ମୋଦିଙ୍କ ଶପଥ ପୂର୍ବରୁ ନେତାଙ୍କୁ ଯାଉଛି ଫୋନ କଲ୍

Spread the love

ଆଜି ଶପଥ ନେବେ ମୋଦି। ଆଉ ଏହା ପୂର୍ବରୁ ସମ୍ଭାବ୍ୟ ମନ୍ତ୍ରୀମଣ୍ଡଳକୁ ନେଇ ଚର୍ଚ୍ଚା ବଢିଛି । ମୋଦୀଙ୍କ ସହ ଅନ୍ୟ କେଉଁ କେଉଁ ନେତା ମନ୍ତ୍ରୀ ଭାବେ ଶପଥ ନେବେ ତାକୁ ନେଇ ଚର୍ଚ୍ଚା ଆଲୋଚନା ବଢିଛି । ବର୍ତ୍ତମାନ ପିଏମଓରୁ ଜଣକ ପରେ ଜଣେ ନେତାଙ୍କୁ ଫୋନ୍ ଯାଉଛି । ବିଜେପି ନେତା ପିୟୁଷ ଗୋଏଲ, ରାଜନାଥ ସିଂହ, ନୀତିନ ଗଡକରୀ, ଜ୍ୟୋତିରାଦିତ୍ୟ ସିନ୍ଧିଆଙ୍କୁ ଫୋନ୍ ଯାଇଛି । ଏହାସହ ଜେଡିଏସ୍ ନେତା କୁମାରସ୍ୱାମୀ, ହାମ୍ ନେତା ଜିତନ ରାମ ମାଞ୍ଝୀ, ଆରଏଲଡି ନେତା ଜୟନ୍ତ ଚୌଧୁରୀ, ଏଲଜେପି ନେତା ଚିରାଗ ପାଶୱାନ୍, ଜେଡିୟୁ ନେତା ରାମନାଥ ଠାକୁର ଏବଂ ଅପନା ଦଳ ନେତ୍ରୀ ଅନୁପ୍ରିୟା ପଟେଲଙ୍କ ପାଖକୁ ଫୋନ୍ ଯାଇଛି । ଏହି ସବୁ ନେତା ଆଜି ମୋଦିଙ୍କ ସହ କ୍ୟାବିନେଟ୍ ମନ୍ତ୍ରୀ ଭାବେ ଶପଥ ନେଇପାରନ୍ତି ।

Leave a Reply

Your email address will not be published. Required fields are marked *