ଭଗବନ୍ତ ମାନ ଙ୍କୁ ସାଙ୍ଗରେ ନେଇ ମମତା ସହିତ ସାକ୍ଷାତ ପାଇଁ କଲିକତାରେ ପହଂଚିଲେ କେଜରିୱାଲ

Spread the love

କଲିକତା : ପଂଜାବର ମୁଖ୍ୟମନ୍ତ୍ରୀ ଭଗବନ୍ତ ମାନ ଏବଂ ଆମ ଆଦମି ପାର୍ଟିର ଅନ୍ୟ ନେତାଙ୍କୁ ନେଇ ମଙ୍ଗଳବାର ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜିରୱାଲ କଲିକତାରେ ପହଞ୍ଚିଛନ୍ତି । କେଜରିୱାଲଙ୍କ ସହିତ ମାନଙ୍କ ବ୍ୟତୀତ ଆମ ଆଦମୀ ପାଟିର ନେତା ସଂଜୟ ସିଂହ, ରାଘବ ଚଢ଼ା ଏବଂ ଅତିଶି ମଧ୍ୟ କଲିକତାରେ ପହଂଚିଛନ୍ତି ।

ରାଜ୍ୟ ସରକାରଙ୍କ ତରଫରୁ ଅଗ୍ନିଶମ ମନ୍ତ୍ରୀ ସୁଜିତ ବସୁ ଏବଂ ରାଜ୍ୟସଭା ସାଂସଦ ଡୋଲା ସେନ ବିମାନ ବନ୍ଦରରେ ସେମାନଙ୍କୁ ସ୍ୱାଗତ କରିଛନ୍ତି । ବିମାନବନ୍ଦରରୁ ଏହି ନେତା ମାନଙ୍କୁ ସିଧାସଳଖ ରାଜ୍ୟ ସଚିବାଳୟକୁ ନିଆଯାଇଥିଲା । ଯେଉଁଠାରେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ସେମାନଙ୍କୁ ଅପେକ୍ଷା କରିଥିଲେ ।

Leave a Reply

Your email address will not be published. Required fields are marked *