ଦାୟିତ୍ୱ ନେଲେ ଦେଶର ନବ ନିଯୁକ୍ତ ମୁଖ୍ୟ ନିର୍ବାଚନ କମିଶନର ଜ୍ଞାନେଶ କୁମାର ଗୁପ୍ତା । ବିଦ୍ଧିବଧ ଭାବେ ସେ ଆଜି ତାଙ୍କର ଦାୟିତ୍ୱ ଗ୍ରହଣ କରିଛନ୍ତି । ଦେଶର ୨୬ତମ ସିଇସି ଭାବେ ପଦ ସମ୍ଭାଳିଛନ୍ତି ଜ୍ଞାନେଶ କୁମାର । ସେ ପୂର୍ବତନ ସିଇସି ରାଜୀବ କୁମାରଙ୍କ ସ୍ଥାନ ନେଇଛନ୍ତି ।
୨୦୨୯ ଜାନୁଆରୀ ୨୯ରେ ତାଙ୍କର କାର୍ଯ୍ୟକାଳ ଶେଷ ହେବ । ତେବେ ଦାୟିତ୍ନ ନେବା ପରେ ସେ ରଖିଛନ୍ତି ତାଙ୍କର ପ୍ରଥମ ପ୍ରତିକ୍ରିୟା । ସେ କହିଛନ୍ତି ରାଷ୍ଟ୍ର ନିର୍ମାଣରେ ମତଦାନ ପ୍ରଥମ ପଦକ୍ଷେପ । ଭୋଟରଙ୍କ ସହ ଇସିଆଇ ସବୁବେଳେ ରହିଛନ୍ତି ବୋଲି ସେ ସ୍ପଷ୍ଟ କରିଛନ୍ତି । ୧୯୮୮ ବ୍ୟାଚ୍ ଅବସରପ୍ରାପ୍ତ IAS ଅଧିକାରୀ ଜ୍ଞାନେଶ କୁମାର ଦେଶର ୨୬ତମ ମୁଖ୍ୟ ନିର୍ବାଚନ କମିଶନର ହୋଇଛନ୍ତି ।
କେରଳ କ୍ୟାଡରର ପୂର୍ବତନ ଆଇଏଏସ ଅଫିସର ଜ୍ଞାନେଶ କୁମାର ନୂଆ ମୁଖ୍ୟ ନିର୍ବାଚନ କମିଶନର ହୋଇଛନ୍ତି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଚୟନ ବୈଠକରେ ଜ୍ଞାନେଶ କୁମାରଙ୍କ ନାମରେ ମୋହର ବାଜିଥିଲା । ଉତ୍ତରପ୍ରଦେଶର ଆଗ୍ରା ଜିଲ୍ଲାରେ ଜ୍ଞାନେଶ କୁମାରଙ୍କ ଜନ୍ମ । ପିଲାଟି ଦିନରୁ ପ୍ରତିଭାବାନ ଥିଲେ ସେ । ବାରାଣସୀର କ୍ୱିନ୍ସ କଲେଜରେ ଟପର୍ ରହିଥିଲେ

Naxatra News is now on Whatsapp
Join and get latest news update delivered to you via whatsapp
Join Now