ରାହୁଲଙ୍କୁ ମିଳିଲା ତ୍ରିସ୍ତରୀୟ ସୁରକ୍ଷା

Spread the love

ଶ୍ରୀନଗର: ଜମ୍ମୁରେ ଭାରତ ଯୋଡ ଯାତ୍ରାରେ ରାହୁଲଙ୍କ ସୁରକ୍ଷା ଲାପ୍ସକୁ ନେଇ ବିବାଦ ପରେ ହାଇ ଆଲର୍ଟରେ ସିକ୍ୟୁରିଟି ଏଜେନ୍ସି। ଶନିବାର ଭାରତ ଯୋଡ ଯାତ୍ରାରେ ଜମ୍ମୁ ପୁଲିସ ଓ କେନ୍ଦ୍ରୀୟ ସୁରକ୍ଷାବଳ ପକ୍ଷରୁ ଦେଖିବାକୁ ମିଳିଛି ଅତୁଟ ସୁରକ୍ଷା ବଳୟ। ଏବେ ଯାତ୍ରାର ଶେଷ ପର୍ଯ୍ୟନ୍ତ ରାହୁଲ ତିନିସ୍ତରୀୟ ସୁରକ୍ଷା ବଳୟ ଭିତରେ ରହିବେ। ଅନନ୍ତନାଗରୁ ଶ୍ରୀନଗର ପର୍ଯ୍ୟନ୍ତ ଭାରି ସଂଖ୍ୟାରେ ସୁରକ୍ଷାବଳ ମୁତୟନ କରାଯାଇଛି। ଶ୍ରୀନଗର ରାଜମାର୍ଗକୁ ବନ୍ଦ କରାଯାଇଛି। କାରଣ ଏହି ଅଞ୍ଚଳରେ ସର୍ବାଧିକ ଆତଙ୍କୀ ଆକ୍ରମଣ ହୋଇଥାଏ।

ଶୁକ୍ରବାର ରାହୁଲ ଗାନ୍ଧୀ  ଅଭିଯୋଗ ଆଣିଥିଲେ କି, ଦକ୍ଷିଣ କାଶ୍ମୀରର କାଜିଗୁଣ୍ଡରେ ଜାମ୍ମୁ କାଶ୍ମୀର ପୁଲିସର ସୁରକ୍ଷା ବ୍ୟବସ୍ତା ଦେଖିବାକୁ ମିଳିନଥିଲା। ତେଣୁ ରାହୁଲଙ୍କ ବ୍ୟକ୍ତିଗତ ସୁରକ୍ଷା ବଳ ତାଙ୍କୁ ଗାଡିରେ ବସିବାକୁ ପରାମର୍ଶ ଦେଇଥିଲା।  ରାହୁଲଙ୍କ ସୁରକ୍ଷା ବିଚ୍ୟୁତିକୁ ନେଇ କଂଗ୍ରେସ ପକ୍ଷରୁ କେନ୍ଦ୍ର ତଥା କେନ୍ଦ୍ର ଶାସିତ ଅଞ୍ଚଳର ପ୍ରଶାସନ ତଥା ପୁଲିସକୁ ଟାର୍ଗେଟ କରାଯାଇଥିଲା। ଏମିତି କି କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜ୍ଜୁନ ଖଡଗେ ଏସମ୍ପର୍କରେ ଗୃହ ମନ୍ତ୍ରୀ ଅମିତ ଶହାଙ୍କୁ ଅବଗତ କରିବା ସହ ରାହୁଲଙ୍କୁ ସୁରକ୍ଷା ଯୋଗାଇ ଦେବାକୁ ଅପିଲ କରାଯାଇଥିଲା।

କିନ୍ତୁ କଂଗ୍ରେସର ଏହି ଅଭିଯୋଗକୁ ଜେକେପି ପକ୍ଷରୁ ଖାରଜ କରାଯାଇଛି। ରାହୁଲଙ୍କ ଭାରତ ଯୋଡ ଯାତ୍ରା ପାଇଁ ପୁଲିସ ପକ୍ଷରୁ ଫୁଲପ୍ରୁଫ ବ୍ୟବସ୍ଥା କରାଯାଇଛି। ବିଭିନ୍ନ ସୁରକ୍ଷା ବ୍ୟବସ୍ଥାରେ କେନ୍ଦ୍ରୀୟ ଅର୍ଧସାମରିକ ବଳର ୧୫ କମ୍ପାନୀ ବା ୧୫୦୦ ଯବାନ ମୁତୟନ ହୋଇଛି। ଏହା ବ୍ୟତୀତ ଜକେପିର ୧୦ କମ୍ପାନୀ ଯାତ୍ରାର ସୁରକ୍ଷାରେ ରହିଛି।

ସେପଟେ ରାହୁଲଙ୍କ ସୁରକ୍ଷା ବିଚ୍ୟୁତିକୁ ନେଇ ସୁରକ୍ଷା ବିଶେଷଜ୍ଞଙ୍କ ମତ ହଠାତ୍ ବହୁ ସଂଖ୍ୟାରେ ଲୋକ ଯାତ୍ରାରେ ସାମିଲ ହୋଇଥିଲେ। ଫଳରେ ରହୁଲଙ୍କୁ ଘେରି ରହିଥିବା ଡି ଘେରା ଭାଙ୍ଗିଯାଇଥିଲା।

Leave a Reply

Your email address will not be published. Required fields are marked *