ୱାର୍କ୍ ପାସବୁକରେ ଦ୍ଵାରା ବ୍ୟବସ୍ଥାରେ ଆହୁରି ସ୍ଵଚ୍ଛତା । କାମର ପ୍ରକ୍ରିୟା ଅଧିକ ତ୍ୱରାନ୍ୱିତ ହେବ ଏବଂ ଶୀଘ୍ର ସରିବ । ଏଥିପାଇଁ ପୂର୍ତ୍ତ ବିଭାଗ ପ୍ରଶାସନର ଅନେକ ଗୁଡ଼ିକ ପରିବର୍ତ୍ତନ ହେବାକୁ ଯାଉଛି । ଯାହାକୁ ସମସ୍ତ ଇଞ୍ଜିନିୟରିଂ ବିଭାଗ ମଧ୍ୟ ଅନୁସରଣ କରିବେ । ପ୍ରତି ପ୍ରକଳ୍ପର ଆନୁମାନିକ ମୂଲ୍ୟ କେତେ, କେତେ କାମ ସରିଛି ଏହି ସବୁ ତଥ୍ୟ ସର୍ବସାଧାରଣଙ୍କ ପାଇଁ ପାସ ବୁକ୍ ରେ ଉପଲବ୍ଧ ରହିବ । ଲୋକ ମାନେ ବିଭାଗର ୱେବ୍ ସାଇଟ୍ ରେ ନିର୍ଦ୍ଦିଷ୍ଟ ପ୍ରକଳ୍ପ ବାବଦରେ ସମସ୍ତ ତଥ୍ୟ ଜାଣିପାରିବେ । ଏହାଦ୍ବାରା କାମରେ ସ୍ଵଚ୍ଛତା ଆସିବ, ଠିକ୍ ସମୟରେ କାମ ସରିବ ଏବଂ କାମରେ ଗୁଣବତ୍ତା ବଜାୟ ରହିବ । ପ୍ରଥମେ ପୂର୍ତ୍ତ ବିଭାଗରେ କାର୍ଯ୍ୟକାରୀ ହେବ ଏବଂ ପରବର୍ତ୍ତୀ ପର୍ଯ୍ୟାୟରେ ପଞ୍ଚାୟତିରାଜ ବିଭାଗ ବି ସାମିଲ ହେବ ।
ଏହାସହ ପୂର୍ତ୍ତ ବିଭାଗ ୱାର୍କ ଡାସବୋର୍ଡ ମଧ୍ୟ ଆରମ୍ଭ କରିଛନ୍ତି । ଯେଉଁଥିରେ ସମସ୍ତ ପ୍ରକଳ୍ପ ଗୁଡ଼ିକର ତଥ୍ୟ ରହିବ । ଯାହାକି ସରକାରୀ ବ୍ୟବହାର ପାଇଁ ଉପଯୋଗ କରାଯିବ । ମୁଖ୍ୟମନ୍ତ୍ରୀ, ବିଭାଗୀୟ ମନ୍ତ୍ରୀ ଏବଂ ଅଧିକାରୀ ମାନେ ପ୍ରକଳ୍ପ ଗୁଡିକର ନିୟମିତ ମନିଟରିଂ କରିପାରିବେ । ପ୍ରକଳ୍ପର ଆକାର, କେଉଁ ଏଜେନ୍ସି କାମ କରୁଛି, ପ୍ରକଳ୍ପର ସ୍ଥିତି କଣ, ରେଗୁରାଲ ଅପଡେଟ ହେବା, ପ୍ରକଳ୍ପର ଆନୁମାନିକ ମୂଲ୍ୟ କେତେ, କେବେ ପ୍ରକଳ୍ପ ଆରମ୍ଭ ହେଲା, କେତେ କାମ ସାରିଛି । ଏ ସବୁ ବାବଦରେ ଡାସବୋର୍ଡରେ ବିଶଦ ବିବରଣୀ ରହିବ । ଯାହାଦ୍ବାରା ସରକାରୀ ସ୍ତରରେ ପ୍ରକଳ୍ପ ଗୁଡ଼ିକର କାର୍ଯ୍ୟକୁ ମନିଟରିଂ କରାଯାଇପାରିବ । ପ୍ରଥମ ପର୍ଯ୍ୟାୟରେ ପୂର୍ତ୍ତ ବିଭାଗରେ ଆରମ୍ଭ ହୋଇ ପରବର୍ତ୍ତୀ ପର୍ଯ୍ୟାୟରେ ଗ୍ରାମ୍ୟ ଉନ୍ନୟନ ଏବଂ ଜଳ ସମ୍ପଦ ବିଭାଗରେ ମଧ୍ୟ କାର୍ଯ୍ୟକାରୀ ହେବ । ପ୍ରକଳ୍ପ ଗୁଡ଼ିକ ସଂପୂର୍ଣ୍ଣ ହେବାରେ ଆଉ ଅହେତୁକ ବିଳମ୍ବ ହେବ ନାହିଁ ।

Naxatra News is now on Whatsapp
Join and get latest news update delivered to you via whatsapp
Join Now