ଧର୍ମଗୁରୁ ଅମ୍ରିତାନନ୍ଦମୟୀଙ୍କଠୁ ରାହୁଲ ପାଇଲେ ଉଷ୍ଣ ଆଲିଙ୍ଗନ

Spread the love

ନୂଆଦିଲ୍ଲୀ: ଭାରତ ଯୋଡ ଯାତ୍ରା କାଳରେ କଂଗ୍ରେସ ସାଂସଦ ତଥା ପୂର୍ବତନ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ଧର୍ମ ଗୁରୁ ଅମ୍ରିତାନନ୍ଦମୟୀଙ୍କୁ କେରଳର କୋଲାମ ଆଶ୍ରମରେ ଭେଟିଛନ୍ତି। ଉଭୟଙ୍କ ମଧ୍ୟରେ ହୋଇଥିବା ସାକ୍ଷାତକାରର କିଛି ଫଟୋକୁ ରାହୁଲ ସୋସିଆଲ ମିଡିଆରେ ସେୟାର କରିଛନ୍ତି। ଅମ୍ରୁତାନନ୍ଦମୟୀ ଦେଶ ବ୍ୟାପୀ ଆମ୍ମା ନାମରେ ପରିଚିତ।

ରାହୁଲ ସୋସିଆଲ ମିଡିଆରେ ଫଟୋ ସେୟାର କରି ଲେଖିଛନ୍ତି କି, ଆମ୍ମାଙ୍କ ସଂଗଠନ ଦ୍ବାରା ବିଶ୍ବବ୍ୟାପୀ ଗରିବ ଓ ସମାଜର ନିମ୍ନ ବର୍ଗଙ୍କ ପାଇଁ ନିଆଯାଉଥିବା ପଦକ୍ଷେପରେ ତାଙ୍କୁ ବହୁ ଆନନ୍ଦ ମିଳିଥିଲା। ସୌଭାଗ୍ୟବଶତଃ ଅମ୍ରିତାମୟୀଙ୍କ ସହ ତାଙ୍କ ଆଶ୍ରମ କୋଲ୍ଲାମର କରୁଣାଗପ୍ପଲ୍ଲୀରେ ସାକ୍ଷାତ କରିବାର ସୌଭାଗ୍ୟପ୍ରାପ୍ତ ହୋଇଛି। ସେଠାରେ ମୁଁ ତାଙ୍କୁ ମୋର ବିନମ୍ର ଅଭିବାଦନ ଜଣାଇଥିବା ବେଳେ ତାଙ୍କଠାରୁ ପ୍ରେମ ଓ ଉଷ୍ମତାପୂର୍ଣ୍ଣ ଆଲିଙ୍ଗନ ପାଇଛି।

ଏହାରି ମଧ୍ୟରେ କଂଗ୍ରେସର ଭାରତ ଯୋଡ ଯାତ୍ରା ୧୦ମ ଦିନରେ ପହଞ୍ଚିଥିବା ବେଳେ ରାହୁଲଙ୍କ ନେତୃତ୍ବରେ ଏହାକୁ ୭ ସେପ୍ଟେମ୍ବରରେ ଆରମ୍ଭ କରାଯାଇଥିଲା। କନ୍ୟାକୁମାରୀରୁ କାଶ୍ମୀର ପର୍ଯ୍ୟନ୍ତ ୩,୫୦୦ କିମି ଭାରତ ଯୋଡ ଯାତ୍ରା ୧୫୦ ଦିନ ମଧ୍ୟରେ ସମ୍ପୂର୍ଣ୍ଣ କରିବାକୁ ଲକ୍ଷ୍ୟ ରଖାଯାଇଛି।

ଏଥିରେ ୧୨ଟି ରାଜ୍ୟ ଦେଇ ଯାତ୍ରା ଯୋଜନା ରହିଛି।ଆଉ ୧୮ ଦିନରେ କେରଳ ପାର ହୋଇ ସେପ୍ଟେମ୍ବର ୩୦ ତାରିଖରେ କର୍ଣ୍ଣାଟକରେ ପ୍ରବେଶ କରିବ ଦଳ।  ପ୍ରତିଦିନ ୨୫ କିମି ରାସ୍ତା ଅତିକ୍ରମ କରିବାକୁ ଦଳ ପକ୍ଷରୁ ଲକ୍ଷ୍ୟ ରଖାଯାଇଛି।  

ଭାରତ ଯୋଡ ଯାତ୍ରା ମଧ୍ୟରେ ସ୍ଥାନୀୟ କଂଗ୍ରେସ କର୍ମୀଙ୍କ ଦ୍ବାରା କୋଲ୍ଲାମ ପରିବା ବିକାଳିଙ୍କଠାରୁ ବଟି ଆଦାୟର ଭିଡିଓକୁ ନେଇ ଦେଖାଦେଇଛି ବିବାଦ। ଜଣେ ପରିବା ବିକାଳି ଅଭିଯୋଗ କରିଛନ୍ତି କି, ଭାରତ ଯୋଡ ପାଇଁ ଫଣ୍ଡ ବାବଦକୁ ତାଙ୍କ ଠାରୁ କଂଗ୍ରେସ କର୍ମୀମାନେ ୨ ହଜାର ଟଙ୍କା ଲେଖା ମାଗିଥିଲେ। ସେ ଏହି ଅର୍ଥ ଦେବାକୁ ଅକ୍ଷମତା ପ୍ରକାଶ କରିବାରୁ ତାଙ୍କ ଓଜନ ମେସିନ ଭାଙ୍ଗିଦେବା ସହ ପରିବା ନଷ୍ଟ କରିଥିବା ଅଭିଯୋଗ କରିଛନ୍ତି।

Leave a Reply

Your email address will not be published. Required fields are marked *