ବିବାଦୀୟ ବୟାନ ଦେଇ ଦଳରୁ ନିଲମ୍ବିତ ଟି ରାଜା

Spread the love

ନୂଆଦିଲ୍ଲୀ: ପ୍ରଫେଟ ମହମ୍ମଦଙ୍କ ଉପରେ ବିବାଦୀୟ ବୟାନକୁ ନେଇ ବିଜେପି କେନ୍ଦ୍ରୀୟ ଶୃଙ୍ଖଳା କମିଟି ତେଲେଙ୍ଗାନାର ବିଜେପି ବିଧାୟକ ଟି ରାଜାଙ୍କୁ ଦଳରୁ ନିଲମ୍ବିତ କରିଛି। ଏହା ପୂର୍ବରୁ ଆଜି ତାଙ୍କୁ ଗିରଫ କରାଯାଇଛି। ତାଙ୍କ ବିରୋଧରେ ଦାବିରପୁରା ଥାନାରେ ଆଇପିସିର ଧାରା ୧୩ଏ, ୨୯୫, ୫୦୫ରେ ଏଫଆଇଆର ଦାୟର କରାଯାଇଛି।

ତେଲେଙ୍ଗାନାର ବିଜେପି ନେତା ଟି ରାଜାଙ୍କ ମହମ୍ମଦଙ୍କୁ ନେଇ ବିବାଦୀୟ ବୟାନ ପରେ ତାଙ୍କୁ ଦଳରୁ ନିଲମ୍ବନ କରିଛି କେନ୍ଦ୍ରୀୟ ଶୃଙ୍ଖଳା କମିଟି। ଏପରି ବୟାନ ଦଳର ନୀତି ଆଦର୍ଶର ବିରୋଧାଚରଣ ବୋଲି କହିଛନ୍ତି କମିଟର ଅଧ୍ୟକ୍ଷ ଓମ ପାଠକ।  ପାଠକଙ୍କ ଦ୍ବାରା ଜାରି ଚିଠିରେ ଉଲ୍ଲେଖ ରହିଛି କି,  ବିଭିନ୍ନ ପ୍ରସଙ୍ଗରେ ଦଳର ଆଦର୍ଶର ବିରୋଧାଚରଣ ପୂର୍ବକ ଦଳୀୟ ସମ୍ବିଧାନର ଉଲ୍ଲଙ୍ଘନ କରାଯାଇଛି। ତେଣୁ ତାଙ୍କୁ ଦଳର ସଦସ୍ୟ ପଦ ତଥା ତାଙ୍କୁ ଯଦି କୌଣସି ପଦରେ ନିଯୁକ୍ତ କରାଯାଇଥିବ ସେଥିରୁ ତତ୍‌କ୍ଷଣାତ ନିଲମ୍ବର କରାଯାଉଛି ପରବର୍ତ୍ତୀ ନିର୍ଦ୍ଦେଶ ପର୍ଯ୍ୟନ୍ତ। ଏଥିସହ ତାଙ୍କୁ କାରଣ ଦର୍ଶାଇବାକୁ ୧୦ ଦିନ ଦିଆଯାଇଛି।

ରାଜା ଏକ ୧୦ ମିନିଟର ଭିଡିଓ ଜାରି କରି ପ୍ରଫେଟ ମହମ୍ମଦଙ୍କ ବିରୋଧରେ ବୟାନ ଦେଇଛନ୍ତି। ଏହାକୁ ନେଇ ମୁସଲମାନ ସମ୍ପ୍ରଦାୟ ପକ୍ଷରୁ ଘୋର ବିରୋଧ କରାଯାଇଥିଲା। ଏହାକୁ ନେଇ ରାଜ୍ୟରେ ଆଇନ ଶୃଙ୍ଖଳା ପରିସ୍ଥିତି ସୃଷ୍ଟି ଭୟରେ ବିଭିନ୍ନ ସମ୍ବେଦନଶୀଳ ସ୍ଥାନରେ ପୁଲିସ ମୁତୟନ କରାଯାଇଛି।

ଏହା ପୂର୍ବରୁ ବିଜେପି ମୁଖପାତ୍ର ନୁପୂର ଶର୍ମା ଓ ନବୀନ ଜିନ୍ଦଲ ମଧ୍ୟ ପ୍ରଫେଟଙ୍କ ବିରୋଧରେ ବୟାନ ଦେବାରୁ ସେମାନଙ୍କୁ ଦଳରୁ ନିଲମ୍ବିତ କରାଯାଇଥିଲା।

Leave a Reply

Your email address will not be published. Required fields are marked *