ଜୁଲାନରେ ଆସନରୁ ବିଜୟୀ ହେଲେ କଂଗ୍ରେସ ପ୍ରାର୍ଥୀ ଭିନେଶ ଫୋଗଟ୍

ହରିୟାଣା ବିଧାନସଭା ନିର୍ବାଚନରେ ଜୁଲାନ ନିର୍ବାଚନ ମଣ୍ଡଳୀରେ ବିଜୟୀ ହୋଇଛନ୍ତି ଭିନେଶ ଫୋଗଟ୍ । ସେ ୬ହଜାର ଭୋଟରେ ବିଜେପି ର ଯୋଗେଶ ବୈରାଗୀଙ୍କୁ ପରାସ୍ତ କରିଛନ୍ତି । ଭିନେଶ ଫୋଗଟଙ୍କୁ ମୋଟ୍ ୬୫ ହଜାର ୦୮୦ ଭୋଟ୍ ମିଳିଥିବା ବେଳେ ବିଜେପିର ଯୋଗେଶ ବୈରାଗୀଙ୍କୁ ୫୯ ହଜାର ୦୬୫ ଭୋଟ୍ ମିଳିଛି । ମିଳିଛି।ଏଥିସହ ଜୁଲନାରେ ବିଜୟ ହେଇଛନ୍ତି କୁସ୍ତି ଯୋଦ୍ଧା ତଥା ଅଲମ୍ପିକ୍‌ ‌ତାରକା ଭିନେଶ ଫୋଗଟ୍‌।ହରିଆଣା ବିଧାନସଭା ନିର୍ବାଚନରେ ଜୁଲନା ନିର୍ବାଚନମଣ୍ଡଳୀ ଏକ ପ୍ରମୁଖ ଯୁଦ୍ଧକ୍ଷେତ୍ର ଭାବରେ ଉଭା ହୋଇଥିଲା। ଭିନେଶ ପ୍ରଥମ ଥର ପାଇଁ ଏହି ଆସନରୁ ତାଙ୍କର ନିର୍ବାଚନୀ ଡେବ୍ୟୁ କରିଛନ୍ତି। କଂଗ୍ରେସ ସଭାପତି ମଲ୍ଲିକାର୍ଜୁନ ଖଡ଼ଗେଙ୍କୁ ଭେଟି ଗତ ସେପ୍ଟେମ୍ବରରେ କଂଗ୍ରେସରେ ଯୋଗ ଦେଇଥିଲେ ଭିନେଶ ଫୋଗଟ୍‌। ଭିନେଶ ଫୋଗାଟ ଏବଂ ବଜରଙ୍ଗ ପୁନିଆ ମଲ୍ଲିକାର୍ଜୁନ ଖଡ଼ଗେଙ୍କୁ ଭେଟିବା ପୂର୍ବରୁ ରେଳ ଚାକିରିରୁ ଇସ୍ତଫା ଦେଇଥିଲେ।

ଜିନ୍ଦ ଜିଲ୍ଲାରେ ଅବସ୍ଥିତ ଏହି ଆସନଟିରୁ ଅଲମ୍ପିକ ଖେଳାଳି ଓ କୁସ୍ତି ଯୋଦ୍ଧା ଭିନେଶ ଲଢ଼ିବା ପରଠାରୁ ଏହା ବିଶେଷ ଧ୍ୟାନକୁ ଆସିଥିଲା। ପୂର୍ବତନ ବାଣିଜ୍ୟିକ ପାଇଲଟ୍ ତଥା ବିଜେପିର କ୍ୟାପଟେନ ଯୋଗେଶ ବୈରାଗୀଙ୍କଠାରୁ ଫୋଗେଟ୍ କଡ଼ା ପ୍ରତିନ୍ଦ୍ବନ୍ଦ୍ବିତାର ସମ୍ମୁଖୀନ ହୋଇଥିଲେ।

Naxatra News is now on Whatsapp

Join and get latest news update delivered to you via whatsapp

Join Now

Leave a Reply

Your email address will not be published. Required fields are marked *