ଭାଗଚାଷୀଙ୍କୁ ମିଳିବ ତ ନ୍ୟାୟ !

ଭାଗଚାଷୀଙ୍କୁ ନ୍ୟାୟ ମିଳିବ ତ। ସେମାନେ ଅଧିକାର ପାଇବେ କି। ସରକାରକୁ ଆସିବା ଆଗରୁ ବିଜେପି ସରକାର ଯାହା କହୁଥିଲା, ତାହା ତ କଲେନି। ବରଂ କୃଷି ମନ୍ତ୍ରୀ ଭିନ୍ନ ଉତ୍ତର ଦେଇ ଭାଗଚାଷୀ ସନ୍ଦର୍ଭରେ ଭୂଆଁ ବୁଲାଇବାକୁ ଚେଷ୍ଟା କରୁଥିବାର ଆରୋପ ଲଦିଛନ୍ତି ବିରୋଧୀ ଦଳ। ଗୋଟିଏ ପ୍ରଶ୍ନ। କିନ୍ତୁ ଭିନ୍ନ ଉତ୍ତର। ବିଜେଡି ବିଧାୟକ ଗଣେଶ୍ୱର ବେହେରା ଓ କଂଗ୍ରେସ ବିଧାୟକ ତାରାପ୍ରସାଦ ବାହିନୀପତି ଭାଗଚାଷୀ ସଂଖ୍ୟା ବାବଦରେ ପଚାରିଥିବା ସମାନ ପ୍ରଶ୍ନରେ ଭିନ୍ନ ଉତ୍ତରକୁ ନେଇ ଗଣ୍ଠି କରିଛନ୍ତି ବିରୋଧୀ ଦଳ।  ଭାଗଚାଷୀ ସଂଖ୍ୟା ନିର୍ଣ୍ଣୟ କରିପାରିଲେନି ଏଯାଏଁ ସରକାର। କେତେବେଳେ ୨ଲକ୍ଷ ତ କେତେବେଳେ ୯ଲକ୍ଷ କହୁଛନ୍ତି। ଭାଗଚାଷୀଙ୍କ ନାଁରେ ଭୋଟ ନେଇଥିବା ସରକାରଙ୍କ ଅସଲ ମୁଖା ଧରାପଡ଼ିଯାଇଛି। ସରକାର ଲଙ୍ଗଳ କଣ୍ଟି ଧରିନାହାନ୍ତି। ଭାଗଚାଷୀ ବାବଦରେ ଆଶା କରିବା ବୃଥା। ସରକାରଙ୍କ ବାଚାଳମି ଧରାପଡ଼ିଛି।

ସେପଟେ ଶାସକ ଦଳ କହିଛି, ଭାଗ ଚାଷୀଙ୍କ ସଂଖ୍ୟା ଓଡ଼ିଶାରେ ପୂର୍ବ ସରକାର ଗଣନା କରିନାହାନ୍ତି। ଏବେ ଆସିଥିବା ତଥ୍ୟ ଗଲା ସରକାରଙ୍କ ସମୟର। ମୋହନ ସରକାର ଭାଗ ଚାଷୀଙ୍କ ଅଧିକାର ଉପରେ ବିଚାର କରୁଛନ୍ତି। ବିଜେପି ବିରୋଧୀ ଦଳରେ ଥିବା ସମୟରୁ ହିଁ ଭାଗଚାଷୀଙ୍କ ଅଧିକାର ଲାଗି ଲଢ଼େଇ କରି ଆସୁଛି।

ଭାଗଚାଷୀଙ୍କ ସଂଖ୍ୟା ନେଇ ଦ୍ୱନ୍ଦ୍ୱ। ଗଣେଶ୍ୱରଙ୍କୁ ଉତ୍ତରରେ କୁହାଯାଇଛି, ରାଜ୍ୟରେ ୨ଲକ୍ଷ୮୩ହଜାର୭୧ ଭାଗଚାଷୀ। ଆଉ ବାହିନୀପତିଙ୍କୁ ଉତ୍ତର ଦିଆଯାଇଛି, ରାଜ୍ୟରେ ୯ଲକ୍ଷ ୫ହଜାର ୧୮୪। ସେଥିଲାଗି ବିରୋଧୀଙ୍କ ଆରୋପ, ଭାଗଚାଷୀଙ୍କ ସଂଖ୍ୟାକୁ ନେଇ ଆରମ୍ଭରୁ ଭ୍ରମ ସୃଷ୍ଟି କରୁଥିବା ସରକାର ଏମାନଙ୍କୁ ନ୍ୟାୟ ଦେବେ କେମିତି।

Naxatra News is now on Whatsapp

Join and get latest news update delivered to you via whatsapp

Join Now

Leave a Reply

Your email address will not be published. Required fields are marked *