ଦଳର ସାଂଗଠନିକ ସ୍ଥିତି ନେଇ ନେତାଙ୍କ ସହ ଆଲୋଚନା କଲେ ନବୀନ

ନବୀନ ନିବାସରେ ନେତାଙ୍କ ସହ ସାଂଗଠନିକ ସ୍ଥିତିକୁ ନେଇ ଆଲୋଚନା କଲେ ଦଳର ସୁପ୍ରିମୋ। ସାଂସଦ ମାନସ ମଙ୍ଗରାଜ, ବିରୋଧୀ ଦଳ ମୁଖ୍ୟ ସଚେତକ ପ୍ରମିଳା ମଲ୍ଲିକ,ପୂର୍ବତନ ବିଧାୟକ ରୋହିତ ପୂଜାରୀ ଙ୍କ ସମତେ ଅନ୍ୟ ନେତୃତ୍ୱ ଉପସ୍ଥିତ ରହିଥିଲେ। ସଂଗଠନକୁ ନେଇ ନେତାଙ୍କ ସହ ଚର୍ଚ୍ଚା କଲେ ନବୀନ ପଟ୍ଟନାୟକ। କମିଟି ଗଠନ ଓ ବାକି ଥିବା ଜିଲ୍ଲାର ଜିଲ୍ଲା ସଭାପତି ସହ ମହିଳା ୟୁନିଟକୁ ସସକ୍ତ କରିବା ପାଇଁ ବୈଠକ ହୋଇଥିବା କହିଲେ ବିଜେଡି ବିଧାୟିକା ପ୍ରମିଳା ମଲ୍ଲିକ।

ସେପଟେ ସରକାର ଚାହିଁଲେ ଡାକିପାରିବେ ସ୍ଵତନ୍ତ୍ର ବିଧାନସଭା। ସରକାର ବିଚାର କରନ୍ତୁ । ଦେଶ ପାଇଁ ଆତଙ୍କବାଦୀ ଆକ୍ରମଣ ଘଟଣା ଚିନ୍ତାର ବିଷୟ। ଆଲୋଚନା ହେଲେ ଭଲ । ଆମ ଦଳ ବି ସମର୍ଥନ ଦେବ ବୋଲି କହିଛନ୍ତି ବିରୋଧୀ ଦଳ ମୁଖ୍ୟ ସଚେତକ ପ୍ରମିଳା ମଲ୍ଲିକ।

Naxatra News is now on Whatsapp

Join and get latest news update delivered to you via whatsapp

Join Now

Leave a reply

  • Default Comments (0)
  • Facebook Comments

Your email address will not be published. Required fields are marked *