ମୁଖ୍ୟମନ୍ତ୍ରୀ ଦେଲେ ନିଯୁକ୍ତି ପତ୍ର,୧୦ଲକ୍ଷ ଟଙ୍କା ଲେଖାଏଁ ସହାୟତା

ପ୍ରଭାସିନୀ ବେହେରା, ଦେବୀ ଶବରଙ୍କୁ ମିଳିଲା ସହାୟତା । ଉଭୟଙ୍କ ସ୍ୱାମୀ ହୋମଗାର୍ଡ ଜଗବନ୍ଧୁ ମାହାଲି ଏବଂ ଓ.ଏ.ପି.ଏଫ ଯବାନ ଲୋକନାଥ ଶବରଙ୍କର ଦୁର୍ଘଟଣାରେ ପରଲୋକ ହୋଇଥିଲା । ମୁଖ୍ୟମନ୍ତ୍ରୀଙ୍କୁ ଅଶେଷ କୃତଜ୍ଞତା ଜଣାଇଲେ ‘ପ୍ରଭାସିନୀ’ ଓ ‘ଦେବୀ’ । କଟକର ପ୍ରଭାସିନୀ ବେହେରା ଓ ରାୟଗଡାର ଦେବୀ ଶବର। ଉଭୟଙ୍କ ଆଖିରେ ଥିଲା କୃତଜ୍ଞତାର ଅଶ୍ରୁ। ସେମାନଙ୍କ ଦୁଃଖ ସମୟରେ ସେମାନଙ୍କୁ ସହାୟତାର ହାତ ବଢାଇଛନ୍ତି ମୁଖ୍ୟମନ୍ତ୍ରୀ। ଲୋକଙ୍କ ମୁଖ୍ୟମନ୍ତ୍ରୀ ଭାବେ ଲୋକପ୍ରିୟତା ହାସଲ କରିଥିବା ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଆଜି ପୁଣିଥରେ ନିଜର ସହୃଦୟତାର ପରିଚୟ ଦେଇଛନ୍ତି।ଆଜି ସେମାନେ ଲୋକସେବା ଭବନରେ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀଙ୍କୁ ଭେଟିଥିଲେ। ମୁଖ୍ୟମନ୍ତ୍ରୀ ଉଭୟଙ୍କୁ ହୋମଗାର୍ଡ ପଦବୀ ପାଇଁ ନିଯୁକ୍ତି ପତ୍ର ଓ ୧୦ ଲକ୍ଷ ଟଙ୍କାର ଚେକ୍ ପ୍ରଦାନ କରିଥିଲେ। ମୁଖ୍ୟମନ୍ତ୍ରୀ ସେମାନଙ୍କର ଭଲମନ୍ଦ ପଚାରି ଥିଲେ ଏବଂ ଅଧୈର୍ଯ୍ୟ ନହେବାକୁ ପରାମର୍ଶ ଦେଇଥିଲେ। ମୁଖ୍ୟମନ୍ତ୍ରୀ କହିଥିଲେ, ସରକାର ସେମାନଙ୍କ ସହିତ ଅଛନ୍ତି। ସେମାନଙ୍କର ଆଗାମୀ ଜୀବନ ଓ ପରିବାର ପାଇଁ ମୁଖ୍ୟମନ୍ତ୍ରୀ ସର୍ବକୁଶଳ କାମନା କରିଥିଲେ।

ମୁଖ୍ୟମନ୍ତ୍ରୀଙ୍କ ସହୃଦୟତା ପାଇଁ ସେମାନେ ଅଶ୍ରୁଳ ନୟନରେ ମୁଖ୍ୟମନ୍ତ୍ରୀଙ୍କ ପ୍ରତି କୃତଜ୍ଞତା ପ୍ରକାଶ କରିଥିଲେ।ପ୍ରଭାସିନୀଙ୍କ ସ୍ୱାମୀ ଜଗବନ୍ଧୁ ମାହାଲି ହୋମଗାର୍ଡ ଭାବେ କାର୍ଯ୍ୟକରୁଥିଲେ ଏବଂ ଦେବୀଙ୍କ ସ୍ୱାମୀ ଲୋକନାଥ ଶବର ଓ.ଏ.ପି.ଏଫ୍ ଯବାନ ଭାବେ କାର୍ଯ୍ୟ କରୁଥିଲେ। ଉଭୟ କଟକରେ କର୍ତ୍ତବ୍ୟରତ ଥିବା ସମୟରେ ଗତ ୨୨ ତାରିଖ ଦିନ ପି.ସି.ଆର୍ ଭ୍ୟାନ୍‌ରେ ଯାଉଥିବା ବେଳେ ଦୁର୍ଘଟଣାଗ୍ରସ୍ତ ହୋଇ ପ୍ରାଣ ହରାଇଥିଲେ।

Naxatra News is now on Whatsapp

Join and get latest news update delivered to you via whatsapp

Join Now

Leave a reply

  • Default Comments (0)
  • Facebook Comments

Your email address will not be published. Required fields are marked *