ଆମେରିକା ଆକାଶରେ ଦୁଇ ବିମାନ ଧକ୍କା

Spread the love

ୱାସିଂଟନ: ଶନିବାର ଆମେରିକା ଆକାଶରେ ଦୁଇ ବିମାନ ଧକ୍କା। ଆମେରିକାର ଡଲାସରେ ହେଉଥିବା ଏୟାର ସୋ ସମୟରେ ଆକାଶରେ ଦୁଇ ବିମାନ ଧକ୍କା ଖାଇ ଜମିରେ ଧଡାସକି ପଡିଥିଲା। ଜମିକୁ ଛୁଇଁବା ମାତ୍ରେ ବିମାନ ଅଗ୍ନିପିଣ୍ଡୁଳାରେ ପରିବର୍ତ୍ତନ ହୋଇଥିଲା। ବିମାନରେ ଥିବା ୬ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଔପଚାରିକ ଭାବେ କୌଣସି ସୂଚନା ମିଳିନାହିଁ ।

ଏୟାର ସୋରେ ଭାଗ ନେଇଥିବା ଲୋକଙ୍କ ଦ୍ବାରା କ୍ୟାପ୍ଚର ହୋଇଥିବା ଭିଡିଓରେ ଏକ ବଡ ବି-୧୭ ବମବର୍ଷକ  ଆକାଶରେ ଉଡୁଥିବା ବେଳେ ହଠାତ୍ ଛୋଟ ବିମାନ ବେଲ ପି-୬୩ କିଙ୍ଗକୋବ୍ରା ତାର ଉଡାଣର ଦିଗ ବଦଳାଇବାରୁ ବି-୧୭ ସହ ଧକ୍କା ହୋଇଥିଲା। ଏହି ଧକ୍କାରେ ଦ୍ବିତୀୟ ବିଶ୍ବ ଯୁଦ୍ଧ ସମୟରେ କାର୍ଯ୍ୟ କରିଥିବା ବମବର୍ଷକ ବିମାନ ବି-୧୭ ମାଟି ଉପରେ ଖସି ଅଗ୍ନିପିଣ୍ଡୁଳାରେ ବଦଳି ଯାଇଥିଲା।

ସ୍ଥାନୀୟ ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ବାୟୁସେନାର ସ୍ମାରକ ୱିଙ୍ଗସର ଡଲାସ ସୋ କାଳରେ ଦୁର୍ଘଟଣା ଘଟିଛି। ଏହି ଘଟଣାର ତଦନ୍ତ ଆରମ୍ଭ କରିଛି ଏଫଏଏ ଓ ରାଷ୍ଟ୍ରୀୟ ପରିବହନ ସୁରକ୍ଷା ବୋର୍ଡ।

ଦ୍ବିତୀୟ ବିଶ୍ବଯିଦ୍ଧରେ ଜର୍ମାନୀ ବିରୋଧରେ ବି-୧୭ ପ୍ରମୁଖ ଭୂମିକା ତୁଲାଇଥିଲା। ୱାର୍କହର୍ସ ରେପୁଟେଶନ ସହ ଏହା ବର୍ତ୍ତମାନ ପର୍ଯ୍ୟନ୍ତ ଅଧିକ ଉତ୍ପାଦିତ ବମବର୍ଷକ ମଧ୍ୟରୁ ଗୋଟିଏ ଥିଲା। ପି-୬୩ କିଙ୍ଗକୋବ୍ରା ବେଲ ଏୟାର କ୍ରାପ୍ଟ ଦ୍ବାରା ଯୁଦ୍ଧ କାଳରେ ବିକଶିତ ଏକ ଯୁଦ୍ଧ ବିମାନ ଥିଲା।

ବି-୧୭ର ଶେଷ ସବୁଠାରୁ ବଡ ଦୁର୍ଘଟଣା ମଧ୍ୟରୁ ଗୋଟିଏ ୨୦୧୯ ଅକ୍ଟୋବର ୨ରେ ହୋଇଥିଲା। ଏହି ଦୁର୍ଘଟଣାରେ ୭ ଜଣଙ୍କ ମୃତ୍ୟୁ ହୋଇଥିଲା।

Leave a Reply

Your email address will not be published. Required fields are marked *