ତେଜସ୍ବୀଙ୍କ ଜାମିନ ରଦ୍ଦ କରିବାକୁ ସିବିଆଇର ଅପିଲ

Spread the love

ନୂଆଦିଲ୍ଲୀ: ତେଜସ୍ବୀ ଯାଦବଙ୍କୁ ଦିଆଯାଇଥିବା ଜାମିନକୁ ରଦ୍ଦ କରିବାକୁ ସିବିଆଇ ଦିଲ୍ଲୀର ବିଶେଷ କୋର୍ଟର ଦ୍ବାରସ୍ଥ ହୋଇଛି। କୋର୍ଟରେ ସିବିଆଇ ପକ୍ଷରୁ କୁହାଯାଇଛି କି, ତେଜସ୍ବୀ ଜାମିନର ସର୍ତ୍ତ ଉଲ୍ଲଙ୍ଘନ କରିଥିବାରୁ ତାଙ୍କ ଜାମିନକୁ ରଦ୍ଦ କରାଯାଉ। ତେଜସ୍ବୀ ଏକ ସାମ୍ବାଦିକ ସମ୍ମିଳନୀରେ ସିବିଆଇ ଅଧିକାରୀଙ୍କୁ ଧମକ ଦେବା ପରେ ସିବିଆଇ ଏପରି ଅଭିଯୋଗ କରିଛି।

୨୫ ଅଗଷ୍ଟରେ ଏକ ସାମ୍ବାଦିକ ସମ୍ମିଳନୀ କରି ତେଜସ୍ବୀ କହିଥିଲେ କି, କଣ ସିବିଆଇ ଅଧିକାରୀଙ୍କର ମା ଓ ପିଲା ନାହାନ୍ତି। କଣ ସେମାନଙ୍କର ପରିବାର ନାହିଁ? କଣ ସବୁ ଦିନ ସେମାନେ ସିବିଆଇ ଅଧିକାରୀ ରହିଥିବେ, କେବେ ଅବସର ନେବେ ନାହିଁ କି କଣ ସବୁ ଦିନ ଏହି ସରକାର ସତ୍ତାରେ ରହିଥିବ? କଣ ସନ୍ଦେଶ ଆପଣ ଦେବାକୁ ଚାହୁଁ ଛନ୍ତି?। ଆପଣମାନଙ୍କୁ ସମ୍ବିଧାନିକ ସଂଗଠନ ମଧ୍ୟରେ କର୍ତ୍ତବ୍ୟ ସମ୍ପାଦନ କରିବାର ଆବଶ୍ୟକତା ରହିଛି।

ସିବିଆଇ ଜାମିନ ଆବେଦନ ରଦ୍ଦ କରିବା ଆବେଦନ  ଉପରେ କହିଛନ୍ତି, ତେଜସ୍ବୀ ଯାଦବ  ସିବିଆଇ ଅଧିକାରୀମାନଙ୍କୁ ଧମକ ଦେଇଛି, ଯେଉଁଥିରେ ଯାଞ୍ଚ ପ୍ରଭାବିତ ହୋଇପାରେ।ଏହା ଜାମିନ ସର୍ତ୍ତର ଉଲ୍ଲଂଘନ ବୋଲି ସିବିଆଇ କହିଛନ୍ତି।

Leave a Reply

Your email address will not be published. Required fields are marked *