ଧର୍ମ ର ରାଜନୀତି ଆଉ କେତେଦିନ…କିଏ ଭୂଲ କିଏ ଠିକ ?

Spread the love

ଭାରତ ଏକ ଧର୍ମ ନିରପେକ୍ଷ ଗଣତାନ୍ତ୍ରିକ ରାଷ୍ଟ୍ର, ଯେଉଁଠାରେ ପ୍ରତେକ ବ୍ୟକ୍ତି ର ନିଜ ଧର୍ମ କୁ ମାନିବାର ଏବଂ ପୂଜାର୍ଚନା କରିବାର ଅଧିକାର ଅଛି l ଭାରତ ସମ୍ବିଧାନ ର ଅନୁଛେଦ 25 ରେ ଏହା ଲିଖିତ l ଆମ ପୂର୍ବଜ ମାନେ ସର୍ବ ଧର୍ମ ସମଭାବ ର କଥା କହିଛନ୍ତି କିନ୍ତୁ ଆଜିର ଚିତ୍ର ବହୁତ ଅଲଗା l ଏବେ ଦେଶ ରେ ଧର୍ମ ର ରାଜନୀତି ଦେଖିବାକୁ ମିଳିଛି , ପୂର୍ବରୁ ଯେଉଁ ଧର୍ମ ଆମ ପୂଜା ଘର ପର୍ଯ୍ୟନ୍ତ ସୀମିତ ଥିଲା ତାହା ଆଜି ରାଜରାସ୍ତା କୁ ଓଲ୍ଲାଇ ଆସିଛି l

ଗତ କିଛି ଦିନ ପୂର୍ବରୁ ଭାରତୀୟ ଜନତା ପାର୍ଟି ର ପ୍ରବକ୍ତା ନୁପୁର ଶର୍ମା ଇସ୍ଲାମ ଧର୍ମ ବିରୋଧରେ ଏକ ବିବାଦୀୟ ମନ୍ତବ୍ୟ ଜାତୀୟ ଗଣମାଧ୍ୟମ ର ଏକ tv debate ରେ ଦେଇଥିଲେ l ଯାହାପରେ ଏହା ପ୍ରଥମେ ସୋସିଆଲ ମେଡିଆ ରେ viral ହୋଇଥିଲା ଏବଂ ଦେଖୁ ଦେଖୁ ନିଆଁ ଭଳି କେବଳ ଆମ ଦେଶ ନୁହଁ ବିଦେଶ କୁ ମଧ୍ୟ ଚାଲିଯାଇଥିଲା l ଯାହାର ପ୍ରତିବାଦ ସ୍ୱରୂପ ଦେଶ ର ବିଭିର୍ଣ୍ଣ ସ୍ଥାନରୁ ପ୍ରତିବାଦ ର ସ୍ଵର ଉଠିଥିଲା l ବିଭିର୍ଣ୍ଣ ଦେଶ ଖାସକରି ଆରବ ଦେଶ ମାନେ ଏହାର ଖୁବ ବିରୋଧ କରିଥିଲେ l

ଶୁକ୍ରବାର ଦିନ ଜୁମା ର ନମାଜ ସାରିବା ପରେ ଦେଶ ର ବିଭିର୍ଣ୍ଣ ସ୍ଥାନ ତଥା ଜାମ୍ମୁ କାଶ୍ମୀର , ଉତ୍ତରପ୍ରଦେଶ , ଝାରଖଣ୍ଡ , ପଶ୍ଚିମ ବଙ୍ଗ ରେ ପ୍ରଥମେ ବିରୋଧ ତାହାପରେ କିଛି ଉପଦ୍ରବୀ ପଥର ଫୋପାଡିବା ସହ ଗାଡି ଏବଂ ଦୋକାନ ରେ ନିଆଁ ଲଗେଇଥିବା ସହିତ ନୁପୁର ଙ୍କୁ ହତ୍ୟା ଓ ରେପ କରିବାର ମଧ୍ୟ ଧମକ ଦେଇଥିଲେ l

କିଛିଦିନ ପୂର୍ବରୁ ମୁନାୱାର ଫାରୁକି ନାମକ ଜଣେ କମେଡିଆନ ହିନ୍ଦୁ ଦେବା ଦେବୀ ଙ୍କ ବିରୋଧ ରେ କିଛି ଆପତ୍ତିଜନକ ବୟାନ ଦେଇଥିବାରୁ ତାଙ୍କୁ ଗିରଫ କରାଯାଇଥିଲା ବେଳେ ଏବେ ନୁପୁର ଶର୍ମା ଙ୍କୁ କାହିଁକି ଗିରଫ ନକରାଯିବ ବୋଲି ସାଧାରଣ ରେ ଚର୍ଚ୍ଚା ହେଉଛି l

ଏବେ ପ୍ରଶ୍ନ ଉଠୁଛି ଭୂଲ କାହାର ? କେବଳ ଦେଶ ର ନୁହଁ ବିଶ୍ୱ ଏକ ସର୍ବ ବୃହତ ଦଳ ହେଉଛି ଭାରତୀୟ ଜନତା ପାର୍ଟି l ସେହି ଦଳର ପ୍ରବକ୍ତା ହିସାବରେ ଏଭଳି ମନ୍ତବ୍ୟ ଦେବା କେତେଦୂର ଠିକ ? ନୁପୁର ତାଙ୍କର ମନ୍ତବ୍ୟ ପାଇଁ ଭୁଲ ମାଗିଲେ ଓ ତାଙ୍କୁ ଦଳ ବରଖାସ୍ତ କଲାପରେ ମଧ୍ୟ ପ୍ରତିବାଦ ନାଁରେ ଏକ ମହିଳା ଙ୍କୁ ହତ୍ୟା ଓ ଦୁଷ୍କର୍ମ ଧମକ ଦେବା ଓ ଜାତୀୟ ସମ୍ପତି କୁ ନଷ୍ଟ କରିବା କେତେ ଦୂର ଠିକ ସେଟା ପ୍ରଶ୍ନ ର ବିଷୟ l ସମଗ୍ର ବିଶ୍ୱ ଓ ଖାସକରି ଆମ ଦେଶ କୋରୋନା ମହାମାରୀ ଯୋଗୁଁ ଏକ ଆର୍ଥିକ ସଙ୍କଟ ଦେଇ ଗତି କରୁଛି, ଆମ ଦେଶ ରେ ଦରବୃଦ୍ଧି, ତୈଳଦର , ବେରୋଜ଼ଗାରୀ ଭଳି ବିଭିନ୍ନ ସମସ୍ୟା ଥିବା ବେଳେ ଆମ କିଛି ନେତା ଓ କିଛି ଜାତୀୟ ଗଣମାଧ୍ୟମ ଧର୍ମ ରାଜନୀତି ରେ ବ୍ୟସ୍ତ ଥିବା ଦୁର୍ଭାଗ୍ୟଜଣକ ବୋଲି ସାମାଜିକ କର୍ମୀ, ରାଜନୀତିକ ବିଶେଷଜ୍ଞମାନେ ମତବ୍ୟକ୍ତ କରିଛନ୍ତି l ଏହିପରି ସମସ୍ୟା ଆଗକୁ ନହେବା ପାଇଁ ସମସ୍ତ ଜାତୀୟ ଓ ଆଞ୍ଚଳିକ ଦଳ ମାନେ ତାଙ୍କ ପ୍ରବକ୍ତା ଙ୍କୁ ଏକ ଟ୍ରେନିଂ ଦେବା ଆବଶ୍ୟକ ଓ ପ୍ରତିବାଦ ନାଁରେ ଉପଦ୍ରବ କରୁଥିବା ଅସାମାଜିକ ବ୍ୟକ୍ତି ଙ୍କୁ ଦଣ୍ଡ ଦେବା ଜରୁରୀ ବୋଲି ବୁଦ୍ଧିଜୀବୀ ମାନେ କହିଛନ୍ତି l

  • ଅଭିଷେକ ପୁରୋହିତ ଙ୍କ ରିପୋର୍ଟ

Leave a Reply

Your email address will not be published. Required fields are marked *