ଏନଡିଏର ଗୁରୁତ୍ବପୂର୍ଣ୍ଣ ବୈଠକ

Spread the love

ଏନଡିଏର ଗୁରୁତ୍ୱପୂର୍ଣ୍ଣ ବୈଠକ । ବୈଠକରେ ନରେନ୍ଦ୍ର ମୋଦୀ ଏନଡିଏର ନେତା ଭାବେ ନିର୍ବାଚିତ ହୋଇଛନ୍ତି । ସବସମ୍ମତିକ୍ରମେ ନିଆଗଲା ନିଷ୍ପତ୍ତି । ଗତକାଲି ଲୋକସଭା ଫଳାଫଳ ଆସିବା ପରେ କିଏ ଗଢିବ ସରକାର ତାକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଥିଲା । ଏନଡିଏ ମେଣ୍ଟ ବହୁମତ ପାଇଛି ଓ ବହୁମତରୁ କିଛି କମ୍ ଆସନ ପାଇଛି ଇଣ୍ଡିଆ ମେଣ୍ଟ । ହେଲେ ଏନଡିଏ ମେଣ୍ଟରେ ସହଯୋଗୀ ଥିବା ନୀତିଶ କୁମାର ଓ ଚନ୍ଦ୍ରବାବୁ ନାଇଡୁଙ୍କୁ ନେଇ ରାଜନୀତି ଅସ୍ଥିର ହୋଇଛି । କାରଣ ନୀତିଶ ଓ ଚନ୍ଦ୍ରବାବୁୁ ବର୍ତମାନ ପରିସ୍ଥିତିରେ କିଙ୍ଗମେକର ହେବାକୁ ଯାଉଛନ୍ତି ବୋଲି କୁହାଯାଉଥିଲା  ।

Leave a Reply

Your email address will not be published. Required fields are marked *