କର୍ଣ୍ଣାଟକ ସରକାର ଫେରାଇନେଲା ୩୦ ମାମଲା

Spread the love

ବେଙ୍ଗାଲୁରୁ: କର୍ଣ୍ଣାଟକରେ ବୋମଇ କ୍ୟାବିନେଟ ୨୦୧୯ରେ ଦାୟର ହୋଇଥିବା ୩୦ ମାମଲାକୁ ଫେରାଇ ନେଇଛି। କର୍ଣ୍ଣାଟକ ସଂସଦୀୟ ବ୍ୟାପାର ମନ୍ତ୍ରୀ ମଧୁ ସ୍ୱାମୀ କ୍ୟାବିନେଟରେ ନିଆଯାଇଥିବା ନିଷ୍ପତ୍ତି ଉପରେ କହିଛନ୍ତି କି, ଫେରସ୍ତ ନିଆଯାଇଥିବା ମମଲାରେ କଂଗ୍ରେସ କର୍ମକର୍ତ୍ତାଙ୍କ ଉପରେ ଥିବା ମମଲା ମଧ୍ୟ ରହିଛି। ଏହା ବ୍ୟତୀତ କ୍ୟାବିନେଟରେ ଆରଏସଏସ ସହ ଜଡିତ ଜନ ସେବା ଟ୍ରଷ୍ଟକୁ ୩୩ ଏକର ଜମିନ ଦେବାର ନିଷ୍ପତ୍ତି ହୋଇଛି।

ଆଇନ ଓ ସଂସଦୀୟ କାର୍ଯ୍ୟମନ୍ତ୍ରୀ ମଧୁ ସ୍ୱାମୀ କହିଛନ୍ତି କି, ଆମେ ଯେଉଁ ମକଦମାକୁ ଫେରାଇ ନେଇଛୁ, ସେଥିରେ ଅନେକ କଂଗ୍ରେସ କର୍ମକର୍ତ୍ତା ମଧ୍ୟ ରହିଛନ୍ତି। ଆମେ ଗୋଟିଏ ଦଳ ଓ ଗୋଟିଏ ସଂଗଠନର ଲୋକଙ୍କ ମକଦମାକୁ କେବଳ ଫେରାଇ ନିଆଯାଇ ନାହିଁ, । ଆମକୁ ଜଣା ନାହିଁ କେଉଁଟା କଂଗ୍ରେସ ଓ କେଉଁଟା ବିଜେପି କର୍ମକର୍ତ୍ତାଙ୍କର ରହିଛି। ଜନହୀତ ମାମଲା ଫେରସ୍ତ ହୋଇଛି। ଏହି ସବୁ ମାମଲା ଡିପ୍ପୋଜାଲ ଷ୍ଟେଜରେ ରହିଛି।

କୌଣସି ବି ଗୁରୁତର ଅଭିଯୋଗକୁ ଫେରାଯାଇ ନାହିଁ। ଏହା ସହ କ୍ୟାବିନେଟ ଆରଏସଏସ ସହ ଜଡିତ ସେବା ଟ୍ରଷ୍ଟକୁ ୩୩ ଏକର ଜମି ଦେବାକୁ ନିଷ୍ପତ୍ତି ହୋଇଛି।

Leave a Reply

Your email address will not be published. Required fields are marked *