୨୦୨୪କୁ ଦୃଷ୍ଟିରେ ରଖି ବିଜେପିର ବୈଠକ

Spread the love

ନୂଆଦିଲ୍ଲୀ: ଦିଲ୍ଲୀ ବିଜେପି ମୁଖ୍ୟାଳୟରେ ବିଜେପିର ଗୁରୁତ୍ବପୂର୍ଣ୍ଣ ବୈଠକ । ୨୦୨୪ ସାଧାରଣ ନିର୍ବାଚନକୁ ଦୃଷ୍ଟିରେ ରଖି ଏହି ବୈଠକ ବସିଥିବା ସୂଚନା ମିଳିଛି । ବୈଠକରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଜାତୀୟ ସଭାପତି ଜେ.ପି ନଡ୍ଡା . ଦଳର ସାଧାରଣ ସମ୍ପାଦକ ବିଏ.ଏଲ ସନ୍ତୋଷ ସମସ୍ତ ବିଜେପି ଶାସିତ ରାଜ୍ୟର ମୁଖ୍ୟମନ୍ତ୍ରୀ ଓ ଉପମୁଖ୍ୟମନ୍ତ୍ରୀ ଉପସ୍ଥିତ ଅଛନ୍ତି । ନିର୍ବାଚନ ମୁକାବିଲ ପାଇଁ ଏହି ବୈଠକ ବସିଥିଲା । ବିରୋଧୀ , ବେରୋଜଗାର, ମାନ୍ଧାବସ୍ଥା . ଚାଷୀ ପ୍ରସଙ୍ଗ ଆଦିକୁ ନେଇ ବିଭିନ୍ନ ପ୍ରସଙ୍ଗକୁ ନେଇ ସରକାରଟାର୍ଗେଟ କରୁଛନ୍ତି ବିରୋଧୀ । ଏପରି ପରିସ୍ଥିତିରେ ଏ ସବୁକୁ କିପରି ମୁକାବିଲା କରାଯିବ ଏବଂ ଭୋଟରଙ୍କ ଆଗରେ କିପରି ଦଳ ସପକ୍ଷାରେ ଅନୁକୁଳ ବାତାବରଣ ସୃଷ୍ଟି କରାଯିବ ସେ ନେଇ ବୈଠକରେ ରଣନୀତି ପ୍ରସ୍ତୁ କରାଯିବା କଥା କୁହାଯାଇଛି । ଏହି ବୈଠକରେ ଦଳର ବିଭିନ୍ନ ମୋର୍ଚ୍ଚାର ସଦସ୍ୟ ମାନେ ଉପସ୍ଥିତ ଥିଲେ ।

ସ୍ମରଜିତ ଆର୍ଯ୍ୟଙ୍କ ଖବର

Leave a Reply

Your email address will not be published. Required fields are marked *