ଅକ୍ଟୋବରରେ କଂଗ୍ରେସ ପାଇବ ନୂଆ ସଭାପତି

Spread the love

ନୂଆଦିଲ୍ଲୀ: ବହୁ କଳ୍ପନାଜଳ୍ପନାର ଅନ୍ତ ପରେ ରବିବାର ବସିଛି  ଓ୍ୱାର୍କିଂ କମିଟି ବୈଠକ। ସଭାପତି ନିର୍ବାଚନ ପାଇଁ ତାରିଖ ଧାର୍ଯ୍ୟ ହୋଇଛି। ଆସନ୍ତା ଅକ୍ଟୋବର ୧୭ ତାରିଖରେ ହେବ ନିର୍ବାଚନ। ଅକ୍ଟୋବର ୧୯ରେ ଆସିବ ରେଜଲ୍ଟ। ଅକ୍ଟୋବର ସୁଦ୍ଧା କଂଗ୍ରେସର ମଙ୍ଗ ଧରିବେ ନୂଆ ସଭାପତି। ସେପଟେ ୭ ସେପ୍ଟମ୍ବରରୁ କନ୍ୟାକୁମାରୀରୁ କାଶ୍ମୀର କଂଗ୍ରେସ ଆରମ୍ଭ କରିବ ଭାରତ ଯୋଡ ଅଭିଯାନ।

ଆଜି ସିଡବ୍ଲୁସି ବୈଠକରେ ନିଷ୍ପତ୍ତି ହୋଇଛି କି, ସେପ୍ଟେମ୍ୱର ୨୨ରେ ପ୍ରକାଶ ପାଇବ ବିଜ୍ଞପ୍ତି୨୪ରୁ ୩୦ ସେପ୍ଟେମ୍ୱର ଭିତରେ ନାମାଙ୍କନ ଦାଖଲ କରିପାରିବେ ଆଶାୟୀଆସନ୍ତା ଅକ୍ଟୋବର ୧୭ ତାରିଖ ହେବ ନିର୍ବାଚନ। ଦୁଇ ଦିନ ପରେ ଅର୍ଥାତ ଅକ୍ଟୋବର ୧୯ରେ ଭୋଟ ଗଣତି ହେବ । ଏନେଇ ଓ୍ୱାର୍କିଂ କମିଟି ବୈଠକରେ ସଭାପତି ନିର୍ବାଚନ ପାଇଁ ଧାର୍ଯ୍ୟ ହୋଇଛି । ଅକ୍ଟୋବର ସୁଦ୍ଧା ପୂର୍ଣ୍ଣକାଳୀନ ସଭାପତି ନିର୍ବାଚିତ ହେବେ। ସୋନିଆ ଗାନ୍ଧୀଙ୍କ ଅଧ୍ୟକ୍ଷତାରେ ବସିଥିବା ଏହି ବୈଠକରେ ସଭାପତି ନିର୍ବାଚନ କାର୍ଯ୍ୟସୂଚୀର ଅନୁମୋଦନ ଦିଆଯାଇଛି। ଏହାସହ ବୈଠକରେ ଉପସ୍ଥିତ ରହି ଦଳ ପ୍ରସଙ୍ଗରେ ନିଜ ନିଜର ମତ ରଖିଛନ୍ତି ଦଳୀୟ ନେତା। ଜଣଙ୍କ ପରେ ଜଣେ ନେତା ହାତ ଛାଡିବା ପରେ ହରଡଘଣାରେ କଂଗ୍ରେସ। ଗତ ୮ ମାସରେ ୮ଜଣ ସଦସ୍ୟ ଦଳ ଛାଡିଥିବାବେଳେ ସେମାନଙ୍କ ମଧ୍ୟର ୪ଜଣ କେନ୍ଦ୍ରମନ୍ତ୍ରୀ ରହିସାରିଛନ୍ତି। ପୂର୍ବରୁ କପିଲ ସିବଲ ଇସ୍ତଫା ଦେଇଥିବା ବେଳେ ଏବେ ପୁଣି ବରିଷ୍ଠ ନେତା ଗୁଲାମନବୀ ଆଜାଦଙ୍କ ଇସ୍ତଫାକୁ ଯେମିତି ଦଳକୁ ଦୋହଲାଇ ଦେଇଛି। ଖାଲି ସେତିକି ନୁହଁ, ୫ ପୃଷ୍ଠାର ଇସ୍ତଫା ପତ୍ରରେ ଦଳର ଭିତିରି କଥାକୁ ପଦାରେ ପକାଇ ରାଜନୀତିରେ ଆଲୋଡନ ସୃଷ୍ଟି କରିଥିଲେ ଆଜାଦ।

ଦଳକୁ ଆମୁଳଚୂଳ ମଜବୁତ କରିବାକୁ ବୈଠକରେ ଆଲୋଚନା ହୋଇଛି। ୭ ସେପ୍ଟମ୍ବରରୁ କଂଗ୍ରେସ ଆରମ୍ଭ କରିବ ଭାରତ ଯୋଡ ଅଭିଯାନରାହୁଲ ଗାନ୍ଧୀଙ୍କ ଅଧ୍ୟକ୍ଷତାରେ ଏହି ୧୪୮ ଦିନିଆ ଯାତ୍ରା କାଶ୍ମୀରରେ ଶେଷ ହେବା ନେଇ ବୈଠକରେ ଆଲୋଚନା ହୋଇଛି।  ପୂର୍ବରୁ ଅଧ୍ୟକ୍ଷ ପଦ ପାଇଁ ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟଙ୍କ ନାଁ ଚର୍ଚ୍ଚାରେ ଥିବାବେଳେ ଆଜିର ବୈଠକରେ ରାହୁଲଙ୍କ ନାଁ ସୁପାରିଶ କରିଛନ୍ତି AICCର ବହୁ ସଦସ୍ୟ।

ଲିପସା ମହାପାତ୍ରଙ୍କ ରିପୋର୍ଟ

Leave a Reply

Your email address will not be published. Required fields are marked *