୩୮ ତମ ସ୍ୱାଧୀନତା ସଂଗ୍ରାମୀ ଦିବସ ସମାରୋହରେ ମୁଖ୍ୟମନ୍ତ୍ରୀଙ୍କ ଅଭିଭାଷଣ । ବଢ଼ିବ ସ୍ଵାଧୀନତା ସଂଗ୍ରାମୀଙ୍କ ଭତ୍ତା । ସ୍ୱାଧୀନତା ସଂଗ୍ରାମୀ ଦିବସ ସମାରୋହରେ ଘୋଷଣା କଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ସ୍ୱାଧୀନତା ସଂଗ୍ରାମୀ ମାନଙ୍କୁ ଯଥୋଚିତ ସମ୍ମାନ ଦେବା ପାଇଁ ଅନେକ ପଦକ୍ଷେପ ନେଇଛନ୍ତି ରାଜ୍ୟ ସରକାର । କାରାବରଣ କରିଥିବା ସବୁ ସ୍ଵାଧୀନତା ସଂଗ୍ରାମୀ ମାନଙ୍କର ପେନସନକୁ ୧୦ ହଜାରରୁ ୨୦ ହଜାର ଟଙ୍କାକୁ ବୃଦ୍ଧି କରାଯାଇଛି । କାରାବରଣ କରିନଥିବା ସ୍ଵାଧୀନତା ସଂଗ୍ରାମୀ ମାନଙ୍କ ପେନସନକୁ 9 ହଜାର ରୁ 15 ହଜାର ଟଙ୍କାକୁ ବୃଦ୍ଧି କରିଛନ୍ତି ସରକାର ।
ସେହିପରି ଜାତୀୟ ପେନସନ ପାଉଥିବା ସ୍ଵାଧୀନତା ସଂଗ୍ରାମୀଙ୍କ ପେନସନକୁ ମାସକୁ 8 ହାଜର ପରିବର୍ତ୍ତେ 10 ହାଜର ଟଙ୍କା କରିଛନ୍ତି ସରକାର । ଜରୁରୀ କାଳୀନ ପରିସ୍ଥିତିରେ MISA ଆଇନରେ ଗିରଫ ହୋଇଥିବା ସଂଗ୍ରାମୀ ମାନଙ୍କୁ ମାସକୁ 20 ହାଜର ଟଙ୍କା ପେନସନ ଦେବା ପାଇଁ ସରକାର ନିଷ୍ପତି ନେଇଛନ୍ତି ବୋଲି କହିଲେ ମୁଖ୍ୟମନ୍ତ୍ରୀ ।
ସ୍ୱାଧୀନତା ସଂଗ୍ରାମକୁ ମହତାବଙ୍କ ନେତୃତ୍ୱରେ ଦଶା ଓ ଦିଶା ଦେଖାଉଥିଲେ । କିନ୍ତୁ ମହତାବଙ୍କ ସ୍ଵାଧୀନତା ସଂଗ୍ରାମରେ ଅବଦାନ କଣ ଥିଲା, କେତେ ଲୋକ ଜାଣିଛନ୍ତି । ମାତଙ୍ଗିନିଙ୍କ ଉପରେ ଗୋଟିଏ ଦିନରେ ତିନି ଥର ଗୁଳି ମରା ଯାଇଥିଲା । ବୀର ବାଘା ଯତୀନ, ସର୍ବକନିଷ୍ଠ ସ୍ଵାଧୀନତା ସଂଗ୍ରାମୀ ବାଜି ରାଉତଙ୍କୁ କେତେ ଜଣ ଆଜି ମାନେ ରଖିଛନ୍ତି । ରକ୍ତ ତୀର୍ଥ ଇରମ ବାବଦରେ କେତେ ଲୋକ ଜାଣିଛନ୍ତି । ସେମାନଙ୍କୁ ଆଜି ମାନେ ପକାଇବାର ସମୟ ଆସିଛି । ସେମାନଙ୍କୁ ସମ୍ମାନ ପ୍ରଦର୍ଶନ କରିବା ଆବଶ୍ୟକ ଅଛି । ଯାହାକି ଆଜି ସେହି ତୁଳନାରେ ହୋଇପାରିନାହିଁ ।
Naxatra News is now on Whatsapp
Join and get latest news update delivered to you via whatsapp
Join Now