ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରମ ମାଝୀ ଆଜି ଲୋକସେବା ଭବନରେ ୱାର୍ଲ୍ଡ ସ୍କିଲକମ୍ପିଟେସନ୍ ରେ ଭାଗ ନେଇଥିବା ପ୍ରତିଯୋଗିତା ମାନଙ୍କୁ ସମ୍ବର୍ଦ୍ଧିତ କରିଛନ୍ତି । ଏହି ବିଶ୍ବ ସ୍ତରୀୟ ପ୍ରତିଯୋଗିତାରେ ବ୍ରୋଞ୍ଜ ପଦକ ପାଇଥିବା ଅମରେଶ ସାହୁଙ୍କୁ ମୁଖ୍ୟମନ୍ତ୍ରୀ ୨୫ ଲକ୍ଷ ଟଙ୍କା ପୁରସ୍କାର ଦେଇଥିଲେ ଏବଂ ମେଡାଲିଅନ ଫର ଏକ୍ସିଲେନ୍ସ ପାଇଥିବା ଗେଡେଲା ଅଖିଲଙ୍କୁ ୫ ଲକ୍ଷଟଙ୍କା ପୁରସ୍କାର ପ୍ରଦାନକରିଥିଲେ । ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ଓଡିଶାର ପିଲାମାନଙ୍କ ଦକ୍ଷତା ବର୍ତ୍ତମାନ ବିଶ୍ବର ଦୃଷ୍ଟିକୁ ଆସିପାରିଛି । ଆଗାମୀ ଦିନରେ ଓଡ଼ିଶା ରେ ଦକ୍ଷତା ବିକାଶକୁ ଏକ ଆନ୍ଦୋଲନରେ ପରିଣତ କରାଯିବ ।
ସେ କହିଥିଲେ ଯେ , ୨୦୩୬ ଓ ୨୦୪୭ କୁ ଦୃଷ୍ଟିରେ ରଖି ଏକ ବିକଶିତ ଓଡିଶା ଗଠନ ପାଇଁ ଆମର କାର୍ଯ୍ୟକ୍ରମ ପ୍ରସ୍ତିତ ହୋଇଛି । ଆମର ଏହି ବିକଶିତ ଓଡ଼ିଶାର ପ୍ରକୃତ ସାରଥୀ ହେବେ ଆମର ଏହି ଦକ୍ଷ ଯୁବ ଶକ୍ତି । ଆମ ଯୁବଶକ୍ତି ହିଁ ଆମ ପରିଚୟ । ସେମାନେ ଆମ ପାଇଁ ନୂଆ କ୍ରାନ୍ତି । ସେମାନେ ହିଁ ଆମ ପାଇଁ ଅଖଣ୍ଡ ବିଶ୍ବାସର ଆଧାର ।
ସୂଚନା ଯୋଗ୍ୟ ଯେ , ଫ୍ରାନ୍ସର ଲିଅନ୍ ଠାରେ ସେପ୍ଟେମ୍ବରକ ୧୦ରୁ ୧୫ ତାରିଖ ମଧ୍ୟରେ ଅନୁଷ୍ଠିତ ହୋଇଥିବା ୱାର୍ଲ୍ଡ ସ୍କିଲ କମ୍ପିଟେସନ୍ ରେ ଦେଶର ୬୦ ଜଣ ଭାଗ ନେଇଥିବା ବେଳେ ସେମାନଙ୍କମଧ୍ୟରୁ କେବଳ ଓଡ଼ିଶାରୁ ୧୫ ଜଣ ଭାଗ ନେଇଥିଲେ । ସେମାନଙ୍କ ମଧ୍ୟରୁ ଦେବଗଡ଼ ଜିଲ୍ଲାର ଗେଡେଲାଅଖିଲ ୱାଟର ଟେକନୋଲୋଜିରେ ମେଡାଲିଅନ ଫର ଏକ୍ସିଲେନ୍ସ ପାଇଛନ୍ତି ।
ଏହି ଅବସରରେ ପିଲାମାନଙ୍କୁ ଉଦ୍ବୋଧନ ଦେଇ ମୁଖ୍ୟମନ୍ତ୍ରୀ କହିଲେ ସାରା ଦେଶର ୬୦ ଜଣ ପ୍ରତିଯୋଗୀମାନଙ୍କ ମଧ୍ୟରୁ କେବଳ ଓଡିଶାରୁ ୧୫ଜଣ ଭାଗ ନେବା ଏକ ବହୁତ ବଡ ସଫଳତା। ଓଡିଶାର ପିଲାମାନଙ୍କର ଦକ୍ଷତା ଉପରେ ଥିବା ଭରସାର ଏହା ହେଉଛି ଜ୍ୱଳନ୍ତ ପ୍ରମାଣ। ଏହା ଆମ ଦକ୍ଷତାର ନୂଆ ମାନଦଣ୍ଡ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ।
ମୁଖ୍ୟମନ୍ତ୍ରୀ କହିଥିଲେ ଯେ, ଓଡ଼ିଶାର ପିଲାମାନଙ୍କ ଦକ୍ଷତା ବର୍ତ୍ତମାନ ସାରା ବିଶ୍ଵର ଦୃଷ୍ଟିକୁ ଆସି ଗଲାଣି। ଗ୍ଲୋବାଲ ଷ୍ଟେଜ ରେ ଓଡ଼ିଶା ପିଲା ମାନେ ଆୱାର୍ଡ଼ ପାଇବା ଏକ ରୁଟିନ୍ ହୋଇ ଗଲାଣି ବୋଲି ପ୍ରକାଶ କରି ସେ କହିଲେ ଯେ ଏହି ଛାତ୍ରଛାତ୍ରୀ ମାନେ ହେଉଛନ୍ତି ଆମର ଗର୍ବ। ଏହିଭଳି ଦକ୍ଷ ଯୁବକ ଯୁବତୀ ମାନେ ହିଁ ଓଡ଼ିଶା ପାଇଁ ଏକ ସୁନ୍ଦର ଭବିଷ୍ୟତ ନିର୍ମାଣ କରି ପାରିବେ। ଏହି ଭଳି ଦକ୍ଷ ଯୁବକ ଯୁବତୀମାନଙ୍କ କାନ୍ଧରେ ହିଁ ଅଛି ଏକ ନୂତନ ଓଡିଶା ଗଠନର ଗୁରୁ ଦାୟିତ୍ୱ।
Naxatra News is now on Whatsapp
Join and get latest news update delivered to you via whatsapp
Join Now