କୁମାର ବିଶ୍ବାସଙ୍କୁ ୱାଇ ପ୍ଲସ ସୁରକ୍ଷା

Spread the love

ନୂଆଦିଲ୍ଲୀ: ପୂର୍ବତନ ଆମ ଆଦମୀ ପାର୍ଟି (ଆପ) ନେତା କୁମାର ବିଶ୍ବାସଙ୍କ ସୁରକ୍ଷାକୁ ବୃଦ୍ଧି କରି ୱାଇ ପ୍ଲସ କରାଯାଇଛି। ବର୍ତ୍ତମାନର ହତ୍ୟା ଧମକ ପରେ ସୁରକ୍ଷାକୁ ବଢାଯାଇଥିବା ଗୁରୁବାର କୁହାଯାଇଛି। ଏଣିକି ସିଆରପିଏଫ ତାଙ୍କ ସୁରକ୍ଷାର ଦାୟିତ୍ବରେ ରହିବ।

ଚଳିତ ବର୍ଷ ଫେବୃଆରୀ  ମାସରେ କୁମାର ବିଶ୍ବାସ  ଆପ ମୁଖ୍ୟ ତଥା ଦିଲ୍ଲୀ ମୁଖ୍ୟମନ୍ତ୍ରୀଙ୍କର ବିଚ୍ଛିନ୍ନତାବାଦୀ ତତ୍ତ୍ୱଙ୍କ ସହ ସମ୍ପର୍କକୁ ନେଇ ବୟାନ ପରେ କେନ୍ଦ୍ର ତାଙ୍କୁ ୱାଇ ସୁରକ୍ଷା ପାଇଁ ଅନୁମତି ଦେଇଥିଲା। କବିରୁ ରାଜନେତା ପାଲଟିଥିବା ଆପର ଏହି ପ୍ରତିଷ୍ଠାତା ସଦସ୍ୟ କେଜରିୱାଲଙ୍କ ବିରୋଧରେ ଅଭିଯୋଗ ଆଣିଥିଲେ କି, ପଞ୍ଜାବ ବିଚ୍ଛିନ୍ନତାବାଦୀ ନେତାଙ୍କ ସହ ତାଙ୍କର ଘନିଷ୍ଠତା ରହିଛି ଓ ଗତ ବିଧାନସଭା ନିର୍ବାଚନ କାଳରେ ସେମାନେ କେଜରିୱାଲଙ୍କ ଘରକୁ ଆସିଥିଲେ। ଏହା ପରେ ଆପ ସମର୍ଥକମାନେ କୁମାର ବିଶ୍ବାସଙ୍କ ଉପରେ ରାଗି ଯାଇ ଧମକ ଚମକ ଦେଇଥିଲେ।

Leave a Reply

Your email address will not be published. Required fields are marked *