ରାଜ୍ୟରେ ନୂଆ ସରକାର ଏହିମାସ ଦ୍ୱିତୀୟ କିମ୍ବା ତୃତୀୟ ସପ୍ତାହରେ ନୂଆ ମଦନୀତିଲାଗୁ କରିବାକୁ ଯାଉଛନ୍ତି । ନୂଆ ସରକାର ରେ ନୂଆ ମଦନୀତି ରାଜ୍ୟ ସରକାରଙ୍କ ପାଇଁ ନୂଆ ଆହ୍ୱାନ ହେବ। ନୂଆ ମଦ ନୀତି ରେ ନୂଆ ଦୋକାନ ଖୋଲିବାର ନାହିଁ। ବିଭିନ୍ନ ରାଜ୍ୟର ବେଶ୍ ପ୍ରାକ୍ଟିସ କଣ ଅଛି ତାକୁ ଅନୁଧ୍ୟାନ କରିବା ପାଇଁ ଅବକାରୀ କମିଶନର, ସଚିବ ଏବଂ ବରିଷ୍ଠ ଅଧିକାରୀମାନେ ତିନୋଟି ଟିମ୍ ରେ ଭାଗ ହୋଇ ପ୍ରଥମେ ଆନ୍ଧ୍ର ପ୍ରଦେଶ ପରେ ରାଜସ୍ଥାନ, କେରଳ ଏବଂ ତାମିଲନାଡୁ ଭଳି ରାଜ୍ୟକୁ ଯିବେ । ସେମାନେ 7 କିମ୍ବା 8 ତାରିଖ ବେଳକୁ ଫେରିବାପରେ ଆଉ ଯାହା ପଲିସିରେ ବାକି ଅଛି ତାହା ତର୍ଜମା ହୋଇ ପରିବର୍ତ୍ତନ ହୋଇ ଲଗୁହେବ ବୋଲି କହିଛନ୍ତି ଆଇନ୍ ମନ୍ତ୍ରୀ ପ୍ରିଥିରାଜ ହରିଚନ୍ଦନ । Advance set up ରେ ଆଣିବା ପାଇଁ ନୂଆ ପୋଲିସିରେ ବେଆଇନ ମଦ, ଦଣ୍ଡବିଧାନ, ପୁରୁଣା ପଲିସି ରେ ଯାହା ଅସୁବିଧା ଥିଲା ତାକୁ କିପରି ସମାଧାନ ହୋଇପାରିବ ସବୁ କଥାକୁ ଆଖି ଆଗରେ ରଖି ତିନି ବର୍ଷିକୀୟା ପଲିସି ହେବାକୁ ଯାଉଛି। ପଲିସିକୁ ପରିପାଳନ କରିବାକୁ ସମୟ ଲାଗିବ ଦୃଷ୍ଟିରୁ ବର୍ଶକୀୟା ବଦଳରେ ତିନିବର୍ଷିଆ ହେଲେ ତାହା ପରିଚାଳନା ସହଜ ହେବ ବୋଲି ମନ୍ତ୍ରୀ ସୂଚନା ଦେଇଛନ୍ତି।

Naxatra News is now on Whatsapp
Join and get latest news update delivered to you via whatsapp
Join Now