଁ ମଧ୍ୟ ସୁକେଶ ଏଲଜିଙ୍କୁ ନିବେଦନ କରିଛି। ସତ୍ୟେନ୍ଦ୍ରଙ୍କୁ ମୁଁ ୨୦୧୫ରୁ ଜାଣିଛି। ସତ୍ୟେନ୍ଦ୍ର ବାରମ୍ୱାର ମୋ ଠାରୁ ଟଙ୍କା ଦାବି କରୁଥିଲେ। ବିଭିନ୍ନ ପ୍ରକାର ଚାପ ପକାଇ ମୋ ଠାରୁ ୧୦ କୋଟି ଟଙ୍କା ଆଦାୟ କରିଛନ୍ତି। ଆପ୍ କୁ ମଧ୍ୟ ୫୦ କୋଟିରୁ ଅଧିକ ଟଙ୍କା ଦେଇଥିବା ଦାବି କରିଛନ୍ତି ସୁକେଶ। ଏପରିକି ଜେଲ ଡିଜି ସନ୍ଦୀପ ଗୋଏଲଙ୍କୁ ୧୨.୫୦ କୋଟି ଦେଇଥିବା ଦାବି କରିଛନ୍ତି।

ଅନ୍ୟପକ୍ଷରେ ଦିଲ୍ଳୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ସୁକେଶଙ୍କ ଅଭିଯୋଗକୁ ଖଣ୍ଡନ କରିଛନ୍ତି। ଏଭଳି ଅଭିଯୋଗ ସମ୍ପୂର୍ଣ୍ଣ କାଳ୍ପନିକ। ଗୁଜୁରାଟ ନିର୍ବାଚନ ଏବଂ ମୋର୍ବି ଦୁର୍ଘଟଣାରୁ ନଜର ହଟାଇବା ପାଇଁ ସୁକେଶ ଚନ୍ଦ୍ରଶେଖରକୁ ଭାଜପା ହତିଆର କରୁଛି ବୋଲି କ୍ରେଜିୱାଲ କହିଛନ୍ତି।  ବିଜେପି ମଧ୍ୟ ସୁକେଶ ଚିଠିର ସ୍କ୍ରିନସଟକୁ ସୋସିଆଲ ମିଡିଆରେ ସେୟାର କରିବା ସହ ଆପକୁ ସମାଲୋଚନା କରିଛି। ସୁକେଶକୁ ଠକ ଏବଂ ଆମ ଆଦମୀ ପାର୍ଟିକୁ ମହାଠକ ବୋଲି କହିବା ସହ ସୁକେଶ ଜେଲ ଭିତରୁ ଅପରାଧ ସିଣ୍ଡିକେଟ ଚଳାଉଥିବାବେଳେ ଆପ୍ ଜେଲ୍ ବାହାରେ ଅପରାଧ ସିଣ୍ଡିକେଟ୍ ଚଳାଉଛି କହିଛି ବିଜେପି। 

ଗୋଟେପଟେ ଗୁଜୁରାଟ ନିର୍ବାଚନ ପୂର୍ବରୁ ଦିଲ୍ଲୀରେ ସୁକେଶ ମହାଠକର ବିସ୍ପୋରଣ ହୋଇଥିବାବେଳେ ଅନ୍ୟପଟେ ବିହାରରେ ମଧ୍ୟ ନିର୍ବାଚନ ପୂର୍ବରୁ ହଇଚଇ ସୃଷ୍ଟି ହୋଇଛି। ନଭେମ୍ୱର ୩ ତାରିଖରେ ଦୁଇଟି ଆସନ ପାଇଁ ଉପନିର୍ବାଚନ ହେବାକୁ ଯାଉଛି। ମୋକାମା ଓ ଗୋପାଳଗଞ୍ଜ ଆସନ ପାଇଁ ନିର୍ବାଚନ ହେବ। ମୁଖ୍ୟମନ୍ତ୍ରୀ ନୀତିଶ କୁମାରଙ୍କ ଅଧିନରେ ଶାସକ ମହାମେଣ୍ଟ ପ୍ରତି କେତେ ସମର୍ଥନ ରହିଛି, ତାହା ଏହି ନିର୍ବାଚନରୁ ଜଣାପଡିବ। କିନ୍ତୁ ଆରଜେଡି ପ୍ରାର୍ଥୀଙ୍କୁ ନୀତିଶ ଚାହୁଁନଥିବା ମନେ ହେଉଛି। କାରଣ ଆରଜେଡିର ସଂଖ୍ୟା ବଢିଗଲେ ତାଙ୍କ ଗାଦି ପ୍ରତି ବିପଦ ଥିବା ସେ ଆଶଙ୍କା କରୁଛନ୍ତି। ଯଦି ଆରଜେଡିର ସଂଖ୍ୟା ୮୧ରେ ପହଞ୍ଚିଯାଏ, ତେବେ ସେମାନେ ଆଉ ନୀତିଶଙ୍କ ନିୟନ୍ତ୍ରଣରେ ରହିନପାରନ୍ତି। ଅନ୍ୟ ଦଳଙ୍କ ସମର୍ଥନ ନେଇ ନୀତିଶଙ୍କୁ ଛାଡି ତେଜସ୍ୱୀ ଯାଦବ ମୁଖ୍ୟମନ୍ତ୍ରୀ ହୋଇଯାଇପାରନ୍ତି ବୋଲି ଆଶଙ୍କା କରାଯାଉଛି।

ପ୍ରେମଲତା ବାରିକଙ୍କ ରିପୋର୍ଟ

Leave a Reply

Your email address will not be published. Required fields are marked *