NEET UG ପେପର୍‌ ଲିକ୍‌ ମାମଲାକୁ ନେଇ ତମୁନି ବିବାଦ , ଗିରଫ ହେଲେ ଆଉ ୫ ଜଣ

Spread the love

NEET UG ପେପର୍‌ ଲିକ୍‌ ମାମଲାକୁ ନେଇ ଥମୁନି ବିବାଦ। ଏହାକୁ ନେଇ ଚାରିଆଡେ ଜୋରଦାର ବିରୋଧ ଜାରି ରହିଛି। ଏହାରି ଭିତରେ ବିହାର ପୁଲିସକୁ ମିଳିଛି ବଡ଼ ସଫଳତା। ଏହି ମାମଲାରେ ବିହାର ପୁଲିସର ଇକୋନୋମିକ୍ ଅଫେନ୍ସ ୟୁନିଟ୍ ତଥା ଇଓଡବ୍ଲୁ ଆଉ ୫ ଜଣଙ୍କୁ ଗରିଫ କରିଛି।

ଝାରଖଣ୍ଡର ଦେଓଘର ଅଞ୍ଚଳରୁ ପେପର୍‌ ଲିକ୍‌ ମାମଲରେ ଏହି ୫ ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି। ଏଥିସହ ଏହି ମାମଲାରେ ଅନ୍ୟ ୧୦ ଜଣଙ୍କୁ ଅଟକ ମଧ୍ୟ ରଖାଯାଇଛି। ଇଓଡବ୍ଲୁ ଦେଓଘରର ସିଣ୍ଟୁ କୁମାର, ରାଞ୍ଚି ସ୍ଥିତ କଙ୍କେରରେ ରହୁଥିବା ଅଭିଷେକ କୁମାର ଏବଂ ତାଙ୍କ ବାପା ଅଓ୍ୱଧେଶଙ୍କ ସମେତ ସମସ୍ତିପୁରର ଅନୁରାଗ ଯାଦବ, ଦାନପୁର ପାଟନାର ଆୟୁଷ କୁମାର, ଗାୟାର ଶିବାନନ୍ଦ କୁମାରଙ୍କୁ ଗିରଫ କରିଛି। ପେପର ଲିକ୍‌ର ମାଷ୍ଟର ମାଇଣ୍ଡ ସହ ଏମାନଙ୍କ ଲିଙ୍କ ଥିବା ଇଓଡବ୍ଲୁ ସନ୍ଦେହ କରୁଛି। ଏମାନଙ୍କୁ ପଚରାଉଚରା ଜରି ରହିଛି।

Leave a Reply

Your email address will not be published. Required fields are marked *