ଶାନ୍ତିସ୍ତୁପ ସୁବର୍ଣ୍ଣ ଜୟନ୍ତୀ ପାଳିବାକୁ ସଜବାଜ

Spread the love

ଭୁବନେଶ୍ବର: ଧୁମଧାମରେ ପାଳିତ ହେବ ଶାନ୍ତିସ୍ତୂପ ସୁବର୍ଣ୍ଣ ଜୟନ୍ତୀ। ଏଥିପାଇଁ  ଜୋରଦାର ଚାଲିଛି ପ୍ରସ୍ତୁତି । ଦେଶବିଦେଶରୁ ଆସିଛନ୍ତି ବୁଦ୍ଧ ସାଧୁ ସନ୍ଥ।। ଆଜି ରାଜଧାନୀରେ  ଶାନ୍ତି ଶୋଭାଯାତ୍ରା କରିଛନ୍ତି ବୁଦ୍ଧ ସାଧୁ ସନ୍ଥ। 

ଦୟାନଦୀ ତଟ ଧଉଳି ପାହାଡ ନିକଟରେ ଅନୁଷ୍ଠିତକଳିଙ୍ଗ ଯୁଦ୍ଧସମ୍ରାଟ ଅଶୋକଙ୍କୁ ଶାନ୍ତି, ପ୍ରୀତି, ସଦଭାବନାର ଶିକ୍ଷା ଦେଇଥିଲା। ଏହାପରେ ଅଶୋକ ବୌଦ୍ଧଧର୍ମ ଗ୍ରହଣ କରିଥିଲେ। ଏହାକୁ ଚିର ସ୍ମରଣୀୟ କରିବାକୁ ଧଉଳି ଶାନ୍ତିସ୍ତୁପର ନିର୍ମାଣ  ହୋଇଥିଲା ଜାପାନ ବୁଦ୍ଧ ସଂଘ ଦ୍ବାରା ୧୯୭୨ରେ। ଏହି ବିଶ୍ବପ୍ରସିଦ୍ଧ ଶାନ୍ତିସ୍ତୁପ ନିର୍ମାଣକୁ ୫୦ ବର୍ଷ ପୂରିଥିବା ବେଳେ ପାଳନ ହେଉଛି ଶନ୍ତିସ୍ତୂପ ସୁବର୍ଣ୍ଣ ଜୟନ୍ତୀ। ଏଥିନେଇ ରାଜ୍ୟ ସରକାରଙ୍କ ପକ୍ଷରୁ ବ୍ୟାପକ ପ୍ରସ୍ତୁତି ହୋଇଛି।

୨୭ ଅକ୍ଟୋବରରେ ରାଜଭବନ ସର୍କିଟ ହାଉସରୁ ଏକ ଶାନ୍ତି ଶୋଭାଯାତ୍ରାବାହାରି ଧଉଳି ପର୍ଯ୍ୟନ୍ତ ଯାଇଛି, ଯେଉଁଥିରେ ଦେଶର ବିଭିନ୍ନ ପ୍ରାନ୍ତରୁ ଆସିଥିବା ବୁଦ୍ଧ ଧର୍ମ ଗୁରୁ ଓ ପ୍ରଚାରକ ମାନେ ଯୋଗ ଦେଇ ଶାନ୍ତିର ବାର୍ତ୍ତା ବାଣ୍ଟିଥିଲେ। ପରେ ଧଉଳି ଶାନ୍ତି ସ୍ତୁପରେ  ପହଞ୍ଚିବା ପରେ ଶାନ୍ତି ପ୍ରାର୍ଥନା ଅନୁଷ୍ଠିତ ହେବ। ସୁବର୍ଣ୍ଣ ଜୟନ୍ତୀ ଅବସରରେ ଆଜି ଏବଂ ଆସନ୍ତାକାଲି ଦୁଇ ଦିନ ଧରି  ପୂଜାପାଠ,ମନ୍ତ୍ର ଉଚ୍ଚାରଣ ଓ ଶାନ୍ତି ପ୍ରାର୍ଥନାରେ ପ୍ରକମ୍ପିତ ହେବ ଶାନ୍ତି ସ୍ତୁପ ଧଉଳି। ଏହି ଅବସରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି। ସେପଟେ ନୂତନ ରୂପରେ ସଜେଇ ହୋଇଛି ଧଉଳି।

Leave a Reply

Your email address will not be published. Required fields are marked *