କେସିଆରଙ୍କ ଟାର୍ଗେଟରେ ମୋଦି ସରକାର

Spread the love

() ଆଗକୁ ତେଲେଙ୍ଗାନା ବିଧାନସଭା ନିର୍ବାଚନ ହେବାକୁ ଥିବା ବେଳେ ପ୍ରତ୍ୟେକ ଦଳ ପରସ୍ପରକୁ କାଦୁଅ ଫିଙ୍ଗା ଫୋପଡା ଆରମ୍ଭ କରି ଦେଇଛନ୍ତି। ଏହି କ୍ରମରେ ରବିବାର ଦିନ ମୁଖ୍ୟମନ୍ତ୍ରୀ ଚନ୍ଦ୍ରଶେଖର ରାଓ ମୋଦି ସରକାରକୁ ଘେରିଛନ୍ତି। ନୂପୁର ଶର୍ମା ବିବାଦରେ ଜଷ୍ଟିସ ପାରଦୀବାଲା ଓ ଜଷ୍ଟିସ ସୂର୍ଯ୍ୟକାନ୍ତଙ୍କ ନିଷ୍ପତ୍ତିକୁ ମଧ୍ୟ ସ୍ବାଗତ କରିଛନ୍ତି। ସେ ଉଭୟ ବିଚାରପତିଙ୍କୁ ସାଲ୍ୟୁଟ କରିବା ସହ କହିଛନ୍ତି ଦେଶକୁ ଏହି ଏକଛତ୍ରବାଦୀ ଶାସକ କବଳରୁ ବଞ୍ଚାଇବାକୁ ହେବ। ବର୍ତ୍ତମାନ ମୁଖ୍ୟମନ୍ତ୍ରୀଙ୍କଠାରୁ ବିଚାରପତି ପର୍ଯ୍ୟନ୍ତ ସମସ୍ତଙ୍କୁ ଡରା ଯାଉଛି। ଏକ ଭୟର ବାତାବରଣ ସୃଷ୍ଟି କରିବାକୁ ଚେଷ୍ଟା କରାଯାଉଛି।  ଏଥିସହ କେସିଆର ଡବଲ ଇଞ୍ଜିନ ଉପରେ କହିଛନ୍ତି, ଆମର କ୍ଷମତା ୧୦୦ ହର୍ସ ପାୱାରର ହୋଇଥିବା ବେଳେ କେନ୍ଦ୍ରର ମାତ୍ର ୫୦ ହର୍ସ ପାୱାର, ଆଉ ୟୁପିରେ ୨୫। ତେଣୁ କେନ୍ଦ୍ରରେ ସିଏ ସରକାର ଗଠନ କରିବା ଦରକାର ଯାହାର କ୍ଷମତା ଅଧିକ ରହିଛି।

Leave a Reply

Your email address will not be published. Required fields are marked *