ନୁଆ ସଂସଦ ଭବନର ଉଦ୍‌ଘାଟନ ରାଷ୍ଟ୍ରପତି କରିବା ଉଚିତ୍ – ଖଡଗେ

Spread the love

ନୂଆଦିଲ୍ଲୀ : କଂଗ୍ରେସ ଅଧ୍ୟକ୍ଷ ମଲ୍ଲୀକା ଅର୍ଜୁନ ଖଡଗେ କହିଛନ୍ତି ନୁଆ ସଂସଦ ଭବନର ଉଦ୍‌ଘାଟନ ରାଷ୍ଟ୍ରପତି କରିବା ଉଚିତ୍ ।  ସେ ସମ୍ବିଧାନର ତଥା ସମସ୍ତ ନାଗରିକ ମାନଙ୍କର  ପ୍ରତିନିଧିତ୍ୱ କରୁଛନ୍ତି  ।

ଖଡଗେ ସୋମବାରଦିନ ଟ୍ୱିଟ କରି କହିଛନ୍ତି ମୋଦୀ ସରକାର ଦଳିତ ଏବଂ ଜନଜାତି ସମ୍ପ୍ରଦାୟରୁ ରାଷ୍ଟ୍ରପତି ବାଛୁଛନ୍ତି । କେବଳ ନିର୍ବାଚନକୁ ଆଖି ଆଗରେ ରଖି ଏପରି କରାଯାଉଛି ।  ସେ କହିଛନ୍ତି ଯେତେବେଳେ ଏହି ନୁଆ ସଂସଦ ଭବନର ଶିଳାନ୍ୟାସ ହୋଇଥିଲା ସେ ସମୟର ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କୁ ଡକାଯାଇନଥିଲା ।  ଏବେ ଉଦ୍‌ଘାଟନ ସମୟରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ନିମନ୍ତ୍ରଣ କରାଯାଇନାହିଁ । 

Leave a Reply

Your email address will not be published. Required fields are marked *