ଗୋଟାଏ ବେଳକୁ ଥିଲେ ବିଜେପିରେ- ୨ ଟା ବେଳକୁ କଂଗ୍ରେସରେ

ଦିନ ଗୋଟାଏ ସୁଦ୍ଧା ବିଜେପିକୁ ଭୋଟ୍ ଦେବାକୁ ପ୍ରଚାର କରୁଥିଲେ। ଆଉ ଦୁଇଟା ବେଳେ କଂଗ୍ରେସରେ ମିଶିଗଲେ। ହରିଆଣାର ପୂର୍ବତନ ସାଂସଦ, ଦଳିତ ନେତା ତଥା ବିଜେପି ପ୍ରଚାର କମିଟିର ସଦସ୍ୟ ଓ ଷ୍ଟାର ପ୍ରଚାରକ ଅଶୋକ ତନଓ୍ୱରଙ୍କ ଘରବାହୁଡ଼ା ନେଇ ସବୁଠି ଚର୍ଚ୍ଚା। ରାହୁଲଙ୍କ ଉପସ୍ଥିତିରେ କଂଗ୍ରେସକୁ ଫେରିଗଲେ ଅଶୋକ। ଦୁନିଆର ସବୁଠୁ ଦ୍ରୁତ ଗତିରେ ଦଳ ପରିବର୍ତ୍ତନ ବୋଲି ଏହାକୁ କୁହାଯାଉଛି। ଦିନ ଗୋଟାଏ ବେଳେ ଅଶୋକ ଜିନ୍ଦର ସଫୈଦୋଁରେ ବିଜେପି ପ୍ରାର୍ଥୀ ରାମକୁମାର ଗୌତମଙ୍କ ସପକ୍ଷରେ ଜନଆଶୀର୍ବାଦ ରାଲିରେ ସାମିଲ୍ ହୋଇ ପ୍ରଚାର କରୁଥିଲେ। ଦୁଇଟା ବେଳକୁ କଂଗ୍ରେସର ହୋଇଗଲେ। ୫ ବର୍ଷ ତଳେ ହୁଡ୍ଡାଙ୍କ ସହ ମତଭେଦ କାରଣରୁ କଂଗ୍ରେସ ଛାଡିଥିଲେ ଅଶୋକ। ଚଳିତ ବର୍ଷ ଜାନୁଆରୀ ୨୦ରେ ଆମ୍ ଆଦମୀ ଦଳ ଛାଡ଼ି ବିଜେପିରେ ସାମିଲ୍ ହୋଇଥିଲେ। ଏହି ଅବସରରେ ଖଟ୍ଟର ବି ଅଶୋକଙ୍କୁ ନିଜର ଭଣଜା ବୋଲି କହୁଥିଲେ। ଏହା ପରେ ବିଜେପି ସିର୍ସା ଲୋକସଭା ସିଟ୍‌ରୁ ଅଶୋକଙ୍କୁ ଟିକଟ ଦେଇଥିଲା। ଏଠାରେ କଂଗ୍ରେସର କୁମାରୀ ସୈଲଜାଙ୍କ ସହ ଫାଇଟ୍ ହୋଇଥିଲା। ସୈଲଜା ୨ଲକ୍ଷରୁ ଉର୍ଦ୍ଧ୍ୱ ଭୋଟରେ ଅଶୋକଙ୍କୁ ହରାଇଥିଲେ। ୧୯୯୩ରେ ନିଜର ରାଜନୀତିକ କ୍ୟାରିଅର କଂଗ୍ରେସରୁ ଆରମ୍ଭ କରିଥିଲେ ଅଶୋକ। ଯେତେବେଳେ ୧୭ ବର୍ଷର ହୋଇଥିଲେ। ୨୦୦୩ରେ ଛାତ୍ର କଂଗ୍ରେସ ଓ ୨୦୦୫ରେ ଯୁବ କଂଗ୍ରେସର ରାଷ୍ଟ୍ରୀୟ ଅଧ୍ୟକ୍ଷ ହୋଇଥିଲେ। ୨୦୧୪ ଫେବୃଆରୀରେ ଅଶୋକଙ୍କୁ ହରିଆଣା ପିସିସି ସଭାପତି କରିଥିଲେ ରାହୁଲ। କିନ୍ତୁ ଅଶୋକ ଓ ପୂର୍ବତନ ମୁଖ୍ୟମନ୍ତ୍ରୀ ଭୂପେନ୍ଦ୍ର ସିଂ ହୁଡ୍ଡାଙ୍କ ଭିତରେ କନ୍ଦଳରୁ ପିସିସି ସଭାପତି ପଦ ଛାଡ଼ିବାକୁ ପଡ଼ିଥିଲା। ୨୦୧୯ରେ ଟିକଟ ବଣ୍ଟାକୁ ନେଇ ଅସନ୍ତୁଷ୍ଟ ଅଶୋକ ଅକ୍ଟୋବର ୫,୨୦୧୯ରେ ଦଳରୁ ଇସ୍ତଫା ଦେଇଥିଲେ। ୫ କୋଟି ଟଙ୍କାରେ ଟିକଟ ବିକୁଥିଲେ ବୋଲି ଆରୋପ ଲଦିଥିଲେ। ଟିଏମସି, ଆପ୍, ବିଜେପି ପରେ ଏବେ ପୁଣି ଥରେ ଘରବାହୁଡ଼ା ହୋଇଛନ୍ତି ଅଶୋକ।

Naxatra News is now on Whatsapp

Join and get latest news update delivered to you via whatsapp

Join Now

Leave a Reply

Your email address will not be published. Required fields are marked *