ନୂଆଦିଲ୍ଲୀ: କେଜରିୱାଲ ସରକାରଙ୍କୁ ପୁଣି ଏକ ଝଟକା। ଦିଲ୍ଲୀ ପରିବହନ ନିଗମ ଦ୍ୱାରା ହୋଇଥିବା ଲୋ ଫ୍ଲୋର ବସ୍ କିଣା ଦୁର୍ନୀତି ଅଭିଯୋଗ ମାମଲା ସିବିଆଇକୁ ହସ୍ତାନ୍ତର କରିବା ପ୍ରସ୍ତାବକୁ ମଞ୍ଜୁରୀ ଦେଇଛନ୍ତି ଦିଲ୍ଲୀ ଉପ-ରାଜ୍ୟପାଳ ବିନୟ କୁମାର ସକ୍ସସେନା । ଜଣେ ଅଧକାରୀଙ୍କ ବୟାନ ଅନୁସାରେ ଉପ-ରାଜ୍ୟପାଳଙ୍କ ଅଫିସରେ ବସ କିଣା ଦୁର୍ନୀତି ନେଇ ଏକ ଅଭିଯୋଗ ହୋଇଥିଲା ।
ପୂର୍ବରୁ ସିବିଆଇ ଦିଲ୍ଲୀର ଉପ-ମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆଙ୍କ ଘର ଏବଂ ଅନ୍ୟ ଠିକଣାରେ ଚଢ଼ାଉ କରିଥିଲା । ଯାହାପରେ ଦୁଇ ପାର୍ଟି ଜଣେ ଜଣଙ୍କ ଉପରେ ଦୁର୍ନୀତି ନେଇ ଅଭିଯୋଗ ଉଠାଇଥିଲେ । ବିଜେପି ଦିଲ୍ଲୀ ସରକାରଙ୍କ ଉପରେ କେବଳ ମଦ୍ୟପାନ ନୀତି ନୁହେଁ ଏହା ସହିତ ଶିକ୍ଷା କ୍ଷେତ୍ରରେ ମଧ୍ୟ ଦୁର୍ନୀତି ହୋଇଥିବା ଅଭିଯୋଗ ଆଣିଥିଲା ।
ଗତମାସରେ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲ ଅଭିଯୋଗ ଆଣିଥିଲେ ଯେ, ବିଜେପି ଦିଲ୍ଲୀର ନିର୍ବାଚିତ ସରକାରକୁ ଭାଙ୍ଗିବା ପାଇଁ ପ୍ରୟାସ କରୁଛି । ଆପର ବିଧାୟକଙ୍କୁ କିଣିବା ପାଇଁ ବିଜେପି ୮ ଶହ କୋଟି ଟଙ୍କା ରଖିଥିବା କେଜରିୱାଲ ଦାବି କରିଥିଲେ । ଖାଲି ସେତିକି ନୁହେଁ ସରକାର ଭାଙ୍ଗିବା ପ୍ରୟାସ ବିଜେପିର ବିଫଳ ହୋଇଛି ବୋଲି ବିଧାନସଭାରେ ଶକ୍ତି ପରୀକ୍ଷଣ କରି ବହୁମତ ସାବ୍ୟସ୍ତ କରିଥିଲେ କେଜରିୱାଲ।
Naxatra News is now on Whatsapp
Join and get latest news update delivered to you via whatsapp
Join Now