ଡେଡ୍‌ଲାଇନ ଫିକ୍ସ, ମାର୍ଚ୍ଚ ୨୦୨୬ ସୁଦ୍ଧା ଭାରତ ମାଓମୁକ୍ତ ହେବ: ଶାହା

ମାର୍ଚ୍ଚ ୨୦୨୬। ଭାରତ ସମ୍ପୂର୍ଣ୍ଣ ମାଓମୁକ୍ତ ହେବ। ଏଭଳି ଡେଡଲାଇନ ଫିକ୍ସ କଲେ ଗୃହମନ୍ତ୍ରୀ ଅମିତ ଶାହା। ମାଓ ପ୍ରଭାବିତ ରାଜ୍ୟର ସମୀକ୍ଷା ଅବସରରେ ଏଭଳି ଘୋଷଣା କରିଛନ୍ତି ଶାହା। ଅସ୍ତ୍ରଶସ୍ତ୍ର ଛାଡ଼ି ମୁଖ୍ୟସ୍ରୋତକୁ ଆସ ବୋଲି ମାଓବାଦୀଙ୍କୁ ଅପିଲ୍ କରିବା ସହ ଏଭଳି ଚରମବାଣୀ ଶୁଣାଇଦେଇଛନ୍ତି। ଛତିଶଗଡ଼ ଦନ୍ତେଓ୍ୱାଡ଼ାରେ ହୋଇଥିବା ବଡ଼ ଧରଣର ନକ୍ସଲ ବିରୋଧୀ ଅପରେସନରେ ୩୧ ନକ୍ସଲଙ୍କ ମୃତ୍ୟୁ ପରେ ଛତିଶଗଡ଼ ସରକାରଙ୍କ କାମକୁ ଭୂରି ଭୂରି ପ୍ରଶଂସା କରିଛନ୍ତି ଶାହା।

ନକ୍ସଲ ନିପାତ ଅଭିଯାନକୁ ଜୋରଦାର କରାଯିବ। ଗଣତନ୍ତ୍ର ଲାଗି ନକ୍ସଲବାଦ ସବୁଠୁ ବଡ଼ ବିପଦ ଭାବେ ଉଭା ହୋଇଛି। ଆଉ ରହିବନି ଲାଲଗଡ଼ କି ଚଳିବନି ଲାଲଆତଙ୍କ। ନକ୍ସଲବାଦ ମାନବତାର ବଡ଼ ଶତୃ। ଗୃହମନ୍ତ୍ରୀ ଅମିତ ଶାହା ନକ୍ସଲ ପ୍ରଭାବିତ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ବୈଠକରେ ଏଭଳି ଘୋଷଣା କରିଛନ୍ତି। ଏହା ପୂର୍ବରୁ ଅସ୍ତ୍ରଶସ୍ତ୍ର ଛାଡ଼ି ମୁଖ୍ୟସ୍ରୋତକୁ ଚାଲିଆସ ବୋଲି ମାଓବାଦୀଙ୍କୁ ଅପିଲ୍ ବି କରିଛନ୍ତି ଶାହା।

ଛତିଶଗଡ଼ରେ ଶୁକ୍ରବାର ସଂଧ୍ୟାରେ ବଡ଼ ଧରଣର ନକ୍ସଲ ନିପାତ ପରେ ଓଡ଼ିଶା ସମେତ ଆନ୍ଧ୍ର, ତେଲେଙ୍ଗାନା, ବିହାର, ଛତିଶଗଡ଼, ଝାଡ଼ଖଣ୍ଡ, ମହାରାଷ୍ଟ୍ର ଓ ମଧ୍ୟପ୍ରଦେଶର ମୁଖ୍ୟମନ୍ତ୍ରୀ ଏହି ସମୀକ୍ଷା ବୈଠକରେ ସାମିଲ୍ ହୋଇଥିଲେ। ଏ ସବୁ ରାଜ୍ୟରେ ସୁରକ୍ଷା ସ୍ଥିତିକୁ ଅନୁଧ୍ୟାନ କରିଥିଲେ ଶାହା। ଓଡିଶା ମୁଖ୍ୟମନ୍ତ୍ରୀ ମୋହନ ମାଝୀ, ମୁଖ୍ୟ ସଚିବ ମନୋଜ ଆହୁଜା ଓ ଡିଜି ଓ୍ୱାଇ.ବି.ଖୁରାନିଆ ଯୋଗ ଦେଇଥିଲେ ବୈଠକରେ।

Naxatra News is now on Whatsapp

Join and get latest news update delivered to you via whatsapp

Join Now

Leave a Reply

Your email address will not be published. Required fields are marked *