ନବ ଦାସଙ୍କ ହତ୍ୟା ପ୍ରସଙ୍ଗରେ ମୁହଁ ଖୋଲିଲେ ଝିଅ ଦୀପାଳି। କହିଲେ, ‘ଗତ ବିଧାନସଭାରେ ୨ ଜଣ ବିଧାୟକ ଏହି ପ୍ରସଙ୍ଗ ଉଠାଇଥିଲେ’। ‘ମୁଁ କାହିଁକି CBI ତଦନ୍ତ ଦାବି କରୁନି ବୋଲି ଗଣମାଧ୍ୟମରେ କହୁଛନ୍ତି’। ‘ମୋହନ ସରକାରଙ୍କୁ ଅନୁରୋଧ CBI ତଦନ୍ତ କରାଇବେ କି ? ଏଭଳି ଏକ ପ୍ରତିକ୍ରିୟା ଦେଇଛନ୍ତି ପୂର୍ବତନ ବିଧାୟିକା ଦୀପାଲି ଦାସ ତଥା ପୂର୍ବତନ ମନ୍ତ୍ରୀ ସ୍ବର୍ଗତ ନବ କିଶୋର ଦାସଙ୍କ ଝିଅ ଦୀପାଲି ଦାସ। ସେ କହିଛନ୍ତି ଯେ, ରାଜ୍ୟ ଓ କେନ୍ଦ୍ରଙ୍କ ହରେ ସରକାର ରହିଛି, ଯଦି ସେ ମୋ ବାପାଙ୍କ ହତ୍ୟାକାଣ୍ଡର CBI ତଦନ୍ତ ଚାହୁଁଛନ୍ତି ତେବେ ସେ ଏହାର CBI ତଦନ୍ତ ଆରମ୍ଭ କରନ୍ତୁ କିନ୍ତୁ ତାଙ୍କ ବିଧାୟକମାନେ ମତେ ଏଭଳି କଥା ବାରମ୍ବାର କହି ଆହତ କରନ୍ତୁ ନାହିଁ। ଗତ କିଛିଦିନ ତଳେ ମୋ ଭାଇକୁ କେଉଁ କାରଣରେ ଛତିଶଗଡ଼ ଥାନାରେ ଅଟକ ରଖିଥିଲେ, କେଉଁ କାରଣରେ ତାଙ୍କ ନାଁରେ ମାମଲା ରୁଜୁ କରିଥିଲା ଛତିଶଗଡ଼ ପୋଲିସ। ଏହାର ଉତ୍ତର ଦେବେ କି ରାଜ୍ୟ ସରକାର ବୋଲି କହିଛନ୍ତି ପୂର୍ବତନ ବିଧାୟିକା ଦୀପାଲି ଦାସ।

Naxatra News is now on Whatsapp
Join and get latest news update delivered to you via whatsapp
Join Now