ଏମସି ଅଫିସରେ ଅତିରିକ୍ତ କମିଶନରଙ୍କୁ ମାଡ଼ମାରିବା ଘଟଣାରେ ବିଜେପି ଦଳରୁ ୫ ଜଣଙ୍କୁ ସସପେଣ୍ଡ କରାଯାଇଛି ।କର୍ପୋରେଟର ଅପରୂପ ନାରାୟଣ ରାଉତ ସସପେଣ୍ଡ । ରଶ୍ମି ରଞ୍ଜନ ମହାପାତ୍ର, ଦେବାଶିଷ ପ୍ରଧାନଙ୍କୁ ସସପେଣ୍ଡ କରାଯାଇଛି ।ସଚିକାନ୍ତ ସ୍ୱାଇଁ ଓ ସଞ୍ଜୀବ ମିଶ୍ରଙ୍କୁ ମଧ୍ୟ ଦଳରୁ ନିଲମ୍ବନ କରାଯାଇଛି । ବିଜେପିର ପ୍ରାଥମିକ ସଦସ୍ୟ ପଦରୁ ରାଜ୍ୟ ସଭାପତି ଶ୍ରୀ ମନମୋହନ ସାମଲ ନିଲମ୍ବନ କରିଛନ୍ତି ।
ବିଏମସି କାର୍ଯ୍ୟାଳୟରେ ବିଶୃଙ୍ଖଳା ସମ୍ପୃକ୍ତି ଅଭିଯୋଗରେ ଦଳ ପକ୍ଷରୁ ଏମାନଙ୍କୁ ନିଲମ୍ବନ କରାଯାଇଛି ।ଏହାକୁ ପ୍ରତିବାଦ କରି ଆଜି ବିଏମସି କର୍ମଚାରୀମାନେ କଳା ବ୍ୟାଚ ବାନ୍ଧି କାର୍ଯ୍ୟ ବନ୍ଦ ଡାକରା ଦେଇଛନ୍ତି। ଏହାକୁ ନେଇ ରାଜ୍ୟ ରାଜନୀତି ମଧ୍ୟ ବେଶ ସରଗରମ ହେବାରେ ଲାଗିଛି ।

Naxatra News is now on Whatsapp
Join and get latest news update delivered to you via whatsapp
Join Now