ଅର୍ଥ ଅଭାବରୁ ଆସ୍ଥା ଅଭାବ ଯାଏ ଥିବା ସମସ୍ୟା କେମିତି ସମାଧାନ ହେବ। ତା ସାଙ୍ଗକୁ ମତଭେଦ ଓ ଆଭ୍ୟନ୍ତରୀଣ କନ୍ଦଳ କେମିତି ତୁଟିବ। ଏମିତି କମିଟି ହେବ ଯେଉଁଠି ସମସ୍ତଙ୍କୁ ନେଇ ଚାଲିହେବ। ପରସ୍ପର ଭିତରେ ସମନ୍ୱୟ ରଖି ଦଳକୁ କେମିତି ସଜଡ଼ାଯିବ। ଏହାକୁ ନେଇ ସମୀକ୍ଷା କରିଛନ୍ତି ପସିସି ପ୍ରଭାରୀ ଅଜୟ ଲୁଲୁ ଓ ପିସିସି ସଭାପତି ଭକ୍ତ ଦାସ। ବିଧାୟକ, ବରିଷ୍ଠ ନେତାଙ୍କଠୁ ମତ ଲୋଡ଼ିଛନ୍ତି। ସେମାନଙ୍କ ପରାମର୍ଶ ଓ ପ୍ରସ୍ତାବ ବାବଦରେ ଅନୁଶୀଳନ ହୋଇଛି। ତୃଣମୂଳସ୍ତରରେ ଏବେ ବି କଂଗ୍ରେସର ଭୋଟବ୍ୟାଙ୍କ ଅଛି। ଏହାକୁ କେମିତି ପୁଣି ଦଳର ଖାତାକୁ ଅଣାଯିବ, ତା ଉପରେ ଫୋକସ କରି କାମ କରିବାକୁ ପଡ଼ିବ ବୋଲି ପ୍ରସ୍ତାବ ରଖିଛନ୍ତି ନେତାଏ। ଭକ୍ତଙ୍କ ଭଳି ଦକ୍ଷ ନେତା କାହା ପ୍ରତି ପାତରଅନ୍ତର କରିବେନି ବୋଲି ସମସ୍ତଙ୍କ ବିଶ୍ୱାସ ଅଛି। ସେପଟେ ଏକ ହୋଟେଲରେ ପ୍ରଭାରୀଙ୍କୁ ଭେଟିଛନ୍ତି ବରିଷ୍ଠ କଂଗ୍ରେସ ନେତା ମହମ୍ମଦ ମୋକିମ୍।
ସଂକଳ୍ପ ପଦଯାତ୍ରା ପରେ ଜଗନ୍ନାଥଙ୍କ ଆଶୀର୍ବାଦ ଓ ଜନତାଙ୍କ ବିଶ୍ୱାସ ଦଳକୁ ସୁଦୃଢ଼ କରିବ ବୋଲି କହିଛନ୍ତି ପିସିସି ସଭାପତି। ଜନସମ୍ପର୍କ ଯୋଡ଼ିବା ସହ ସମସ୍ତଙ୍କୁ ସାଙ୍ଗରେ ନେଇ କଂଗ୍ରେସକୁ ରାଜ୍ୟରେ ଏକ ଶକ୍ତିଶାଳୀ ଦଳ ଭାବେ ଗଢିବା ହେଉଛି ତାଙ୍କର ପ୍ରଥମ କାମ ବୋଲି କହିଛନ୍ତି ଭକ୍ତ। ଏହା ସହ ଅହଙ୍କାରୀ, ଜନବିରୋଧୀ ଓ ଗଣତନ୍ତ୍ରବିରୋଧୀ ସରକାର ବିରୁଦ୍ଧରେ ରାଜରାସ୍ତାରୁ ନେଇ ବିଧାନସଭା ଯାଏ ଲଢେଇ ହେବ ବୋଲି କହିଛନ୍ତି ଭକ୍ତ। ସମସ୍ତ ଛାମୁଆ ସଂଗଠନକୁ ସୁଦୃଢ଼ କରାଯିବ। କଂଗ୍ରେସ ଭବନରେ ବସିଲେ ହେବନି। ପ୍ରତି ନିର୍ବାଚନମଣ୍ଡଳୀକୁ ଯାଇ କର୍ମୀ ଓ ଜନତାଙ୍କ ସହ ସମ୍ପର୍କକୁ ମଝଭୁତ୍ କରାଯିବ।
ମାନସମନ୍ଥନ କରିଛି କଂଗ୍ରେସ। ଭକ୍ତ-ଲୁଲୁ ଯୋଡ଼ି ସମସ୍ତଙ୍କୁ ଯୋଡ଼ି କେମିତି ଦଳକୁ ଆଗକୁ ନେବେ, ତାହା ହିଁ ବଡ଼ ଆହ୍ୱାନ ସାଜିଛି।

Naxatra News is now on Whatsapp
Join and get latest news update delivered to you via whatsapp
Join Now