କଂଗ୍ରେସ ଅଧ୍ୟକ୍ଷ ନିର୍ବାଚନରେ ହୋଇଛି ଅନିୟମିତତା: ଥରୁର

Spread the love

ନୂଆଦିଲ୍ଲୀ: କଂଗ୍ରେସ ଦଳର ଅଧ୍ୟକ୍ଷ ପଦ ପାଇଁ ଗଣତି ଚାଲିଛି। ମଲ୍ଲିକାର୍ଜ୍ଜୁନ ଖଡଗେ ଓ ଶଶି ଥରୁରଙ୍କ ମଧ୍ୟରେ ନିର୍ବାଚନ ହୋଇଯାଇଛି। ଫଳାଫଳ ବାହାରିବା ପୂର୍ବରୁ ଥରୁର ଆଣିଛନ୍ତି ସାଙ୍ଘାତିକ ଅଭିଯୋଗ। ନିର୍ବାଚନରେ ବ୍ୟାପକ ଅନିୟମିତତା ହୋଇଥିବା ଅଭିଯୋଗ ଆଣିଲେ ଥରୁର।

ବୁଧବାର ମତ ଗଣନା ଆରମ୍ଭ ହେବା ପରେ ପରେ ଥରୁର ଟିମ ପକ୍ଷରୁ ଅଭିଯୋଗ ହୋଇଛି। ଥରୁରଙ୍କ ନିର୍ବାଚନ ଏଜେଣ୍ଟ ସଲମାନ ସୋଜ ଅଭିଯୋଗ କରିଛନ୍ତି କି, ମଧୁସୂଦନ ମିସ୍ତ୍ରୀଙ୍କ କାର୍ଯ୍ୟାଳୟ ସହ ସମ୍ପର୍କରେ ରହିଛୁ, ତାଙ୍କୁ ବିଭିନ୍ନ ମୁଦ୍ଦାକୁ ନେଇ ସୂଚିତ କରାଯାଇଛି।

ତେବେ ଥରୁର ଟିମ ଅଭିଯୋଗ କରିଛି କି, ଉତ୍ତର ପ୍ରଦେଶରେ ନିର୍ବାଚନ କାଳରେ ବହୁ ପ୍ରତିବନ୍ଧକର ସମ୍ମୁଖୀନ ହେବାକୁ ହୋଇଛି। ତେଣୁ ସେଠାର ଭୋଟକୁ ରଦ୍ଦ କରାଯାଉ। ଥରୁର ଟିମ କହିଛି, ଆମେ ନିର୍ବାଚନ ଏଥିପାଇଁ ଲଢି ନ ଥିଲୁ କି, ସବୁ କିଛି ପୂର୍ବବତ୍ ରହିବ।

ସେପଟେ ଛତିଗଡ କଂଗ୍ରେସ ପ୍ରଭାରି ପିଏଲ ପୁନିଆ କହିଛନ୍ତି କି, ଆମେ କାହାକୁ ଭେଟିବାକୁ ଆସିଥିଲୁ ଓ ତାଙ୍କୁ ଅଗ୍ରିମ ଶୁଭେଚ୍ଛା ଦେଇଥିଲୁ। ଜଗଜୀବନ ରାମଙ୍କ ପରେ ଦଳିତ ଓ ପଛୁଆ ବର୍ଗରୁ କଂଗ୍ରେସ ଅଧ୍ୟକ୍ଷ ହେବାକୁ ଯାଉଛନ୍ତି। ଏଥିରେ କଂଗ୍ରେସକୁ ଅଧିକ ଲାଭ ମିଳିବ।

ତେବେ ଥରୁରଙ୍କ ଅଭିଯୋଗ ଉପରେ ପୁନିଆ କହିଛନ୍ତି, ଭୋଟ ଗଣତି ଆରମ୍ଭ ହେବା ପରେ ଅଭିଯୋଗ ଆଣୁଛନ୍ତି। ଏହା ପୂର୍ବରୁ କାହିଁ କହି ନ ଥିଲେ? ନିର୍ବାଚନ ପୂର୍ବ ନିର୍ଦ୍ଧାରିତ ସମୟରେ ହୋଇଛି। ତାଙ୍କ ଅଭିଯୋଗ ଭିତ୍ତିହୀନ। ସେ ଆହୁରି କହିଛନ୍ତି, କଂଗ୍ରେସ ଉପରେ ଯେଉଁମାନେ ପରିବାରବାଦର ଅଭିଯୋଗ ଆଣୁଛନ୍ତି, ନିଜକୁ ଦେଖନ୍ତୁ। ଏବେ ଗାନ୍ଧୀ ଓ ନେହରୁ ପରିବାରରୁ କେହି ଅଧ୍ୟକ୍ଷ ହେଉ ନାହାନ୍ତି। ବରଂ ଦଳିତ ଓ ପଛୁଆ ବର୍ଗରୁ ହେଉଛନ୍ତି।

ମିନ୍ତ୍ରୀଙ୍କୁ ଟିମ ଥରୁର ଦେଇଥିବା ଚିଠିରେ ଉଲ୍ଲେଖ କରିଥିଲେ କି, ଉତ୍ତର ପ୍ରଦେଶରେ ନିର୍ବାଚନ ସଂଚାଳନରେ ଅତ୍ୟନ୍ତ ଗମ୍ଭୀର ଅନିୟମତତା ହୋଇଛି, ସେଥିପ୍ରତି ଆପଣଙ୍କ ଧ୍ୟାନ ଆକର୍ଷଣ କରିବାକୁ ଚାହୁଁଛୁ। ଆପଣ ନିଜେ ଦେଖିବେ କି, ୟୁପିରେ ତଥ୍ୟରେ ବହୁ ହେରଫେର ହୋଇଛି ଓ ନିର୍ବାଚନ ପ୍ରକ୍ରିୟାର ବିଶ୍ବସନୀୟତା ଉପରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ମତଦାନ କେନ୍ଦ୍ରରେ ଅନୌପଚାରିକ ଲୋକଙ୍କ ଗହଳି, ମତପେଟିରେ ଅନଅଫିସିଆଲ ମୋହର ଓ ମତଦାନ ବେଳେ ବ୍ୟାପକ ହେରଫେର ନେଇ ମିସ୍ତ୍ରୀଙ୍କ ଦୃଷ୍ଟି ଆକର୍ଷଣ କରିଛି ଥରୁର ଟିମ।

Leave a Reply

Your email address will not be published. Required fields are marked *