ନିର୍ବାଚନ ଆସିଲେ ସରକାର ଶୀତଳ ଭଣ୍ଡାର କଥା କହନ୍ତି : କଂଗ୍ରେସ

Spread the love

ଭୁବନେଶ୍ୱର : ଏବେ ରାଜ୍ୟରେ ପରିବା ଦର ଆକାଶ ଛୁଆଁ । ସାଧାରଣ ଜନତା ପରିବା କିଣିବାକୁ ସାହାସ କରୁନାହାନ୍ତି । ଏତିକିବେଳେ ସରକାର ନିଘୋଡ଼ ନିଦରେ ଶୋଇଛନ୍ତି ଏବଂ ମୁନାଫାଖୋର ବେପାରୀଙ୍କ ସହିତ ମିଶି ସାଧାରଣ ଜନତାଙ୍କ ଅସୁବିଧା ବେଳେ ପନିପରିବାର କଳାବଜାରୀ କରି ଫାଇଦା ଉଠାଉଛନ୍ତି । କେବଳ ନିର୍ବାଚନ ଆସିଲେ ସରକାର ଶୀତଳଭଣ୍ଡାର କଥା କହନ୍ତି । ପ୍ରତି ବ୍ଲକରେ ଶୀତଳ ଭଣ୍ଡାର କରିବେ ବୋଲି ପ୍ରାୟ ୧୦ବର୍ଷ ହେବ କହିଆସୁଛନ୍ତି ହେଲେ ନିର୍ବାଚନ ସରିଲେ ଶୀତଳ ଭଣ୍ଡାର ଫାଇଲଟି ଶୀତଳ ଭଣ୍ଡାରକୁ ଚାଲିଯାଏ ବୋଲି କଂଗ୍ରେସ ମୁଖପାତ୍ର ନିଶିକାନ୍ତ ମିଶ୍ର ସରକାରଙ୍କୁ ସିଧାସଳଖ ଟାର୍ଗେଟ କରିଛନ୍ତି । ଯଦି ସରକାର ତୁରନ୍ତ ଏ ଦିଗରେ ପଦକ୍ଷେପ ନ ନିଅନ୍ତି କଂଗ୍ରେସ ଆନ୍ଦୋଳନକୁ ଯିବ ବୋଲି ମିଶ୍ର ଚେତାବନୀ ଦେଇଛନ୍ତି ।

Leave a Reply

Your email address will not be published. Required fields are marked *