ସିନିଅର ସିଟିଜେନ ସେଲ ଉପସଭାପତି ପଦରୁ ଦେବାଶିଷ ସାମନ୍ତରାୟ ଇସ୍ତଫା ଦେବା ପରେ ଭୂପିନ୍ଦର ସିଂ ଙ୍କ ପ୍ରତିକ୍ରିୟା ।ବିଜୁ ପଟ୍ଟନାୟକଙ୍କ ଆଦର୍ଶରେ ଆଉ ଦଳ ଚାଲୁନି । ନିର୍ବାଚନ ସମୟରେ ବିଜୁ ପଟ୍ଟନାୟକ ପୋଷ୍ଟର ଦେଖିବାକୁ ମିଳିଲାନି। ଉପନିର୍ବାଚନରେ ବି ସମାନ କଥା ଦେଖିବାକୁ ମିଳିଲା। ବିଜୁ ପଟ୍ଟନାୟକଙକ ନାଁରେ ଦଳ ହେଲା ବୋଲି ଲୋକଙ୍କ ଆସ୍ଥା ରହିଲା।ବିଜୁ ପଟ୍ଟନାୟକ ନାଁ ହଟା ଯିବା ପରଠୁ ପରାଜୟ ଆରମ୍ଭ ହୋଇଛି। ବିଜୁ ଙ୍କୁ ଛାଡି ଦଳର ପରିକଳ୍ପନା ସମ୍ଭବ ନୁହେଁ। ଦଳ ଯିଏ ତିଆରି କଲେ ଏବେ ସେମାନେ କେଉଁଠି ନାହାଁନ୍ତି। ଉପନିର୍ବାଚନ ସମୟରେ ପ୍ରାର୍ଥୀ ଚୟନ ସମୟରେ କାହାର ମତାମତ ନିଆ ଗଲାନି। ଏବେ ଉତ୍ତରାଧିକାରୀର କିଛି ଆବଶ୍ୟକତା ନାହିଁ। କିନ୍ତୁ ନବୀନଙ୍କ ନେତୃତ୍ୱରେ ଦଳ କିପରି ଆଗକୁ ବଢିବ ସେ ନେଇ ଚିନ୍ତା କରିବା ଆବଶ୍ୟକ। ନବୀନଙ୍କୁ ଯେଉଁ ମାନେ ଲିଡର ବୋଲି ଭାବିଲେ ସେମାନେ ଆଉଟ୍ ହେବା ଭଳି ସ୍ଥିତି। ନବୀନ ପଟ୍ଟନାୟକ ଦଳର ନେତୃତ୍ବ ନିଅନ୍ତୁ, ସେ ସବୁ କିଛି ବୁଝନ୍ତୁ ସେକଥା ବରିଷ୍ଠ ନେତା ମାନେ ଚାହୁଁ ଥିଲେ। କିନ୍ତୁ ବରିଷ୍ଠ ନେତା ମାନେ ସାଇଡ ଲାଇନ ହୋଇଛନ୍ତି।
Naxatra News is now on Whatsapp
Join and get latest news update delivered to you via whatsapp
Join Now