କଂଗ୍ରେସର ଡିଏନଏ ପାକିସ୍ତାନ ସପକ୍ଷରେ: ଶିବରାଜ

Spread the love

ଭୋପାଲ: କଂଗ୍ରେସର ଡିଏନଏ ପାକିସ୍ତାନ ସପକ୍ଷରେ। ଏପରି କହିଛନ୍ତି ମଧ୍ୟପ୍ରଦେଶର ମୁଖ୍ୟମନ୍ତ୍ରୀ ଶିବରାଜ ସିଂହ ଚୌହାନ। କଂଗ୍ରେସର ବରିଷ୍ଠ ନେତା ଦିଗବିଜୟ ସିଂହଙ୍କ ପାକିସ୍ତାନ ସର୍ଜିକାଲ ଷ୍ଟ୍ରାଇକ୍ ଉପରେ ମନ୍ତବ୍ୟକୁ ନେଇ ପ୍ରତିକ୍ରିୟାଶୀଳ ଚୌହାନ ମଙ୍ଗଳବାର ପାଲଟା ବାର କରିଛନ୍ତି।

ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ ଦିଗବିଜୟଙ୍କ ସର୍ଜିକାଲ ଷ୍ଟ୍ରାଇପ ଟପ୍ପଣୀକୁ ନେଇ ମଙ୍ଗଳବାର କହିଛନ୍ତି କି, କଂଗ୍ରେସର ଡିଏନଏ ପାକିସ୍ତାନ ସପକ୍ଷବାଦୀ ଓ ଅନେକ ସମୟରେ ସେମାନେ ସର୍ଜିକାଲ ଷ୍ଟ୍ରାଇକ ଓ ଶ୍ରୀରାମଙ୍କ ଅସ୍ତିତ୍ବର ପ୍ରମାଣ ମାଗିଥାନ୍ତି। ଏବେ ଦିଗବିଜୟ ସିଂହ ଭାରତ ଯୋଡ ଯାତ୍ରାରେ ପୁଣି ସର୍ଜିକାଲ ଷ୍ଟ୍ରାଇକର ପ୍ରମାଣ ମାଗୁଛନ୍ତି। ଏପରି କରି ସେ ସୈନିକଙ୍କୁ ହତୋତ୍ସାହିତ କରୁଛନ୍ତି। ସେ ପାକିସ୍ତାନ ସହ ଥିବା ଦର୍ଶାଉଛନ୍ତି ବୋଲି ମୁଖ୍ୟମନ୍ତ୍ରୀ ଭୋପାଲରେ ଗଣମାଧ୍ୟମକୁ ଏପରି ବୟାନ ଦେଇଛନ୍ତି।

ଏଥିସହ ଏହି ବିଜେପି ନେତା ରାହୁଲ ଗାନ୍ଧୀ କିପରି ତାଙ୍କ ଯାତ୍ରାରେ ଟୁକଡେ ଟୁକଡେ ଗ୍ୟାଙ୍ଗକୁ ନିଜ ସହ ସାମିଲ କରୁଛନ୍ତି ତାକୁ ନେଇ ପ୍ରଶ୍ନ କରିଛନ୍ତି। ସେ ଆହୁରି କହିଛନ୍ତି, ମୁଁ ରାହୁଲ ଗାନ୍ଧୀଙ୍କୁ ପ୍ରଶ୍ନ କରିବାକୁ ଚାହୁଁଛି କି,ଏ କିପରି ଭାରତ ଯୋଡ ଯାତ୍ରା? ସେ ଯାତ୍ରାରେ ଟୁକଡେ ଟୁକଡେ ଗ୍ୟାଙ୍ଗକୁ ସାମିଲ କରି ସେନାର ମନୋବଳ ହ୍ରାସ କରୁଛନ୍ତି, ସେନାର ପରାକ୍ରମ ଉପରେ ପ୍ରଶ୍ନ ଉଠାଉଛନ୍ତି। ଏହା ଦେଶଭକ୍ତି ନୁହେଁ। ଏପରି କରି ସେନାର ମନୋବଳ ହ୍ରାସ କରିବା କଂଗ୍ରେସ ପକ୍ଷରେ ଉଚିତ ନୁହେଁ ବୋଲି ଚୌହାନ କହିଛନ୍ତି।

ଚୌହାନ ଆଗକୁ ଅଭିଯୋଗ କରିଛନ୍ତି, ଦିଗବିଜୟଙ୍କ ମୁଖ୍ୟମନ୍ତ୍ରୀତ୍ବ କାଳରେ ମଧ୍ୟପ୍ରଦେଶ ଷ୍ଟୁଡେଣ୍ଟ୍ସ ଇସଲାମିକ ମୁଭମେଣ୍ଟ ଅଫ ଇଣ୍ଡିଆ ବା ସିମି କବଜାରେ ରହିଥିଲା। ୨୦୧୯ ଫେବୃଆରୀ ୧୪ରେ କାଶ୍ମୀରର ପୁଲୱାମାରେ ସିଆରପିଏଫ କାରକେଡ ଉପରେ ଆତଙ୍କବାଦୀ ଆକ୍ରମଣ କରାଯାଇ ୪୪ ଯବାନଙ୍କ ହତ୍ୟା କରାଯାଇଥିଲା। ଏହାର ଜବାବରେ ଫେବୃଆରୀ ୨୬, ୨୦୧୯ରେ ଭାରତୀୟ ବାୟୁ ସେନା ପକ୍ଷରୁ ବାଲାକୋଟରେ ଥିବା ଜଏସ ଏ ମହମ୍ମଦ ଆତଙ୍କୀ କ୍ୟାମ୍ପକୁ ନଷ୍ଟ କରାଯାଇଥିଲା। ପାକିସ୍ତାନର ସମସ୍ତ ମନ୍ଦ ଉଦ୍ଦେଶ୍ୟକୁ ବାୟୁସେନା ବିଫଳ କରୁଥିବା ବେଳେ ସେନାର କାର୍ଯ୍ୟ ଉପରେ ପ୍ରଶ୍ନବାଚୀ ସୃଷ୍ଟି କରାଯାଉଥିବାକୁ ନେଇ ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ ବର୍ଷିଛନ୍ତି କଂଗ୍ରେସ ଉପରେ।

Leave a Reply

Your email address will not be published. Required fields are marked *