କେନ୍ଦ୍ର ଖୋଲାଖୋଲି ଅଳ୍ପସଂଖ୍ୟକ ବିରୋଧୀ ନୀତି ପ୍ରଦର୍ଶନ କରୁଛି

Spread the love

ନୂଆଦିଲ୍ଲୀ: କଂଗ୍ରେସର ବରିଷ୍ଠ ନେତା ତଥା ପୂର୍ବତନ କେନ୍ଦ୍ର ଅର୍ଥମନ୍ତ୍ରୀ ପି ଚିଦାମ୍ବରମ କେନ୍ଦ୍ର ଉପରେ ଆଣିଛନ୍ତି ସାଙ୍ଘାତିକ ଅଭିଯୋଗ। ସରକାର ନିଜର ଅଳ୍ପସଂଖ୍ୟକ ବିରୋଧୀ ନୀତିର ସାର୍ବଜନୀନ ପ୍ରଦର୍ଶନ କରୁଛି। ମୌଲାନା ଆଜାଦ ନାସନାଲ ଫେଲୋସିପ କେନ୍ଦ୍ର ଦ୍ବାରା ରଦ୍ଦ ହେବା ପରେ ଚିଦାମ୍ବରମ ଏହି ଅଭିଯୋଗ ଆଣିଛନ୍ତି।

ସୂଚନାଯୋଗ୍ୟ, ଲୋକସଭାରେ ଏକ ପ୍ରଶ୍ନର ଲିଖିତ ଉତ୍ତରରେ ଅଳ୍ପସଂଖ୍ୟକ ବ୍ୟାପାର ମନ୍ତ୍ରୀ ସ୍ମୃତି ଇରାନୀ କହିଥିଲେ କି, ଉଚ୍ଚ ଶିକ୍ଷା ପାଇଁ ମୌଲାନା ଆଜାଦ ନାସନାଲ ଫେଲୋସିପ ପରି ବିଭିନ୍ନ ଯୋଜନା ଚାଲିଛି। ତେଣୁ ସରକାର ୨୦୨୨-୨୩ ଆର୍ଥିକ ବର୍ଷରେ ମୌଲାନା ଆଜାଦ ନାସନାଲ ଫେଲୋସିପକୁ ରଦ୍ଦ କରିବାକୁ ନିଷ୍ପତ୍ତି ନେଇଛି।

କେନ୍ଦ୍ରର ଏହି ନିଷ୍ପତ୍ତିକୁ ଟାର୍ଗେଟ କରି ପୂର୍ବତନ କେନ୍ଦ୍ର ମନ୍ତ୍ରୀ ପି ଚିଦାମ୍ବରମ ଟ୍ବିଟ କରି କହିଛନ୍ତି କି, ଅଳ୍ପସଂଖ୍ୟକ ଛାତ୍ରଛାତ୍ରୀଙ୍କ ପାଇଁ ମୌଲାନା ଆଜାଦ ନାସନା ଫେଲୋସିପ ଓ ବିଦେଶରେ ପାଠ ପଢିବାକୁ ଶିକ୍ଷା ଋଣ ଉପରେ ଦିଆଯାଉଥିବା ସବ୍‌ସିଡି ରଦ୍ଦକୁ ସରକାରର ନିଷ୍ପତ୍ତି ମନମୁଖୀ ଓ ତର୍କୀହୀନତାକୁ ଦର୍ଶାଉଛି।

ସେ କହିଛନ୍ତି, ସରକାର ଅଳ୍ପସଂଖ୍ୟକ ଛାତ୍ରଛାତ୍ରୀଙ୍କ ଜୀବନକୁ କଷ୍ଟଦାୟୀ କରିବା କ୍ଷେତ୍ରରେ ଦ୍ରୁତ ପଦକ୍ଷେପ ନେଉଛି ଓ ଅଳ୍ପସଂଖ୍ୟକ ବିରୋଧୀ ନୀତିକୁ ଖୋଲାଖୋଲି ପ୍ରଦର୍ଶନ କରୁଛି। ଯେମିତି ଏହା କୌଣସି ସମ୍ମାନର ପ୍ରସଙ୍ଗ। ସରକାରର ଏପରି କାର୍ଯ୍ୟକୁ ଚିଦାମ୍ବରମ ଲଜ୍ଜାଜନକ ବୋଲି କହିଛନ୍ତି।

ପୂର୍ବରୁ ଚାଲିଥିବା ବହୁ ଯୋଜନା ସମ୍ପର୍କିତ କେନ୍ଦ୍ରର ତର୍କ ଉପରେ ଚିଦାମ୍ବର କହିଛନ୍ତି, ଏହି ଫେଲୋସିପ ଓ ସବସିଡି ଥିଲା, ଯାହା ଅନ୍ୟ ଯୋଜନା ପରି ଥିଲା। ଚିଦାମ୍ବରମ ଆହୁରି ଲେଖିଛନ୍ତି କି, ମନରେଗା, ପିଏମ କିସାନ ପରି। ବୃଦ୍ଧାବସ୍ଥା ଭତ୍ତା ବି ମନରେଗା ପରି। ଏମିତି ଡର୍ଜନ ଡର୍ଜନ ଯୋଜନା ରହିଛି।

Leave a Reply

Your email address will not be published. Required fields are marked *