ମୁଖ୍ୟମନ୍ତ୍ରୀ ପଦ ପାଇଁ କର୍ଣ୍ଣାଟକ କଂଗ୍ରେସରେ ଟଣାଓଟରା

Spread the love

ବେଙ୍ଗାଲୁର: କର୍ଣ୍ଣାଟକ କଂଗ୍ରେସରେ ବିବାଦ। ଆସନ୍ତା ବର୍ଷ ରାଜ୍ୟରେ ବିଧାନସଭା ନିର୍ବାଚନ ହେବାକୁ ଥିବା ବେଳେ କଂଗ୍ରେସ ପୁଣି କ୍ଷମତାକୁ ଆସିବାକୁ ଆଶାବାଦୀ। ହେଲେ  ମୁଖ୍ୟମନ୍ତ୍ରୀ ପଦ ପାଇଁ ବରିଷ୍ଠଙ୍କ ମଧ୍ୟରେ ଚାଲିଛି ଟଣା ଓଟରା। ଅନେକ ନିଜକୁ ମୁଖ୍ୟମନ୍ତ୍ରୀ ପଦର ଦାବିଦାର ଭାବେ ଉପସ୍ଥାପନ କରୁଥିବା ବେଳେ ଦଳୀୟ କର୍ମକର୍ତ୍ତାଙ୍କ ମଧ୍ୟରେ ଦେଖାଦେଉଛି ଦ୍ୱନ୍ଦ୍ୱ। 

ତେବେ ଅନେକଙ୍କ ମଧ୍ୟରେ ମୁଖ୍ୟମନ୍ତ୍ରୀ ପଦ ପାଇଁ ଆଶା ଥିବାକୁ ନେଇ ସେତେବେଳେ ଚର୍ଚ୍ଚା ହୋଇଛି, ଯେତେବେଳେ ଜଣେ ବରିଷ୍ଠ କଂଗ୍ରେସ ନେତା ମଙ୍ଗଳବାର କହିଲେ, ଦଳ ଆଗାମୀ ବିଧାନସଭା ନିର୍ବାଚନରେ ସଫଳତା ହାସଲ କରିବାକୁ ଜଣେ ଡ୍ୟାମେଜ କଣ୍ଟ୍ରୋଲ ଆଡୋଲୋଜିଙ୍କ ଆବଶ୍ୟକତା ରହିଛି। ସେ ଆହୁରି କହିଥିଲେ, କର୍ଣ୍ଣାଟକ କଂଗ୍ରେସରେ ବହୁ ମୁହଁ ରହିଛି, ଯେଉଁମାନେ ମୁଖ୍ୟମନ୍ତ୍ରୀ ପଦ ପାଇଁ ଦାବିଦାର ରହିଛନ୍ତି। ମୁଖ୍ୟତଃ ଦୁଇଟି ପ୍ରସଙ୍ଗକୁ ନେଇ ରାଜ୍ୟ କଂଗ୍ରେସର କର୍ମକର୍ତ୍ତାଙ୍କ ମଧ୍ୟରେ ଦେଖାଦେଇଛି ଦ୍ୱନ୍ଦ୍ୱ।

ସେହି ବରିଷ୍ଠ ନେତା ଏହା ପରେ କହିଛନ୍ତି, ପୂରା ଗୋଟିଏ ଟର୍ମ ପୂରା କରିବାକୁ କ୍ଷମତା ରଖିଥିବା  ପୂର୍ବତନ ମୁଖ୍ୟମନ୍ତ୍ରୀ ସିଦ୍ଧରମୟା କେବଳ ନୁହଁନ୍ତି, ଏହି ଦୌଡରେ ତିହାର ଜେଲରୁ ଫେରିବା ପରେ ଡିକେ ଶିବକୁମାର ଯିଏ କଂଗ୍ରେସ ରାଜ୍ୟ ସଭାପତି ଭାବେ କାର୍ଯ୍ୟ କରୁଛନ୍ତି ରହିଛନ୍ତି। ଏହା ବ୍ୟତୀତ ଅନେକ ନେତାଙ୍କ ନାମକୁ ନେଇ ଚର୍ଚ୍ଚା ହେଉଛି।

ତେବେ ବହୁବାର ଉଭୟ ସିଦ୍ଧରମେୟା ଓ ଶିବକୁମାର ସ୍ପଷ୍ଟି କରର ଦେଇଛନ୍ତି କି ସେମାନଙ୍କ ମଧ୍ୟରେ କୌଣସି ସନ୍ଦେହ ନାହିଁ। ତେବେ ବିଧାୟକ ଜମିର ଅହମଦ ଖାନ ଓ କେ ରାଘବେନ୍ଦ୍ର ହିଟନାଲ ଓ ଅନ୍ୟମାନଙ୍କର ସିଦ୍ଧରମେୟାଙ୍କୁ ମୁଖ୍ୟମନ୍ତ୍ରୀ କରିବାକୁ ସମର୍ଥନ ରହିଛି। ଶିବକୁମାର ପୂର୍ବରୁ କହିଛନ୍ତି, ଜଣେ ବ୍ୟକ୍ତିଙ୍କ ତୁଳନାରେ ପାର୍ଟିର ଗୁରୁତ୍ବ ତାଙ୍କ ପାଇଁ ଅଧିକ।

ବରିଷ୍ଠ ନେତାଙ୍କ ଅନୁଯାୟୀ, ବରିଷ୍ଠ ଦଳିତ ନେତା ଡ ଜି ପରମେଶ୍ବର ଯିଏ ୮ ବର୍ଷଧରି କର୍ଣ୍ଣାଟକକୁ ସଫଳତାକୁ ଆଗେଇ ନେଇଛନ୍ତି, ଏଚ କେ ପାଟି, ବର୍ତ୍ତମାନର ଜାତୀୟ ସାଧାରଣ ସମ୍ପାଦକ ଓ ମହାରାଷ୍ଟ୍ର ଇନଚାର୍ଯ୍ୟ ମଧ୍ୟ ମୁଖ୍ୟମନ୍ତ୍ରୀ ପଦ ପାଇଁ ହକଦାର ରହିଛନ୍ତି। ତେବେ ଆଗାମୀ ନିର୍ବାଚନରେ ରାଜ୍ୟରେ କଂଗ୍ରେସ ୧୩୦ରୁ ଅଧିକ ସିଟ ହାସଲ କରିବାର ଲକ୍ଷ୍ୟ ରଖିଛି। ହେଲେ ହରିଆଣା କଂଗ୍ରେସରେ ଅଶୋକ ଗେହଲଟ ଓ ସଚିନ ପାଇଲଟଙ୍କ ମଧ୍ୟରେ ଦେଖାଦେଇଥିବା ବିବାଦରୁ ରାଜ୍ୟ କଂଗ୍ରେସକୁ ଶିକ୍ଷା ନେବାର ଅଛି, ଯେମିତି କର୍ଣ୍ଣାଟକରେ ସେପରି କୌଣସି ହାଇଡ୍ରାମା ହେବ ନାହିଁ।

Leave a Reply

Your email address will not be published. Required fields are marked *