ଶୀତ ଅଧିବେଶନରେ ସଂସଦରେ ଅନୁପସ୍ଥିତ ରହିବେ ରାହୁଲ

Spread the love

ନୂଆଦିଲ୍ଲୀ: କଂଗ୍ରେସର ପୂର୍ବତନ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ଏବେ ଭାରତ ଯୋଡ ଯାତ୍ରାରେ ଅଛନ୍ତି। ତେଣୁ ଚଳିତ ଶୀତ ଅଧିବେଶନରେ ସଂସଦରେ ସେ ଯୋଗ ଦେବେନାହିଁ। ଏନେଇ ସୂଚନା ଦେଇଛନ୍ତି କଂଗ୍ରେସ ନେତା ଜୟରାମ ରମେଶ।  ଗତ ସେପ୍ଟେମ୍ବର ୭ତାରିଖରେ କନ୍ୟାକୁମାରୀରୁ ଭାରତ ଯୋଡ ଯାତ୍ରା ଆରମ୍ଭ ହୋଇଥିଲା ।

ଭାରତ ଯୋଡ଼ା ଯାତ୍ରା କେରଳ, ଆନ୍ଧ୍ରପ୍ରଦେଶ, କର୍ଣ୍ଣାଟକ ଓ ତେଲେଙ୍ଗାନାରେ ଶେଷ ହୋଇଛି। ବର୍ତ୍ତମାନ ସେ ମହାରାଷ୍ଟ୍ରରେ ପ୍ରବେଶ କରିଛନ୍ତି। ଏହି ଯାତ୍ରାରେ ଅସୁସ୍ଥତା କାରଣରୁ ଏନସିବି ମୁଖ୍ୟ ସରଦ ଯାଦବ ସାମିଲ ହେଉନଥିବା ବେଳେ କିନ୍ତୁ ଶିବସେନାର ପୂର୍ବତନ ମନ୍ତ୍ରୀ ଆଦିତ୍ୟ ଠାକରେ ସାମିଲ କରିଛନ୍ତି। ସେହିପରି ଏନ୍‌ସିପିର ଅନେକ ପ୍ରମୁଖ ନେତା ଆଜି କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କ ସହ ଭାରତ ଯୋଡ଼ ଯାତ୍ରାରେ ଯୋଗ ଦେଇଛନ୍ତି। ରାଜ୍ୟ ଏନ୍‌ସିପି ମୁଖ୍ୟ ଜୟନ୍ତ ପାଟିଲ, ବାରମତି ସାଂସଦ ସୁପ୍ରିୟା ସୁଲେ ଏବଂ ଦଳୀୟ ନେତା ଜିତେନ୍ଦ୍ର ଅୱଦ ରାହୁଲଙ୍କ ସହ ଭାରତ ଯୋଡ଼ୋ ଯାତ୍ରା‌ରେ ଯୋଗ ଦେଇଛନ୍ତି।

Leave a Reply

Your email address will not be published. Required fields are marked *