ଆଶାକର୍ମୀ ଶିବାନୀଙ୍କ ମାନବିକତାକୁ ନେଇ ଛୁଟୁଛି ପ୍ରସଂଶାର ସୁଅ

ବାତ୍ୟା ଦାନା ବେଳେ ସବୁଠି ଦୁଇଟି ନାଁକୁ ନେଇ ଚର୍ଚ୍ଚା। ଜଣେ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ। ଅନ୍ୟ ଜଣେ ଆଶାକର୍ମୀ ଶିବାନୀ। ଆରମ୍ଭରୁ ବିପର୍ଯ୍ୟୟ ମୁକାବିଲା ନେଇ ଯେଭଳି ଦିନରାତି ଏକ କରିଦେଇଥିଲେ ମନ୍ତ୍ରୀ ପୂଜାରୀ, ତାକୁ ନେଇ ସବୁଠି ପ୍ରଶଂସାର ସୁଅ ଛୁଟିଛି। ଆଉ ଅନ୍ୟପଟେ କେନ୍ଦ୍ରାପଡ଼ାର ଆଶାକର୍ମୀ ଶିବାନୀଙ୍କ ମାନବିକତାକୁ ନେଇ ସେତିକି ପ୍ରଶଂସାର ସୁଅ।

ମୋହନ ସରକାର ଅମଳରେ ଓଡ଼ିଶାକୁ ଦାନା ଥିଲା ପ୍ରଥମ ପ୍ରାକୃତିକ ବିପର୍ଯ୍ୟୟ। ଆଉ ଏହାକୁ କେମିତି ସଫଳତାର ସହ ମୁକାବିଲା କରାଯିବ, ତାହା ଥିଲା ବଡ଼ ଆହ୍ୱାନ। କାରଣ ବାତ୍ୟା ମୁକାବିଲାରେ ଓଡ଼ିଶା ସମସ୍ତଙ୍କର ରୋଲମଡେଲ୍ ସାଜିଆସିଛି। ଜିରୋ କାଜୁଆଲିଟିକୁ ପ୍ରାଥମିକତା ଦେଇ ମୁଖ୍ୟମନ୍ତ୍ରୀ ଟିମ୍ ସ୍ପିରିଟ୍ ନେଇ ଆଗକୁ ବଢ଼ିଥିଲେ। ହେଲେ ବଡ଼ ଦାୟିତ୍ୱ ଥିଲା ଯେଉଁ ବିଭାଗର, ତାହା ଥିଲା ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନାର। ଆଉ ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ ଯେଭଳି ଆରମ୍ଭରୁ ଏହାକୁ ବଡ଼ ଟାସ୍କ ଭାବେ ନେଇ ସମନ୍ୱୟରେ କାମ କରିଥିଲେ, ତାହା ବାସ୍ତବିକ୍ ଦେଖିବା ଭଳି ଥିଲା। ଏସଆରସି ଅଫିସରେ ଘନ ଘନ ସମୀକ୍ଷା, ଲୋକସେବା ଭବନରେ ବିଭିନ୍ନ ବିଭାଗ ସହ ସମନ୍ୱୟରେ କାମ କରିବା, ବରମୁଣ୍ଡା ଅଗ୍ନିଶମ ବିଭାଗ ନିର୍ଦେଶାଳୟ ଯାଇ ପ୍ରସ୍ତୁତିର ତଦାରଖ କରିବା ଓ ସର୍ବୋପରି ନିୟମିତ ବ୍ୟବଧାନରେ ଲୋକଙ୍କୁ ଭୟଭୀତ ନ ହୋଇ ସରକାରଙ୍କ ଉପରେ ବିଶ୍ୱାସ ରଖିବାକୁ ମନୋବଳ ବଢ଼ାଇବା ଆଦି ଉପରେ ଯଥେଷ୍ଟ ଗୁରୁତ୍ୱ ଦେଇଥିଲେ। ସେଥିଲାଗି ତ ବାତ୍ୟା ଲ୍ୟାଣ୍ଡଫଲ ପରେ ମୁଖ୍ୟମନ୍ତ୍ରୀ ଏସଆରସି ଅଫିସରେ ସମୀକ୍ଷା ବେଳେ ରାଜସ୍ୱ ମନ୍ତ୍ରୀ ସୁରେଶଙ୍କ ଅକ୍ଳାନ୍ତ ପରିଶ୍ରମକୁ ସାଧୁବାଦ ଦେବାକୁ ପଛାଇନାହାନ୍ତି ମୁଖ୍ୟମନ୍ତ୍ରୀ। ତେବେ ଏହା ତାଙ୍କ ଦାୟିତ୍ୱ ଥିଲା।  ନିଆରା ଅନୁଭୂତି ବି ଥିଲା କହି ନିଜର କୃତଜ୍ଞତା ଜ୍ଞାପନ କରିଛନ୍ତି ରାଜ୍ୟବାସୀଙ୍କୁ। ବାତ୍ୟା ବିପତ୍ତି ବେଳେ ନିଜକୁ ଚାପମୁକ୍ତ କରି ଏହାକୁ ମୁକାବିଲା ଲାଗି ଅଣ୍ଟା ଭିଡ଼ିଥିଲେ ସୁରେଶ। ଟିମ୍ ଲିଡର ଭାବେ ଦେଖାଇଦେଲେ ନିଜର ପରାକାଷ୍ଠା।୨୬ରେ କ୍ଷେତ୍ର ପରିଦର୍ଶନ କରି କ୍ଷୟକ୍ଷତି ଆକଳନ କରାଯିବ। ୭ ଦିନ ଭିତରେ ସରିବ। ଘର ଭାଙ୍ଗିଥିବା ଲୋକଙ୍କୁ ପକ୍କା ଘର ଦିଆଯିବ।

ସେଥିଲାଗି ତ ସବୁଠି ଚର୍ଚ୍ଚା, ସମ୍ଭାଳିନେଲେ ସୁରେଶ। ସେପଟେ କିନ୍ତୁ ସୁରେଶଙ୍କ ଦାୟିତ୍ୱ, ଇଛାଶକ୍ତି ଓ ବିଭାଗୀୟ ମନ୍ତ୍ରୀ ଭାବେ ଉତ୍ତରଦାୟିତ୍ୱକୁ ନେଇ ଯେତିକି ଚର୍ଚ୍ଚା। ତାଠୁ ଅଧିକ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ସାଜିଛନ୍ତି କେନ୍ଦ୍ରାପଡ଼ାର ଆଶାକର୍ମୀ ଶିବାନୀ ମଣ୍ଡଳ। ସାବାସ୍ ଶିବାନୀ। ରାଜନଗର ବ୍ଲକ ଖାସମୁଣ୍ଡା ଗାଁର ଆଶାକର୍ମୀ କେବଳ ମାନବିକତା ଦେଖାଇଲେନି। ତା ସହ ଅଦମ୍ୟ ସାହସର ସହ ବାତ୍ୟାରୁ ଲୋକଙ୍କୁ ସୁରକ୍ଷିତ ରଖିବାକୁ କରିଥିବା ପ୍ରୟାସ ସମସ୍ତଙ୍କ ଲାଗି ପ୍ରେରଣାଦାୟକ ସାଜିଛି। ମାନବିକତା ସହ ସାହସିକତାର ନିଛକ ଉଦାହରଣ ସାଜିଛନ୍ତି ଶିବାନୀ। ସେଥିଲାଗି ତ ଶିବାନୀଙ୍କ ପ୍ରଶଂସାରେ ଖୋଦ୍ ଶତମୁଖ ସରକାର। ବିପର୍ଯ୍ୟୟ ଯୋଦ୍ଧା ଭାବେ ଶିବାନୀଙ୍କୁ ଅଭିହିତ କରିଛନ୍ତି ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ।

ସମ୍ଭାଳିଲେ ସୁରେଶ। ସାହସ ଦେଖାଇଲେ ଶିବାନୀ। ବାତ୍ୟାବିପତ୍ତି ବେଳେ ପୁରା ସରକାରୀ କଳ, ଗଣମାଧ୍ୟମର ଭୂମିକାକୁ ନେଇ ଯେତିକି ଚର୍ଚ୍ଚା। ସେତିକି ଟପ୍ ସ୍ତରରେ ଥିବା ମନ୍ତ୍ରୀ ସୁରେଶ ପୁଜାରୀ ଓ ଗ୍ରାଉଣ୍ଡସ୍ତରରେ ଥିବା ଆଶାକର୍ମୀ ଶିବାନୀ ଏଥର ନିଜର କାମ ଲାଗି ଚର୍ଚ୍ଚାରେ ରହିଗଲେ।

Naxatra News is now on Whatsapp

Join and get latest news update delivered to you via whatsapp

Join Now

Leave a Reply

Your email address will not be published. Required fields are marked *