କେନ୍ଦ୍ର କର୍ମଚାରୀଙ୍କୁ ସରକାର ଦେଇଛନ୍ତି ଏକ ବଡ଼ ଉପହାର । ସରକାରୀ କର୍ମଚାରୀଙ୍କ ମହଙ୍ଗା ଭତ୍ତା (ଡିଏ) ୨ ପ୍ରତିଶତ ବୃଦ୍ଧିକୁ ମଞ୍ଜୁରୀ ମିଳିଛି । ଏହି ବୃଦ୍ଧି ଫଳରେ ଏବେ କେନ୍ଦ୍ର କର୍ମଚାରୀ ଓ ପେନସନଧାରୀଙ୍କ ଡିଏ ଓ ପେନସନଧାରୀଙ୍କ ମହଙ୍ଗା ଆଶ୍ବସ୍ତି ((ଡିଆର) ୫୩ ପ୍ରତିଶତରୁ ବଢ଼ି ୫୫ ପ୍ରତିଶତ ହୋଇଯିବ ।କେନ୍ଦ୍ର କ୍ୟାବିନେଟରେ ସରକାରଙ୍କ ତରଫରୁ ଏହି ବଡ଼ ନିଷ୍ପତ୍ତି ନିଆଯାଇଛି । ସପ୍ତମ ବେତନ କମିଶନ ଅନୁସାରେ ଏହି ବୃଦ୍ଧି ଘୋଷଣା କରାଯାଇଛି ।
ଗତ ବର୍ଷ ଜୁଲାଇରେ ଶେଷଥର ପାଇଁ ଡିଏ ବଢ଼ିଥିଲା । ସେ ସମୟରେ ଡିଏ ୫୦ ପ୍ରତିଶତରୁ ବଢ଼ି ୫୩ ପ୍ରତିଶତରେ ପହଞ୍ଚିଥିଲା । ଏବେ ୨ ପ୍ରତିଶତ ଡିଏ ବଢ଼ିବା ଫଳରେ କର୍ମଚାରୀଙ୍କ ବେସିକ ସାଲାରୀରେ ୨ ପ୍ରିତିଶତ ଡିଏକୁ ଯୋଡ଼ାଯିବ । ଚଳିତ ବର୍ଷ ଜାନୁଆରୀ ପହିଲାରୁ ଏହି ବୃଦ୍ଧି ପିଛିଲା ଭାବେ ଲାଗୁ ହେବ । କେନ୍ଦ୍ର ସରକାରଙ୍କ ଏହି ନିଷ୍ପତ୍ତି ଫଳରେ କୋଟି କୋଟି କର୍ମଚାରୀ ଓ ପେନସନଧାରୀଙ୍କୁ ଫାଇଦା ମିଳିବ । ଯଦି ଜଣଙ୍କର ବେସିକ ସାଲାରୀ ୫୦ ହଜାର ଟଙ୍କା ହୋଇଥାଏ, ତେବେ ୫୩ ପ୍ରତିଶତ ଡିଏ ହିସାବରେ ସେ ୨୬,୫୦୦ ଟଙ୍କା ଡିଏ ପାଇବେ । ମାତ ୫୫ ପ୍ରତିଶତ ଡିଏ ହିସାବରେ ସେ ୨୭,୫୦୦ ଟଙ୍କା ଡିଏ ପାଇବେ । ଅର୍ଥାତ କର୍ମଚାରୀଙ୍କ ବେତନରେ ୧ ହଜାର ଟଙ୍କା ବୃଦ୍ଧି ହେବ । ୭୦ ହଜାର ବେସିକ ସାଲାରୀ ଓ ୧ ଲକ୍ଷ ବେସିକ ସାଲାରୀ ଥିବା କର୍ମଚାରୀ ଯଥାକ୍ରମେ ୧,୪୦୦ ଓ ୨ ହଜାର ଟଙ୍କା ପ୍ରତି ମାସରେ ବେନିଫିଟ୍ ପାଇବେ ।

Naxatra News is now on Whatsapp
Join and get latest news update delivered to you via whatsapp
Join Now