ପୁଣି ଥରେ ଆମେରିକାର ରାଷ୍ଟ୍ରପତି ହେଲେ ଡୋନାଲ୍ଡ ଟ୍ରମ୍ପ

ପୁଣି ଥରେ ଆମେରିକାର ରାଷ୍ଟ୍ରପତି ହେଲେ ଡୋନାଲ୍ଡ ଟ୍ରମ୍ପ୍‌। କମଳା ହ୍ୟାରିସଙ୍କୁ ହରାଇ ଜିତିଲେ ଟ୍ରମ୍ପ । ଟ୍ରମ୍ପ୍‌ଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ଅଷ୍ଟ୍ରେଲିଆ ପ୍ରଧାନମନ୍ତ୍ରୀ। ମାତ୍ରାଧିକ ଭୋଟ୍‌ ଦେଇ ଜିତାଇଥିବାରୁ ଭୋଟର୍‌ମାନଙ୍କୁ ଟ୍ରମ୍ପ୍‌ ଧନ୍ୟବାଦ ଦେଇଛନ୍ତି।ଆମେରିକା ରାଷ୍ଟ୍ରପତି ନିର୍ବାଚନରେ ପ୍ରମୁଖ ଭୂମିକା ନିର୍ବାହ କରୁଥିବା ସ୍ୱିଙ୍ଗ ରାଜ୍ୟରେ ବି ଟ୍ରମ୍ପ ନିଜର ଦବଦବା ଜାହିର କରିଥିଲେ। ନର୍ଥ କୈରୋଲାଇନା ପରେ ଜର୍ଜ୍ଜିଆରେ ବି ଜିତିଥିଲେ ଟ୍ରମ୍ପ। ଏହା ସହ ଏ ସବୁ ରାଜ୍ୟର ୧୬ଟି ଇଲେକ୍ଟୋରାଲ ଭୋଟ ଟ୍ରମ୍ପଙ୍କ ଖାତାକୁ ଚାଲିଯାଇଥିଲା। ଏହାରି ଭିତରେ ରିପବ୍ଲିକାନ ପାର୍ଟିକୁ ସଂସଦର ସିନେଟରେ ବି ବଡ଼ ସଫଳତା ମିଳିଛି। ୪ ବର୍ଷ ପରେ ସିନେଟରେ ବହୁମତ ହାସଲ କରିଛି ରିପବ୍ଲିକାନ ପାର୍ଟି। ସିନେଟରେ ରିପବ୍ଲିକାନ ପାର୍ଟିକୁ ୫୧ ଆସନ ମିଳିଥିଲା ବେଳେ ଡେମୋକ୍ରାଟିକ ପାର୍ଟିକୁ ୪୯ ଆସନ ମିଳିଛି। କାଲିଫର୍ଣ୍ଣିଆ, ଓ୍ୱାସିଂଟନ୍, ଇଡାହୋ ବ୍ୟତୀତ ନ୍ୟୁ ମେକ୍ସିକୋରେ ବାଜି ମାରିଥିଲେ ହାରିସ୍।

୧୯ ରାଜ୍ୟରେ କମଳା ହାରିସ ଆଗୁଆ ଥିଲା ବେଳେ ଟ୍ରମ୍ପ୍ ୨୮ ରାଜ୍ୟରେ ଆଗୁଆ ଥିଲେ। କମଳା ହାରିସ ନିଜର ସମର୍ଥକଙ୍କୁ ଗୁରୁବାର ସମ୍ୱୋଧିତ କରିବେ। ଟ୍ରମ୍ପଙ୍କ ଜିତିବା ପକ୍କା ଦେଖି ଚାରିଆଡ଼ୁ ଶୁଭେଛାର ସୁଅ ଛୁଟିଛି। ଆଉ ରେଜଲ୍ଚ ଫାଇନାଲ ବେଳକୁ ମୋଟ୍ ୨୭୭ ଇଲେକ୍ଟୋରାଲ ଭୋଟ୍ ପାଇ ବହୁମତ ପାର୍ କରିସାରିଥିଲେ ଟ୍ରମ୍ପ। କମଳା ୨୨୬ ଇଲେକ୍ଟୋରାଲ ଭୋଟରେ ସୀମିତ ରହିଗଲେ।

ରିପବ୍ଲିକାନ ଦଳର ଚିହ୍ନ ହାତୀ ଆଗରେ ଡେମାକ୍ରାଟିକ ଦଳର ଚିହ୍ନ ଗଧ ପଛରେ ପଡ଼ିଗଲା। ଆମେରିକାର ୪୭ତମ ରାଷ୍ଟ୍ରପତି ହେବାକୁ ଯାଉଛନ୍ତି ଟ୍ରମ୍ପ।

Naxatra News is now on Whatsapp

Join and get latest news update delivered to you via whatsapp

Join Now

Leave a Reply

Your email address will not be published. Required fields are marked *