ପ୍ରଦେଶ କଂଗ୍ରେସ କାର୍ଯ୍ୟାଳୟରେ ପିସିସି ସଭାପତି ଭକ୍ତ ଚରଣ ଦାସଙ୍କ ଅଧ୍ୟକ୍ଷତାରେ ପଛୁଆ ବର୍ଗ ଜାତିଭିରିକ ଜନଗଣନା ଓ ସମସ୍ୟା ସଂପର୍କରେ ଆଲୋଚନା ହୋଇଥିଲା। ଏହି ଆଲୋଚନାରେ ଓଡ଼ିଶାର ବିଭିନ୍ନ ଜିଲ୍ଲାର ଓବିସି ବର୍ଗର କଂଗ୍ରେସ ନେତୃବୃନ୍ଦ ଅଂଶ ଗ୍ରହଣ କରିଥିଲେ । ଅପରାହ୍ନରେ ମହାମହିମ ରାଜ୍ୟପାଳଙ୍କୁ ପିସିସି ସଭାପତି ଓ କଂଗ୍ରେସର ବରିଷ୍ଠ ନେତୃବର୍ଗ ଏକ ସ୍ମାରକ ପତ୍ର ପ୍ରଦାନ କରାଇଥିଲେ । ଏହି ଅବସରରେ ପିସିସି ସଭାପତି ଶ୍ରୀ ଭକ୍ତଚରଣ ଦାସ କହିଥିଲେ ଯେ, ଓବିସି ଓ ଏସ୍.ସି.ବି.ସି. ଏବଂ ଏସ୍.ସି.ଏଷ୍ଟି ସଂପ୍ରଦାୟଙ୍କ ପ୍ରତି ବ୍ୟବସ୍ଥିତ ସଂରକ୍ଷଣ ଏବଂ ସାମାଜିକ ନ୍ୟାୟ ନୀତିଗୁଡ଼ିକର ତୁରନ୍ତ କାର୍ଯ୍ୟକାରୀ କରିବା ପାଇଁ ଆମେ ଦାବି କରୁଛୁ। ମୁଖ୍ୟତଃ ଓବିସି ଓ ଏସ୍.ସି.ବି.ସି ସଂପ୍ରଦାୟଙ୍କୁ ତାଙ୍କର ନ୍ୟାର୍ଯ୍ୟ ସୁଯୋଗରୁ ବଂଚିତ କରାଯାଉଛି । ବୈଷୟିକ ଶିକ୍ଷାରେ ଏସ୍.ସି.ଏଷ୍ଟିମାନଙ୍କୁ ଆଇନ ପ୍ରଦତ୍ତ ସଂରକ୍ଷଣ ଉଲଙ୍ଘନ କରାଯାଉଛି । ଆର୍ଥକ ସୁଯୋଗ ପ୍ରଦାନକାରୀ ଅନୁଷ୍ଠାନ ଗୁଡ଼ିକରେ ଏସ୍.ସି.ଏ.ଷ୍ଟି, ଓବିସି ଏବଂ ମାଇନରୋଟି ମାନଙ୍କୁ ସୁଯୋଗ ଦେବାରେ ଚରମ ଅବହେଳା ପ୍ରଦର୍ଶନ କରାଯାଉଛି । ଓଡ଼ିଶାରେ ଓବିସି ଓ ଏସ୍.ସି.ବି.ସି. ସମୁଦାୟ ଜନସଂଖ୍ୟାର ୫୪ ପ୍ରତିଶତ ହୋଇଥିଲେ ବି ସେମାନଙ୍କୁ ଶିକ୍ଷା କ୍ଷେତ୍ରରେ ଆଦୌ ସଂରକ୍ଷଣ ଦିଆଯାଉନାହିଁ। କେବଳ ଚାକିରୀ କ୍ଷେତ୍ରରେ ୧୧.୨୫ ପ୍ରତିଶତ ସଂରକ୍ଷଣ ବ୍ୟବସ୍ଥା ରହିଛି । ମାତ୍ର ଏହି ସବୁଥରେ ୨୭ ପ୍ରତିଶତ ସଂରକ୍ଷଣ ଦେବା ପାଇଁ ଆଇନରେ ବ୍ୟବସ୍ଥା ରହିଛି । ଯାହା ଫଳରେ ଏହି ବର୍ଗର ହଜାର ହଜାର ଛାତ୍ର ସେମାନଙ୍କୁ ମିଳିଥିବା ୨୭ ପ୍ରତିଶତ ସଂରକ୍ଷଣ ସୁଯୋଗ ପାଇବାରୁ ବଂଚିତ ହେଉଛନ୍ତି । ଏହି ବର୍ଗର ପ୍ରାୟ ୫୦ ହଜାର ନିଯୁକ୍ତି ଅନୁସନ୍ଧାନକାରୀ ସେମାନଙ୍କର ନ୍ୟାୟଗତ ଅଧିକାର ପାଇପାରୁନାହାନ୍ତି । ସେହିଭଳି ଓଡ଼ିଶା ଜନସଂଖ୍ୟାର ୪୦ ପ୍ରତିଶତ ଏସ୍.ସି ଓ ଏସ୍.ଟି ବର୍ଗର କିନ୍ତୁ ସେମାନେ ବୈଷୟିକ ଶିକ୍ଷା କ୍ଷେତ୍ରରେ କେବଳ ୨୦ ପ୍ରତିଶତ ସଂରକ୍ଷଣ ବ୍ୟବସ୍ଥାର ସୁବିଧା ପାଉଛନ୍ତି । ଯାହାଫଳରେ ପ୍ରାୟ ୫୦୦୦ ଏସ୍.ସି.ଏସ୍.ଟି ଛାତ୍ରଛାତ୍ରୀ ଶିକ୍ଷା କ୍ଷେତ୍ରରେ ସେମାନଙ୍କର ନ୍ୟାୟଚିତ୍ତ ସୁଯୋଗରୁ ବଂଚିତ ହୋଇପଡ଼ୁଛନ୍ତି। ସେହିଭଳି ଏସ.ସି., ଏସ୍.ଟି. ଓବିସି ଏବଂ ମାଇନୋରିଟିମାନଙ୍କର ବିଭିୟ ସଂସ୍ଥାନ ବର୍ଷ ବର୍ଷ ଧରି ଅକାମି ହୋଇପଡ଼ିଛି । ଯାହାଫଳରେ ଏହି ବର୍ଗଙ୍କର ଉଦ୍ୟୋଗ କ୍ଷେତ୍ରରେ ପ୍ରଗତି ହେଉପାରୁନାହିଁ ।

Naxatra News is now on Whatsapp
Join and get latest news update delivered to you via whatsapp
Join Now